By Village Missionary Movement
Monday, 25-Jul-2022ଆଜିର ବାକ୍ୟ (Oriya) 26-07-2022
ପୋତା ହୋଇଥିବା ଧନ
“ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ...।“ - ମାଥିଉ 13:44
ଇଂଲଣ୍ଡ ଦେଶରେ ପୀଟର ୱାଟଲିଙ୍ଗ ନାମକ କୃଷକ ବାସ କରି ଆସୁଥିଲା !ଦିନେ ଇଏ ତାଙ୍କ ଚାଷ କାମ କଲାବେଳେ, ସେହି ବଗିଚାରେ ଗୋଟିଏ ହାତୁଡି ହଜାଇ ଦେଲା !ତାହା ସେହିପରି ଛାଡିଦେଲେ ଚାଷ କାର୍ଯ୍ୟରେ କିଛି ପ୍ରଭାହ ପଡିପାରେ ବୋଲି ତାହା ଖୋଜିବାରେ ବ୍ୟସ୍ତ ହୋଇଗଲା !ସେହି ବିସ୍ତାରିତ କ୍ଷେତରେ ତାହାର ବନ୍ଧୁ ଏରିକଙ୍କ ସହ ମିଶି ହାତୁଡିକୁ ଖୋଜିବା ଲାଗିଥାଏ !କିନ୍ତୁ ସେହି ହାତୁଡିଟି ମିଳିଲା ନାହିଁ !ହେଲେ ଚବିଶି ପାଉଣା ପିତ୍ତଳ ମୁଦ୍ରା, ପାଞ୍ଚଶହ ପୋଷଠି ସୁନାର ମୁଦ୍ରା, ପନ୍ଦର ହଜାର ରୂପା ମୁଦ୍ରା ଏବଂ ଦୁଇଶହ ଅନ୍ୟ ମୁଦ୍ରା ମିଳିଲା !
ନିୟମ ଅନୁଯାୟୀ ପ୍ରଥମେ ଇଏ ପୋଲିସଙ୍କୁ ଜଣାଇଲା !ଆର ଦିନ ଗୋଟିଏ ଭୂଖନନ ଦୋଳ ସେଠାକୁ ଆସି ଖୋଜିବା ଆରମ୍ଭ କଲା ବେଳେ ହଜିଲା ହାତୁଡି ମିଳିଲା !ଏହି ପ୍ରକାରରେ ଭଣ୍ଡାର ସନ୍ଧାନକାରିକୁ ସନ୍ଧାନରେ ପାଇଁଥିବା ଦ୍ରବ୍ୟର ମୂଲ୍ୟଟି ପୁରସ୍କାର ରୂପେ ଦେବା ଉଚିତ !ସେଥିପାଇଁ ମିଳିଥିବା ସେଇ ଶୋହଳ କୋଟି ଟଙ୍କା ପୀଟର ଏବଂ ତାହାଙ୍କ ସହଯୋଗୀ ଏରିକ ସମାନ ଭାବେ ବଣ୍ଟନ କଲେ !ଏହି ଭଣ୍ଡାର ସନ୍ଧାନକାରୀର ଖୁସିର ସୀମା ନାହିଁ !ଏହା ଠାରୁ ମହାନ ମୁଦ୍ରା ପରମେଶ୍ୱର ଆମ ନିମନ୍ତେ ରଖିଛନ୍ତି !
ସ୍ୱର୍ଗରାଜ୍ୟ କ୍ଷେତରେ ଗୁପ୍ତ ହୋଇଥିବା ଧନ ସଦୃଶ୍ୟ ବୋଲି ଯୀଶୁଖ୍ରୀଷ୍ଟ କହନ୍ତି !ତାହାକୁ ସନ୍ଧାନ କରିଥିବା ବ୍ୟକ୍ତି ସେହି ମୁଦ୍ରାକୁ ପାଇଥିବା ଖୁସିଠୁ ହଜାର ଗୁଣ ଖୁସିରେ ଆନନ୍ଦିତ ହେବେ !ଏହି ଭଣ୍ତାର ପାଇବାକୁ କେବଳ ଗୋଟିଏ ମାତ୍ର ସର୍ତ୍ତ ଅଛି, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ ଦ୍ଵାରା ଧୌତ ହେବା ଉଚିତ !ସେହିପରି ଧୌତ ହେଲେ, ତାହାର କୃପାର ମହାନ ଐଶ୍ୱର୍ଯ୍ୟ ସନ୍ଧାନ କଲେ, ଏହି ପୃଥିବୀ, ଧନ, ସମ୍ପତି, ସବୁକିଛି ଆମକୁ ଅଳିଆ ଗଦା ସଦୃଶ୍ୟ ଦେଖାଯିବ !
ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଆପଣ ଧୌତ ହେଲ କି ? ଯୀଶୁଙ୍କ ରକ୍ତ ପ୍ରତ୍ୟେକ ପାପରୁ ଆମକୁ ପବିତ୍ର କରିବ !ତାହାଙ୍କ ପବିତ୍ର ରକ୍ତ ହିଁ ଆମକୁ ଧୌତ କରି ପାରିବ !ସ୍ୱର୍ଗ ରାଜ୍ୟ ନିମନ୍ତେ ଆମକୁ ଅଧିକାରୀ କରି ପାରିବ !ଆମେ ତାହାଙ୍କ ରକ୍ତରେ ଧୌତ ହେବାକୁ ଆଜି ହିଁ ସମର୍ପିତ ହେବା, ସେ ଆମକୁ ପବିତ୍ର କରିବ, ସ୍ବର୍ଗୀୟ ଭଣ୍ଡାର ଦେବ !ଆମେନ୍ !
- ଭାଇ ହାରିଶ ଶାମୂଏଲ
ପ୍ରାର୍ଥନାର ଅଂଶ :-
ପ୍ରାର୍ଥନା ଏବଂ ଆର୍ଥିକ ଦାନ ମାଧ୍ୟମରେ ସେଵାକୁ ସହଯୋଗ କରୁଥିବା ଅଂଶୀଦାରଙ୍କ ସନ୍ତାନମାନଙ୍କ ବିଦ୍ୟା, ବାଣିଜ୍ୟ ଏବଂ ଚାକିରୀରେ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.