By Village Missionary Movement
Friday, 22-Jul-2022ଆଜିର ବାକ୍ୟ (Oriya) 23-07-2022
ମୋର ଅଭିଳାଷ
“ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।“ - ହିତୋପଦେଶ 23:5
ମୁଁ ଗୋଟିଏ ମୋବାଇଲ ଫୋନ ନିମନ୍ତେ ଅନେକ ଦିନ ହେବ ପ୍ରାର୍ଥନା କରୁଥିଲି !ମାତ୍ର ମୁଁ ପାଇଲି ନାହିଁ !ହେଲେମଧ୍ୟ ପ୍ରାର୍ଥନା କରୁହିଁ ଥାଏ !ସେତେବେଳେ ମୋତେ ଗୋଟିଏ ଆଲୋଚନା ଆସିଲା !ମୋବାଇଲ ଫୋନ ମାଗିଥିବା ମୋତେ ଆତ୍ମୀୟ ବର, ଆତ୍ମୀୟ ଫଳ, କିଅବା ପ୍ରଭୁଙ୍କର ପ୍ରସନ୍ନତା ପାଇବା ନିମନ୍ତେ, ପ୍ରଭୁଙ୍କର ମହିମା ଦେଖିବା ନିମନ୍ତେ କାହିଁକି ଆଲୋଚନା ଆସିଲା ନାହିଁ ? ଏହା ମୁଁ ନିଜକୁ ନିଜେ ପ୍ରଶ୍ନ କଲି !ବିନାଶ ହେଉଥିବା ଗୋଟିଏ ଜିନିଷ ପ୍ରତି ଦେଉଥିବା ମହତ୍ତ୍ୱ ଆତ୍ମୀୟ ବର, ଆତ୍ମୀୟ ଫଳକୁ ନ ଦେଇ, ଦ୍ରବ୍ୟମାନଙ୍କ ପ୍ରତି ମୋ ହୃଦୟ ଅତ୍ୟଧିକ ଆଶା କରୁଛି ବୋଲି ଅତି ଲଜ୍ଜିତ ହେଲି !
ଅନେକ ସମୟରେ ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭେ, ବିଶେଷ ଭାବେ ସେଵା କରୁଥିବା ଏଲିଶାଙ୍କ ସଦୃଶ୍ୟ ଆଶା ନ କରି, ଗେହେଜୀଙ୍କ ସଦୃଶ୍ୟ ଅଭିଳାଷ କରୁଛୁ !ଆମ୍ଭେମାନେ ପୃଥିବୀରେ ଥିବା ଦ୍ରବ୍ୟମାନଙ୍କୁ, କ୍ରିୟା ଗୁଡିକ ନିମନ୍ତେ ଅତ୍ୟଧିକ ପରିଶ୍ରମ କରୁଛୁ !ସେଗୁଡିକୁ ସୁରକ୍ଷା କରିବାକୁ ଅତ୍ୟଧିକ ଜାଗ୍ରତ ନେଉଛୁ !କିନ୍ତୁ ପ୍ରେରିତ ପାଉଲ କହିଲା, ମୋତେ ଲାଭଜଣକ ଜାଗତିକ କାର୍ଯ୍ୟ, ଧନ, ସୁନାମ, ପ୍ରସିଦ୍ଧ ସବୁକିଛି ବିନାଶ କରି, ସେଗୁଡିକ ଅଳିଆ ସହ ସମାନ ରୂପେ ପସନ୍ଦ କରୁଛି !କେବଳ ସେଥିକି ନୁହେଁ ଉର୍ଦ୍ଧରେ ଥିବାକୁ ଜାଗତିକ ସମ୍ବନ୍ଧକୁ ମନ ଦିଅ ନାହିଁ ବୋଲି ଉପଦେଶ କରନ୍ତି !ପାଉଲ ସେବକ ଭାବେ ଯୀଶୁଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା,ମହତ୍ତ୍ୱ ଦେବା ହିଁ ଗୁରୁତ୍ୱ ଥିବାରୁ, ତାହାଙ୍କୁ ଜଗତ ଅଳିଆ ଗଦା ସଦୃଶ୍ୟ ଦେଖାଗଲା !ହଁ ଆମ୍ଭେ ଯାହାକୁ ଗୁରୁତ୍ୱ କରୁଛୁ, ତାହାହିଁ ଆମ ଅଭିଳାଷରେ ପରିବର୍ତ୍ତନ ହୋଇଯିବ !ଏଲିଶା ଓ ଏଲିୟଙ୍କ ଠାରେ ଥିବା ଆତ୍ମୀୟ ବର ଏବଂ ତାହାଙ୍କ ଠାରେ ଥିବା ଅଭିଷେକ ମହାନ ହୋଇ ଦେଖା ଯିବା ଯୋଗୁ, ସେମାନଙ୍କର ଆଲୋଚନା ସବୁକିଛି ସେଥିରେ ହିଁ ଥିଲା !ସତତ ଚେଷ୍ଟାରେ ସଂଗ୍ରାମ କରି ତାହା ପାଇଲା, ଏହା କେତେ ଆଚର୍ଯ୍ୟ ଅଟେ !ଏହିସବୁ ଜାଣି ମଧ୍ୟ ଗେହେଜୀଙ୍କ ମନରେ ପରମେଶ୍ୱରଙ୍କ କାର୍ଯ୍ୟ ନିମନ୍ତେ ଏକ ପ୍ରତିଶତ ଆଗ୍ରହ ନାହିଁ !
ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ପୃଥିବୀର କାର୍ଯ୍ୟ ନିମନ୍ତେ, ପୃଥିବୀର ସମ୍ବନ୍ଧ ଦ୍ରବ୍ୟ ନିମନ୍ତେ ମହତ୍ତ୍ୱ ଦେଇ ପ୍ରାର୍ଥନା କରୁଛୁ କି ? ଆମକୁ କେଉଁ ଆବଶ୍ୟକତା ଅଛି ଜାଣିଥିବା ପରମପିତା, ଏଗୁଡିକ ସଜାଇବା ଶକ୍ତିମାନ ଅଛନ୍ତି !ତେଣୁକରି ପରମେଶ୍ୱରଙ୍କ କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ, ଉର୍ଦ୍ଧରେ ଥିବା ଏବଂ ଜାଗତିକ ସମ୍ବନ୍ଧ ଦ୍ରବ୍ୟ ପ୍ରତି ମନ ଯୋଗ କରନ୍ତୁ ନାହିଁ !
- ଶ୍ରୀମତୀ ବେବି କାମାରାଜ
ପ୍ରାର୍ଥନାର ଅଂଶ :-
ପ୍ରତ୍ୟେକ ଶନିବାର ଘଟୁଥିବା ଉଜ୍ଜିବ ଆଶା ସମାବେଶରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ସଦାପ୍ରଭୁ ମହାନ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.