Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-07-2022 (Youth Special)
Share:

By Village Missionary Movement

Monday, 18-Jul-2022

ଆଜିର ବାକ୍ୟ (Oriya) 18-07-2022 (Youth Special)

 

ବାଡ ବେଢ଼ି ଯତ୍ନ କର 

 

“ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।“ - ହିତୋପଦେଶ 4:23

 

ଗୋଟିଏ ଗାଁରେ ଦୁଇ ଜଣ କୃଷକ ବନ୍ଧୁ ଥାନ୍ତି !ସେହି ଦୁଇ ବନ୍ଧୁ ଦିନେ ପଡ଼ିଆ ଜାଗାରେ ଟମାଟ ଚାଷ କରିବାକୁ ଭାବନା କରି, ଆର ଦିନ ତାହାକୁ ଯାହା କରିବା କଥା କରି ବିହନ ବୁଣିଲେ !ଚାରାଟି ଅଳ୍ପ ବଢିଲା !ପ୍ରଥମ କୃଷକ ସେହି ବଗିଚା ଚାରିପଟେ ବାଡ ଦେଲା !ସଙ୍ଗେ ସଙ୍ଗେ ଟମାଟ ଚରା ସହିତ ବଢ଼ିଥିବା ଘାସ ସବୁକୁ ସଫା କରି ଦେଉଥାଏ !କିନ୍ତୁ ଦ୍ୱିତୀୟ କୃଷକ ପ୍ରଥମ କୃଷକକୁ ଅଟହାସ୍ୟ କରି କହିଲା,ଏହାର କିଛି କାମ ନାହିଁ, ବାଡ ବେଡିବା ଆବଶ୍ୟକ କି, ପାଣି ଢାଳିଲେ ଯଥେଷ୍ଟ !ଦୁଇଜଣଙ୍କ ବଗିଚାରେ ଫଳ ଫଳିଲା !ପ୍ରତିଦିନ ସନ୍ଧ୍ୟାରେ ଦୁଇଜଣ ବଗିଚା ଦେଖିବାକୁ ଗଲା ବେଳେ, ଦ୍ୱିତୀୟ କୃଷକ କୁହେ, ମୁଁ ବାଡ କରିନାହିଁ କି ଅନାବନା ଘାସ ବାଛି ନାହିଁ, କିନ୍ତୁ ମୋ ଜମିରେ ଉତ୍ତମ ରୂପେ ଫଳ ଫଳିଲା !ଆଉ ତୁମେ ବାଡ ଦେବାକୁ ଟଙ୍କା, ଘାସ ବାଛିବାକୁ ସମୟ ବୃଥା କଲ !ଟମାଟ ଗୁଡିକ ଅତି ଉତ୍ତମ ରୂପେ ପାଚିଲା !ଆରଦିନ ପାହାନ୍ତିଆରେ ଜମିକୁ ଆସିଲେ !ବାଡ ଦେଇ ନ ଥିବା ଜମିର ସବୁ ଟମାଟ ଗୁଡିକ ତୋଲା ଯାଇଛି ,ଟମାଟ ଚାରା ଗୁଡିକ ଦଲାଚକଟା ହୋଇ ଅଛି !

 

ପ୍ରିୟ ଯୌବନ ଗଣ, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ ବୋଲି ପବିତ୍ର ବାଇବଲ କହେ !ଆମ ହୃଦୟକୁ ଯତ୍ନ କରିବା କେମିତି ? ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ବାକ୍ୟକୁ ମନରେ ରଖି ଯାତନା ଆସିବା ବେଳେ, ସମସ୍ୟା ଆସିବା ବେଳେ ସେଗୁଡିକୁ ବ୍ୟବହାର କରି ଆମେ ନିଜକୁ ସୁରକ୍ଷା କରିବା ଉଚିତ !ଆମେ ପ୍ରଭୁଙ୍କୁ ଭୟ କରି ପାପକୁ ପରିତ୍ୟାଗ କରି, ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ପ୍ରେମକାରୀ ସଦୃଶ୍ୟ ରହିବା ବେଳେ, ଆମକୁ ଅଟହାସ୍ୟ କରିବା ଲୋକ ଅନେକ ଥିବେ !ସେହିପରି ଅଟହାସ୍ୟ କରିବା ଲୋକଙ୍କ ଜୀବନ ବାହାରେ ଦେଖିଲେ, ତାହା ଅତିଉତ୍ତମ ହୋଇ ଦେଖା ଯିବ !କିନ୍ତୁ ତାହା ବାଡ ବିହୀନ ଜୀବନ ଅଟଇ !

 

ପବିତ୍ର ବାଇବଲରେ ଯୋଶେଫ ଏବଂ ଶାମଶୋନ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଆମେ ଦେଖୁଛୁ !ଏଥିରେ ଯୋଶେଫ ତାଙ୍କ ପବିତ୍ରତାକୁ, ପ୍ରଭୁଙ୍କର ଠାରେ ଭୟରେ ବାଡ ପକାଇ ସୁରକ୍ଷା କଲା !ସେ କେବଳ ପରମେଶ୍ୱରଙ୍କ ଦୃଷ୍ଟିରେ ହିଁ ନୁହେଁ, ମଣିଷମାନଙ୍କ ଠାରେ ବୃଦ୍ଧି ହେଲା !କିନ୍ତୁ ଶାମଶୋନ ତାଙ୍କ ପବିତ୍ରତାକୁ ବାଡ ଦେବାକୁ ଭୁଲି ଯିବା ହେତୁ ଅନ୍ୟ ସମୁଖରେ ହୀନତା ହେଲା !ଆମେ ଏହି ପୃଥିବୀରେ ଛଦ୍ମଵେଶ ପକାଇ ଜୀବନଯାପନ କଲାବେଳେ ଅନେକ ଆଶୀର୍ବାଦର ଜୀବନ ଥିବାବେଳେ, ଶେଷରେ ତାହା ବିନାଶ ଆଡକୁ ନେଇକି ଯିବ !ସେହି ଟମାଟ ବଗିଚା ସଦୃଶ୍ୟ ଆମକୁ ଫଳ ଫଳିବା ଯୁଗ ଅଛି !ଆମେ ଆମ ହୃଦୟକୁ ପରମେଶ୍ୱରଙ୍କ ବାକ୍ୟର ବାଡ ଦେବାବେଳେ ହିଁ ଆମ ଜୀବନ ଖୁସିରେ ରହିବ !ନଚେତ ଶେଷରେ ବିନାଶ ନିଶ୍ଚିତ !ତେଣୁକରି ଅନ୍ୟମାନେ କରୁଥିବା ଅଟହାସ୍ୟ କଥାକୁ ପଛକୁ ଠେଲି ତୁମ ଆଶୀର୍ବାଦର ଜୀବନକୁ ବାଡ ଦେଇ ତାହାକୁ ସୁରକ୍ଷା କର !ଉତ୍ତମ ଫଳ ଦେଉଥିବା ବୃକ୍ଷ ସଦୃଶ୍ୟ ଜୀବନଯାପନ କର !ଆମେନ୍ !

- ସି. ପାଲ ଯେବାଷ୍ଟିନ ରାଜ 

 

ପ୍ରାର୍ଥନାର ଅଂଶ :-

ବିଶେଷ କରି ଯୌବନ ପିଲାମାନଙ୍କୁ, "ହେ ଯୌବନ ଶୁଣ"ନାମକ ପତ୍ରିକା ଦ୍ଵାରା ଯୋଗାଉ ଥିବା ଉପଦେଶ ଗୁଡିକ ଗ୍ରହଣ କରି, ଆତ୍ମୀୟ ଜୀବନରେ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino