Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-07-2022
Share:

By Village Missionary Movement

Tuesday, 26-Jul-2022

ଆଜିର ବାକ୍ୟ (Oriya) 27-07-2022

 

କ୍ରୋଧ 

 

“ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ ? ଆଉ କାହିଁକି ଦୁଃଖିତ ହେଉଅଛ ?” - ଆଦି ପୁସ୍ତକ 4:6

 

ବେଲଜିୟମ ନାମକ ଦେଶରେ ଥିବା ଆର୍ଟବର୍ପ ନଗରରେ ଜଣେ ବୟସ୍କ ବ୍ୟକ୍ତି ନିର୍ମମ ଭାବେ ହତ୍ୟା କରାଗଲା !ପୋଲିସଙ୍କ ତଦାରଖ ହତ୍ୟା ହୋଇଥିବା ବ୍ୟକ୍ତିର ନାମ ମାରିଆ ୱେଳିଡାନ ବୋଲି ଜଣାଗଲା !ସେ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ୍ୟ ବୋଲି ପରିଚିତ ପାଇଲା !2020 ମସିହା ନଭେମ୍ବର ମାସ ଘଟିଥିବା ଏହି ହତ୍ୟାରେ, ଅନେକ ଦିନ ପରେ ୟୁବେଣ୍ଟ ନାମକ ହତ୍ୟାକାରୀ କାରାଗାରରେ ବନ୍ଧୀ ହେଲା !

 

ହତ୍ୟାକାରୀଙ୍କ କଥା ଶୁଣି ଅନେକ ଭୟରେ ଥରିଗଲେ !ହତ୍ୟାରେ ସ୍ବୀକାରୀ ହୋଇଥିବା ୱେଳିଡାନ ତାଙ୍କର ପ୍ରଥମ ଶ୍ରେଣୀର ଶିକ୍ଷୟତ୍ରୀ ଅଟେ !ୟୁବେଣ୍ଟ କହିଲା, ଦିନେ ଶ୍ରେଣୀ ଗୃହରେ ମୋତେ ଅସହ୍ୟରେ ଗାଳିଗୁଲଜ କରି ଅଟହାସ୍ୟ କରିବା ମୁଁ ସହ୍ୟ କରିପାରିଲି ନାହିଁ !ଶିକ୍ଷୟତ୍ରୀଙ୍କୁ କ୍ରୋଧର ପ୍ରତିକାର ସୁଝାଇବାକୁ ମୋ ଠାରେ ବଢ଼ୁ ଥାଏ !ଦିନେ ରାସ୍ତାରେ ଚାଲିଚାଲି ଯାଉଥିବା ତାଙ୍କୁ ଦେଖିବା କ୍ଷଣି ନିଜକୁ ମୁଁ ସମ୍ଭାଳି ପାରିଲି ନାହିଁ !ଛୁରୀରେ 101 ଥର ଭୁଷି ହତ୍ୟା କଲି !ଏଥିରେ ଥଟ୍ଟାର ବିଷୟ ହେଉଛି, ୟୁବେଣ୍ଟ ଜଣେ ଭକ୍ତିପୂତ ଖ୍ରୀଷ୍ଟିଆନ ଅଟେ !ପଡୋଶୀମାନେ କହନ୍ତି, ଘର ନ ଥିବା ଦରିଦ୍ର ଲୋକଙ୍କୁ ସେ ଯାହା ସାହାଯ୍ୟ କରିବା କଥା ସାହାଯ୍ୟ କରେ !ତିରିଶି ବର୍ଷ ପରେ ଘଟିଥିବା ଘଟଣା କ୍ରୋଧର ପ୍ରତିକାରର ଘଟଣା ଅଟେ ବୋଲି ଏହା ଆମକୁ ଏକ ଶିକ୍ଷା ଦେଉଛି !

 

ପବିତ୍ର ବାଇବଲର ଆଦି ପୁସ୍ତକ ଚାରି ଅଧ୍ୟାୟରେ ଘଟିଥିବା ଏକ ହତ୍ୟା ବିଷୟରେ ଆମେ ପଡୁଛୁ !ତାହାର ବ୍ୟବହାର ମନ୍ଦ ଅଟେ ବୋଲି ଜାଣି ପାରି ମଧ୍ୟ ତାହାର ଭାଇ ହେଵଲଙ୍କୁ ତାର କ୍ରୋଧର ପ୍ରତିକାର ସ୍ୱରୂପ କୟୀନ ହତ୍ୟା କଲା !ଯେକୌଣସି ମଣିଷ ହେଉ କ୍ରୋଧ ନାମକ ସ୍ଵଭାଵକୁ ସ୍ଥାନ ଦେଲା ପରି ହେଲେ ସେଠାରେ ହତ୍ୟା ପରିପୂର୍ଣ୍ଣ ଥିବ !ଦ୍ୱେଷ, କ୍ରୋଧ, ପ୍ରତିକାର, ସ୍ୱରୂପ ସ୍ଵଭାଵ ସବୁକିଛି ଶଇତାନର ସ୍ଵଭାଵ ଅଟଇ !

 

ପ୍ରେରିତ ପାଉଲ ଏଫିସିୟଙ୍କୁ ଲେଖିଥିବା ପତ୍ରରେ ଅପବାଦକୁ ସ୍ଥାନ ଦିଅ ନାହିଁ ବୋଲି ଲେଖିଛନ୍ତି !ସ୍ଵଭାଵରେ ଭୂଲ କରିଥିବା ବ୍ୟକ୍ତି ତାଙ୍କ ବୟସ ହରାଇବେ !ଏହାକୁ ପବିତ୍ର ବାଇବଲରେ ଅନେକ ବାକ୍ୟ କୁହାଯାଇଛି !ଗାଲାତିୟ :-5:22-23 ରେ ଲେଖା ଯାଇଥିବା ଅନୁସାରେ, ଆତ୍ମୀୟ ଫଳ ୯ଟି ସ୍ଵଭାଵ ଗ୍ରହଣ କରି, ସେଗୁଡିକ ବୃଦ୍ଧି କରିବାକୁ ପ୍ରାର୍ଥନାରେ ଜାଗିରହିବା, ଯୀଶୁଖ୍ରୀଷ୍ଟ ଆମର ସାହାଯ୍ୟ କରନ୍ତୁ !ଆମେନ୍ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ଦୂରଦର୍ଶନରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା, ପ୍ରଭୁଙ୍କ ନିମନ୍ତେ ସେଵା କରୁଥିବା ବ୍ୟକ୍ତିମାନଙ୍କୁ ସଦାପ୍ରଭୁ ଉଠାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet