By Village Missionary Movement
Sunday, 24-Jul-2022ଆଜିର ବାକ୍ୟ (Oriya) 24-07-2022 (Kids Special)
ମୋ ନିମନ୍ତେ
“ସଦାପ୍ରଭୁ ମୋ’ ସମ୍ପର୍କୀୟ ବିଷୟ ସାଧନ କରିବେ;...“ - ଗୀତସଂହିତା 138:8
ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଠିକ ଅଛି କାହାଣୀ ଶୁଣିବା କି ? ଗୋଟିଏ ଘୋର ଅରଣ୍ୟରେ ଅନେକ ପ୍ରକାରର ଜୀବଜନ୍ତୁ ରହିଆସୁ ଥାନ୍ତି !ବଣର ରାଜା କିଏ ବୋଲି ପଚାରିଲେ , ତେବେ ସମସ୍ତେ କହିବେ ସିଂହ ତ !ସେହି ଅରଣ୍ୟରେ ସିଂହ ଅତି ଭଲ ରାଜା ହୋଇଥିଲା !କୌଣସି ପଶୁପକ୍ଷୀକୁ ହତ୍ୟା ନ କରି, କେବଳ ମରି ଯାଉଥିବା ପଶୁପକ୍ଷୀକୁ ହିଁ ତାହାର ଖାଦ୍ୟ ରୂପେ ଗ୍ରହଣ କରୁଥାଏ !ତାହାର ଅରଣ୍ୟରେ ଥିବା ଜନ୍ତୁମାନଙ୍କ ସହ ମିଲାମିଶା ହୋଇ ରହୁଥାଏ !କିନ୍ତୁ ଜନ୍ତୁମାନଙ୍କ ସଂଖ୍ୟା କମି କମି ଯିବା ଯୋଗୁ, ଦିନେ ଗୋଟିଏ ସମାବେଶ ଆୟୋଜନ କଲା !ସେହି ଅରଣ୍ୟକୁ ଶିକାର କରିବାକୁ ଆସୁଥିବା ଶିକାରୀକୁ କେମିତି ଘଉଡ଼ାଇ ଦିଆ ଯିବ, ଏ ବିଷୟରେ ସମସ୍ତ ବଣ୍ୟଜନ୍ତୁ ଆଲୋଚନା କଲେ !ଭିନ୍ନଭିନ୍ନ ଆଲୋଚନା କହିଲେବି ସିଂହ ରାଜାଙ୍କ ମନ ପସନ୍ଦ ହେଲା ନାହିଁ !ଅରଣ୍ୟରେ ଥିବା ଜନ୍ତୁମାନଙ୍କୁ କିପରି ସୁରକ୍ଷା କରିବା ବୋଲି ଗୋଟିଏ ନିର୍ଣ୍ଣୟ ନେଲା !ଆସନ୍ତା କାଲି ଶିକାରୀ ଆସିବା ପୂର୍ବରୁ ସମସ୍ତେ ଗଛ ବୁଦାମୂଳରେ ଲୁଚିକି ରୁହ !ଶିକାରୀଙ୍କ ଆଗରେ କେବଳ ଗୋଟିଏ ପଶୁ ହିଁ ଯିବା ଉଚିତ !ଶିକାରୀଙ୍କ ଲକ୍ଷ୍ୟ ସେଇ ପଶୁଙ୍କ ପ୍ରତି ଥିବାବେଳେ ଆମେ ସମସ୍ତେ ମିଶି ଏକା ଥରକେ ଆକ୍ରମଣ କରିବା ଉଚିତ !ସିଂହରାଜା ପଚାରିଲା, ତୁମ୍ଭମାନଙ୍କ ମଧ୍ୟରେ କିଏ ପ୍ରଥମେ ଶିକାରୀଙ୍କ ଆଗରେ ଧୌର୍ଯ୍ୟରେ ଯିବ ? ତେବେ ସମସ୍ତେ ନିଃଶବ୍ଦ ହୋଇଗଲେ !ତେବେ ସିଂହରାଜା କଥାଦେଲା କି, ଠିକ ଅଛି ମୁଁ ମୋର ଛୁଆଁକୁ ଶିକାରୀର ଆଗକୁ ପଠାଇବି !ସମାବେଶ ଶେଷ ହେଲା !ସବୁ ଜୀବଜନ୍ତୁ ଚାଲିଗଲେ !
ଆରଦିନ କହିବା ଅନୁସାରେ ପ୍ରସ୍ତୁତ ହୋଇ ରହିଥାନ୍ତି !ଶିକାରୀଟି ଆସିଲା !ସିଂହ ଛୁଆଁଟି ଧୌର୍ଯ୍ୟରେ ତାର ଆଗେଆଗେ ଯାଉଛି !ଶିକାରୀଟି ଭାବିଲା, ଆହା.. ଆଜି ଆସିବା କ୍ଷଣି ପାଇଲି ବୋଲି ତୀର ମାରିଲା !ଲକ୍ଷ୍ୟ ନ ହରାଇ ତୀରଟି ସିଂହ ଛୁଆଁକୁ ଆକ୍ରମଣ କଲା !ଠିକ ସେତିକିବେଳେ ସବୁ ଜୀବଜନ୍ତୁ ମିଶି ଶିକାରୀକୁ ଆକ୍ରମଣ କରି ଚାଲିଗଲେ !ସିଂହ ରାଜା ତାର ଛୁଆଁକୁ ହରାଇଲା କିନ୍ତୁ ଅରଣ୍ୟର ସବୁ ପଶୁପକ୍ଷୀର ସୁରକ୍ଷା ହେଲା ବୋଲି ସେ ନିଜକୁ ନିଜେ ସାନ୍ତ୍ୱନା ପାଇଲା !
ପ୍ରିୟ ଭାଇ ଓ ଭଉଣୀମାନେ, ଅରଣ୍ୟରେ ଥିବା ସମସ୍ତ ପଶୁପକ୍ଷୀ ସୁରକ୍ଷିତରେ ରହିବା ଉଚିତ ବୋଲି ତାର କେବଳ ଗୋଟିଏ ମାତ୍ର ଛୁଆଁକୁ ହରାଇ ଥିବା ସିଂହରାଜାଙ୍କ ସଦୃଶ୍ୟ ପିତା ଇଶ୍ୱର ମଧ୍ୟ ଆମେ ଖୁସିରେ ରହିବା ଉଚିତ ଏବଂ ତାହାଙ୍କ ପ୍ରିୟ ସନ୍ତାନ ସଦୃଶ୍ୟ ସୁରକ୍ଷିତରେ ରହିବା ପାଇଁ, ତାର କେବଳ ଗୋଟିଏ ମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ବଳି ରୂପେ ସମର୍ପଣ କଲେ !ତୁମ ନିମନ୍ତେ କୃଶରେ ସବୁକିଛି ପୂର୍ଣ୍ଣ କରିଥିବା ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ତୁମେ ମଧ୍ୟ କିଛି କରିବା ଉଚିତ !କଣ ପିଲାମାନେ କରିବ ତ ?
- ଶ୍ରୀମତୀ ଚିତ୍ରା ଯୋହନ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.