Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-08-2022
Share:

By Village Missionary Movement

Thursday, 04-Aug-2022

ଆଜିର ବାକ୍ୟ (Oriya) 05-08-2022

 

ହୃଦୟଙ୍ଗମ କର 

 

“କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି ।“ - ରୋମୀୟ 5:8

 

ଆଜି ଆମ ସମାଜ ଅନେକ କ୍ଷୀଣତା ମଧ୍ୟରେ ଅଛି !ସେଥି ମଧ୍ୟରେ ଗୋଟିଏ "ବ୍ୟାବିଚାର"!ଆମ ପବିତ୍ର ବାଇବଲ କହୁଛି, ବ୍ୟାବିଚାର ଏକ ପାପ ଅଟେ !ଏହା ପ୍ରଭୁଙ୍କର ନାପସନ୍ଦର ଗୋଟିଏ ଚାଳିଶ ଅଟେ !ବ୍ୟବିଚାରରେ ସ୍ତ୍ରୀ ଏବଂ ପୁରୁଷ ଦୁଇଜଣ ଥାନ୍ତି !କିନ୍ତୁ ଆମ ସମାଜ କେବଳ ସ୍ତ୍ରୀକୁ ହିଁ ନିନ୍ଦା ଦେଉଛି ଏବଂ କେବଳ ସ୍ତ୍ରୀ ମାନଙ୍କୁ ହିଁ ଦୋଷୀ ଭାବେ ବିଚାର କରୁଛି !ସେହିପରି ସ୍ତ୍ରୀ ମାନଙ୍କୁ ଦୂରେଇ ରଖିବା ଏବଂ ସେମାନଙ୍କୁ ଘୃଣାରେ ଦେଖିବା, କେବଳ ତାଙ୍କୁ ହିଁ ଦଣ୍ଡ ଦେବା କରୁଛି !ହେଲେ ଅନେକ ମହିଳାଙ୍କୁ ଅପହରଣ କରିବା, ସେମାନଙ୍କର ବନ୍ଧୁବାନ୍ଦବ ଏବଂ ପରିବାର ସଭ୍ୟମାନଙ୍କ ଦ୍ଵାରା ବ୍ୟାବିଚାର ଗୃହକୁ ବିକ୍ରୟ କରିବା ଆମେ ଅନେକ ଥର ଜାଣି ଥିବା !ନିଶ୍ଚିତ ଭାବେ ବ୍ୟାବିଚାର ହେଉଛି ଏକ ପାପ !ସେଥିରେ କୌଣସି ପରିବର୍ତ୍ତନ ନାହିଁ !ଆମ ଯୀଶୁଖ୍ରୀଷ୍ଟ ପାପକୁ ଘୃଣା କରନ୍ତି, କିନ୍ତୁ ପାପୀଙ୍କୁ ପ୍ରେମ କରନ୍ତି !

 

ପବିତ୍ର ବାଇବଲ ଯୋହନ ସୁସମାଚାର ଆଠ ଅଧ୍ୟାୟରେ ବ୍ୟାବିଚାର ଦ୍ଵାରା ଧରା ପଡିଥିବା ଜଣେ ସ୍ତ୍ରୀଙ୍କ ବିଷୟରେ ଆମେ ପଡୁଛୁ !ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ପଥର ଫୋପାଡ଼ି ମାରିବାକୁ ଯୀଶୁଙ୍କ ନିକଟକୁ ଆଣିଲେ !କିନ୍ତୁ ଯୀଶୁ ଦେଇଥିବା ଉତ୍ତର, ସେମାନଙ୍କ ହୃଦୟରେ ଭେଦକଲା !ଯୀଶୁ ସେମାନଙ୍କୁ କହିଲେ,ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ !ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ !ସେଥିରେ ଯୀଶୁ ଗର୍ଜନ ନ କରି ତାହାକୁ କହିଲେ, ଆଜିଠାରୁ ଆଉ ପାପ କର ନାହିଁ ।ସମସ୍ତେ ପାପ କରି, ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ମହିମା ପାଇ ପାରୁ ନାହାନ୍ତି, ଏହା ପବିତ୍ର ବାଇବଲ କହେ !ତେଣୁକରି ମଣିଷ ରୂପେ ଜନ୍ମ ନେଇଥିବା ସମସ୍ତେ ପାପୀ ଅଟନ୍ତି !ଆମକୁ ପାପରୁ ଉଦ୍ଧାର କରିବାକୁ ଯୀଶୁଖ୍ରୀଷ୍ଟ କୃଶରେ ଝୁଲିଲେ !

 

ହଁ ପ୍ରିୟ ବନ୍ଧୁଗଣ, ଆମେ ଆଜି ପର୍ଯ୍ୟନ୍ତ ପାପୀ ହୋଇଥିଲେ ବି ଯୀଶୁ ଆମକୁ ହୃଦୟଙ୍ଗମ କରିବା ସଦୃଶ୍ୟ ଆମ୍ଭେମାନେ ମଧ୍ୟ ଅନ୍ୟର ଅପରାଧକୁ କ୍ଷମା କରିବା ଆମର ଦାଇତ୍ୱ ଅଛି !ଅନ୍ୟମାନଙ୍କୁ ଦୋଷୀ ରୂପେ ନିର୍ଦ୍ଧାରଣ କରିବାକୁ ଆମର ଯୋଗ୍ୟତା ନାହିଁ !ବ୍ୟବିଚାରିମାନେ ଆମକୁ ପାପୀ ରୂପେ ଦେଖା ଗଲେବି, ପ୍ରଭୁ ଯୀଶୁ ସେମାନଙ୍କୁ ବହୁମୂଲ୍ୟ ଆତ୍ମା ସଦୃଶ୍ୟ ଦେଖୁଛନ୍ତି !ଯୀଶୁ ସେମାନଙ୍କୁ

 

ହୃଦୟଙ୍ଗମ କଲା ସଦୃଶ୍ୟ ଆମେ ମଧ୍ୟ ସେମାନଙ୍କୁ ହୃଦୟଙ୍ଗମ କରିବା ଉଚିତ !ସାନ୍ତ୍ୱନା ଦେବା କଥା କହି, ସେମାନଙ୍କୁ ପ୍ରଭୁଙ୍କର ସତ୍ୟତା କହିବା ବେଳେ, ସେମାନେ ପରିତ୍ରାଣ ପାଇବେ ତ !ତେଣୁକରି ପାପୀଙ୍କୁ ପ୍ରେମ କରିବା, ପ୍ରଭୁଙ୍କର ପ୍ରେମକୁ ପ୍ରକାଶିତ କରିବା !ଆତ୍ମାର ରୋଜଗାର କରିବା !ଆମେନ୍ !

- ଶ୍ରୀମତୀ ଷ୍ଟେଫି ରାକସନ 

 

ପ୍ରାର୍ଥନାର ଅଂଶ :-

ଦେଶ ନିମନ୍ତେ ଦ୍ଵାର ମଧ୍ୟରେ ଠିଆ ହୋଇ ପ୍ରାର୍ଥନା କରି ନୂତନ ପ୍ରାର୍ଥନା ଦୋଳ ସୃଷ୍ଟି ନିମନ୍ତେ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet