Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-07-2022
Share:

By Village Missionary Movement

Saturday, 30-Jul-2022

ଆଜିର ବାକ୍ୟ (Oriya) 30-07-2022

 

କୃତଜ୍ଞତାକୁ ପ୍ରତ୍ୟାଶା କରନ୍ତୁ ନାହିଁ 

 

“ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା ।“ - ଗାଲାତୀୟ 6:9

 

ଆମ୍ଭେମାନେ ବସବାସ କରୁଥିବା ଏହି ଭିନ୍ନଭିନ୍ନ ପୃଥିବୀରେ ଅନେକ ପ୍ରକାର ପ୍ରତିକୂଳ ପରିସ୍ଥିତିର ମଣିଷମାନେ ଅଛନ୍ତି !ଆମ୍ଭେ ପ୍ରଭୁଙ୍କର କୃପା ଥିଲା ପରି, ସାକ୍ଷୀ ସଦୃଶ୍ୟ ତାହାଙ୍କ ମଧ୍ୟରେ ଜୀବନଯାପନ କରିବା ଉଚିତ !ପବିତ୍ର ବାଇବଲର ବିଚାରକର୍ତ୍ତା ପୁସ୍ତକରେ କୃତଜ୍ଞତା ନ ଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ଦେଖୁଛୁ !ବିଚାରକର୍ତ୍ତା :-6:1-2 ରେ ମିଦୀୟନୀୟମାନଙ୍କ ହସ୍ତରେ ସମର୍ପଣ ହୋଇ ବାସ ସ୍ଥାନକୁ ଆହାରକୁ ସାତ ବର୍ଷ କାଳ ବହୁ ପରିଶ୍ରମ କରିଥିବା ଇସ୍ରାଏଲ ସନ୍ତାନଗଣଙ୍କୁ, ମିଦୀୟନୀୟମାନଙ୍କ ଠାରୁ ମୁକ୍ତ କରିଥିବା ଗିଦିୟୋନ୍‍ଙ୍କୁ ଇସ୍ରାଏଲ କୃତଜ୍ଞତା ନ ଜଣାଇ, ତା ବଦଳରେ ଗିଦିୟୋନ୍ ଦ୍ଵାରା ଜନ୍ମ ହୋଇଥିବା ସତୁରି ଜଣ ପୁତ୍ର ସନ୍ତାନଙ୍କୁ ହତ୍ୟା କରିବାକୁ ଅଂଶଗ୍ରହଣ କଲେ !ମୋଶା ସେ ଫାରୋ ରାଜାର ସନ୍ତାନ ବୋଲି ଦେଖାଯାଇ ଅଳ୍ପ କାଳ ପାପର ଭୋଗକୁ ଅନୁଭବ କରିବାକୁ ଦ୍ୱେଷ କରି, ସଦାପ୍ରଭୁଙ୍କର ସନ୍ତାନମାନଙ୍କ ସହ ଲାଭ ଅଟେ ବୋଲି ଜାଣିପାରି, ତାଙ୍କ ଭାଇଙ୍କ ସହିତ ସାକ୍ଷାତ କରିବାକୁ ଆସିଥିବା ବେଳେ, ଇସ୍ରାଏଲମାନେ ତାହାଙ୍କୁ ଗ୍ରହଣ ନ କରି, କୃତଜ୍ଞତା ବିହୀନ ହୋଇ ଥିଲେ !

 

ପ୍ରିୟବନ୍ଧୁଗଣ, ତୁମ୍ଭ ଜୀବନରେ ତୁମ୍ଭ ଦ୍ଵାରା ଲାଭ ପାଇଥିବା ଲୋକ ତୁମ୍ଭ ବିରୋଧରେ ଠିଆ ହୋଇ ପାରନ୍ତି !ପ୍ରଭୁ ଆପଣଙ୍କ ଦ୍ଵାରା ଅଥବା ଗୋଟିଏ ପରିବାର ଅଳିଆ ଗଦାରୁ ଉର୍ନ୍ନତିର ସିଂହାସନ ବୃଦ୍ଧି କରିଥାଇ ପାରେ !କିନ୍ତୁ ସେମାନେ ପ୍ରଭୁଙ୍କୁ ଭୁଲି ଯାଇ ତୁମ୍ଭଙ୍କୁ ତୁମ ପରିବାରକୁ ଅପମାନିତ କଲା ସଦୃଶ୍ୟ ପରିବର୍ତ୍ତନ ହୋଇ ଥାଇ ପାରନ୍ତି !ଏପରି ଥିବାବେଳେ ଗାଲାତିୟ :-6:9 ରେ କୁହାଯାଇଥିବା ଅନୁଯାୟୀ ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା, ପବିତ୍ର ବାଇବଲ କହୁଛି !ତେଣୁକରି ମନୁଷ୍ୟମାନଙ୍କ ଠାରୁ କୃତଜ୍ଞତା ଅଥବା ପ୍ରଶଂସାକୁ ଆଶା ନ କରି ରହିବା !ତୁମ୍ଭର ବିଶ୍ରାନ୍ତ ସଦୃଶ୍ୟ ତୁମ୍ଭ ଆତ୍ମା ଗୁଡିକ କ୍ଲାନ୍ତ ନ ହୋଇ, ତୁମ୍ଭ ବିରୋଧରେ କାର୍ଯ୍ୟ କରିଥିବା ଯେକୌଣସି ଅବସ୍ଥାରେ ସହ୍ୟ କରି, ପ୍ରଭୁଙ୍କ ଆଡକୁ ଅନାଇ ତାହାଙ୍କୁ ହିଁ ଧ୍ୟାନ କରନ୍ତୁ !

- କେ. ବିନ୍ଯାମିନ 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁରେ ପ୍ରତ୍ୟେକ ଶନିବାର ଦିନ ହେଉଥିବା ଉଜ୍ଜିବ ଆଶାର ସମାବେଶ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al