Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-07-2022 (Youth Special)
Share:

By Village Missionary Movement

Sunday, 24-Jul-2022

ଆଜିର ବାକ୍ୟ (Oriya) 25-07-2022 (Youth Special)

 

"...ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ ? ତୁମ୍ଭମାନଙ୍କ ହୃଦୟ କ'ଣ ଜଡ଼ ହୋଇ ରହିଅଛି ?..." - ମାର୍କ 8:17-18

 

1. ଦେବାଳୟରେ ଦାନ ସଂଗ୍ରହ କରିବା ବେଳେ ସାର୍ଟ ପକେଟରୁ ଦଶ ଟଙ୍କା ଅବା ପଚାଶ ଟଙ୍କା କାଢି ଦାନ କରିବାବେଳେ ସେହି ଟଙ୍କା ଅଧିକା ଲାଗେ !ମାତ୍ର ସାଙ୍ଗସାଥୀଙ୍କ ସହ ସୋଫିଙ୍ଗମୋଲକୁ ଯିବାବେଳେ ସେହି ଟଙ୍କା ଅତି କମ ଲାଗେ !କଣ ଏହା ଅଜବ ନୁହେଁ କି ? 

 

2. ଦେବାଳୟକୁ ଯାଇ ଦୁଇ ଘଣ୍ଟା ତିରିଶି ମିନିଟ ଆରାଧନାରେ ବସିବା ବେଳେ ତାହା ବହୁ ସମୟ ପରି ଲାଗେ, ମାତ୍ର ସିନିମା ଦେଖିବା ବେଳେ ସେହି ଦୁଇ ଘଣ୍ଟା ତିରିଶି ମିନିଟ ଅତି କମ ସମୟ ପରି ଲାଗେ !ଏହା କଣ ଅଜବ ନୁହେଁ କି ? 

 

3. ପବିତ୍ର ବାଇବଲର ଗୋଟିଏ ଅଧ୍ୟାୟ ପଢିଲେ ସଂଗ୍ରାମ କଲା ଭଲି ଲାଗେ, ମାତ୍ର କବିତା, କାହାଣୀ ବହି ଗୁଡିକ ଶହଶହ ପୃଷ୍ଠା ପଢିବା ବେଳେ ବୋର ଲାଗେ ନାହିଁ !କଣ ଏହା ଅଜବ ନୁହେଁ କି ? 

 

4. ମଣ୍ଡଳୀର ବିଶେଷ ସମାବେଶ ନିମନ୍ତେ ଦୁଇ ସପ୍ତାହ ପୂର୍ବରୁ ଶୁଣି ଥିବା ଆମେ ଶେଷ ଆଡକୁ ଅଜଣା ଏକ ଭୋଜ ନିମନ୍ତେ ସମାବେଶରୁ ଦୂରେଇ ଯାଉଛୁ !କଣ ଏହା ଅଜବ ନୁହେଁ କି ?

 

5. ବିଦ୍ୟାଳୟ ସମାପ୍ତି ହେବା ସଙ୍ଗେ ସଙ୍ଗେ ପନ୍ଦର ମିନିଟ ପ୍ରାର୍ଥନାର ସମାବେଶକୁ ଡାକିଥିବା ବନ୍ଧୁମାନଙ୍କ ସହ ବସ ଚାଲିଯିବ କହି କାନ୍ଦରେ ମୁଣାଟି ଝୁଲାଇ ଶୀଘ୍ରଶୀଘ୍ର ଯାଉଥିବା ଆମେ ବନ୍ଧୁମାନେ ଦେଉଥିବା ଜନ୍ମଦିନର ଭୋଜିକୁ ତଦ୍ରୁପ ଚାଲି ଯାଉ ନାହୁତ !କଣ ଏହା ଅଜବ ନୁହେଁ କି ? 

 

6. ଖବରକାଗଜର ସମ୍ବାଦ ଏବଂ ଦୂରଦର୍ଶନର ଖବରକୁ ଯାହା ଲେଖା ଥିବ ତାହାକୁ ବିଶ୍ୱାସ କରୁଥିବା ଆମେ, ପବିତ୍ର ବାଇବଲରେ କୁହାଯାଇଥିବା ବାକ୍ୟକୁ ପ୍ରଶ୍ନ ଏବଂ ସନ୍ଦେହ ଆସୁଛୁ, କଣ ଏହା ଅଜବ ନୁହେଁ କି !

 

7. ଜଣେ ବସ ଚାଳକକୁ ବିଶ୍ୱାସ କରି, ଧୌର୍ଯ୍ୟରେ ବସ ଚଢ଼ୁଥିବା ଆମ୍ଭେ, ଆମକୁ ସୃଷ୍ଟି କରି ଥିବା ପରମେଶ୍ୱରଙ୍କୁ ବିଶ୍ୱାସ କରି ଆମ ଜୀବନକୁ ତାହାଙ୍କ ହସ୍ତରେ ସମର୍ପଣ କରିବାକୁ ପଛଘୁଞ୍ଚା ଦେଉଛୁ !ଏହା କଣ ଅଜବ ନୁହେଁ କି ? 

 

8. ଘରର ଖର୍ଚ୍ଚ ନିମନ୍ତେ କେବେକେମିତି ଏକଶହ ଟଙ୍କା ମାଗିବା ମାଆଙ୍କୁ କେତେଯେ ପ୍ରଶ୍ନ କରୁଥିବା ଆମେ, ବିନାହେଲମେଟରେ ଧରା ପଡି ପୋଲିସକୁ ସଙ୍ଗେସଙ୍ଗେ ଏକଶହ ଟଙ୍କା କାଢି ଦେଇ ଦେଉଛୁ ତ !କଣ ଏହା ଅଜବ ନୁହେଁ କି ? 

 

9. ଦେବାଳୟରେ ଗୋଟିଏ ଆତ୍ମୀୟ ପୁସ୍ତକ କ୍ରୟ କରିବାକୁ ଯିବାବେଳେ ଘରେ ଅଧିକା ଟଙ୍କା ଦିଅନ୍ତି ନାହିଁ ବୋଲି କହୁଥିବା ଆମେ ମାତ୍ର ନୂଆ ପୋଷାକ ସିଲେଇ କରିବା ନିମନ୍ତେ ପାଞ୍ଚଶହ ଟଙ୍କା ଅବା ଛ'ଶହ ଟଙ୍କା ଦେଇ ଦେଉଚୁତ !କଣ ଏହା ଅଜବ ନୁହେଁ କି ? 

 

10. ସ୍ୱର୍ଗରାଜ୍ୟରେ ଯେପରି ହେଲେ ଗୋଟିଏ ସ୍ଥାନ ପାଇବା ଉଚିତ ବୋଲି ଇଚ୍ଛା କରୁଥିବା ଆମ୍ଭେ,ମାତ୍ର ମରିବାକୁ ଇଚ୍ଛା କରୁ ନାହୁଁ !କଣ ଏହା ଅଜବ ନୁହେଁ କି ? 

 

- ଭଉଣୀ କୋକିଲା 

 

ପ୍ରାର୍ଥନାର ଅଂଶ :-

ଚର୍ଚ୍ଚ ନିର୍ମାଣ କାମ ସମାପ୍ତି ହୋଇ ପ୍ରଭୁଙ୍କର ମହିମା ନିମନ୍ତେ ଯଥାଶୀଘ୍ର ପ୍ରତିଷ୍ଠିତ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio betpipo giriş holiganbet güncel giriş milanobet bahiscasino betpas bahiscasino atlasbet romabet giriş holiganbet giriş bahiscasino ngsbahis betplay holiganbet jojobet casibom romabet betpipo