Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-07-2022
Share:

By Village Missionary Movement

Thursday, 14-Jul-2022

ଆଜିର ବାକ୍ୟ (Oriya) 15-07-2022

 

ଶକ୍ତିଶାଳୀ ବିଶ୍ୱାସ 

 

“ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।“ - ଗୀତସଂହିତା 81:10

 

ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖିବା ବେଳେ, ତାହା ଦ୍ଵାରା ପାଉଥିବା ଫଳ କଣ ଜାଣିଛ କି ? ପରିତ୍ରାଣ ମିଳିବ, କେତେ ଆନନ୍ଦ ? ଜିଖରୀୟ ପରିତ୍ରାଣ ପାଇବା କ୍ଷଣି କଣ କଲା ? ମୋର ସମ୍ପତ୍ତିର ଅଧା ଅଂଶ ଦରିଦ୍ରମାନଙ୍କୁ ଦେଉଛି !ଜଣେ ପରିତ୍ରାଣ ପାଇବା କ୍ଷଣି, ପରମେଶ୍ୱର ସୃଷ୍ଟି କରିଥିବା ମଣିଷମାନଙ୍କୁ ପ୍ରେମ କରିବ !

 

ଜର୍ଜ ମୁଲ୍ଲାର ନାମକ ଜଣେ ପ୍ରଭୁଦାସ ଯୀଶୁଙ୍କ ନାମରେ ବିଶ୍ୱାସ ରଖିବା ଦ୍ଵାରା ହଜାର ହଜାର ଛୋଟ ପିଲାଙ୍କ ପିତା ହେଲା !ତାଙ୍କୁ ଦେଖାଶାଖା କରିବାକୁ ପ୍ରଭୁଙ୍କ ଛଡା ଆଉ କାହାକୁ ବିଶ୍ୱାସ କଲା ନାହିଁ !ଆଉ କାହାକୁ କିଛି ମାଗି ନାହାନ୍ତି !ବ୍ରିସତଲରେ ହୋମ ଆରମ୍ଭ କରିବା ପୂର୍ବରୁ, ତାର ବ୍ୟକ୍ତିଗତ ଧ୍ୟାନରେ ବାଇବଲ ଅଧ୍ୟୟନ କଲାବେଳେ ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା ବୋଲି ପ୍ରତିଶୃତି ଦିଆଗଲା !ଏହା ହିଁ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଆଧାର ଭାବେ ପରିବର୍ତ୍ତନ ହୋଇଗଲା !ଆବଶ୍ୟକତା ଆସିବା ବେଳେ ପରମେଶ୍ୱରଙ୍କ ଠାରୁ ଆସିବା ସାହାଯ୍ୟ, ତାହାଙ୍କୁ ବିଶ୍ୱାସରେ ସ୍ଥିର କଲା !ଜର୍ଜ ମୁଲ୍ଲାର ସଦାବେଳେ ଗୋଟିଏ ପୁସ୍ତକ ହାତରେ ଧରି ରହିଥାନ୍ତି !ଦୁଇଟି ପୃଷ୍ଠା ମଧ୍ୟରେ, ଗୋଟିଏ ଠାରେ ସେ ପ୍ରଭୁଙ୍କ ଠାରେ କରିବା ଅନୁରୋଧ, ତାର ପଡୋଶୀ ପୃଷ୍ଠାରେ ତାଙ୍କୁ ଆସୁଥିବା ଉତ୍ତର ଗୁଡିକ ଲେଖିକି ରଖନ୍ତି !ଏହା ଦ୍ଵାରା ତାହାର ଅନୁରୋଧ, ପ୍ରତ୍ୟେକ ଭାବେ ନିଶ୍ଚିତ ଭାବେ ଆସୁଥିବା ଉତ୍ତର ଗୁଡିକ ବିଷୟରେ ଉତ୍ତମ ଆଧାର ଥିଲା !ଏହି ଅଭ୍ୟାସକୁ ଅନୁସରଣ କରି, ସଦାପ୍ରଭୁ କଢାଇ ନେବା ଦେଖି, କୃତଜ୍ଞତା ପୂର୍ଣ୍ଣ ହୃଦୟରେ, ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଉଥାନ୍ତି !

 

ମାଗ ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ! (ଯୋହନ :-16:24)ବାକ୍ୟରେ କୁହାଯାଇଛି ! ହଁ ବିଶ୍ୱାସର ବୀର ନାମରେ ଜର୍ଜମୁଲ୍ଲାର ନାମିତ ହେଲା !ବିଶ୍ୱାସ କଲେ ପରମେଶ୍ୱରଙ୍କ ମହିମା ଦେଖି ପାରିବା !ବିଶ୍ୱାସର ରୂପକ ଭାବେ ମୁଖ ବଡ଼ କରି ମେଲାଇବା ଉଚିତ !

 

ପବିତ୍ର ବାଇବଲରେ ଜଣେ ଅନ୍ଧ ଭିକାରି ମୁଖମେଲାଇ ହେ, ଦାଉଦ ସନ୍ତାନ ମୋତେ ଦୟା କର ବୋଲି ମୁଖ ବଡ଼ କରି ମେଲାଇବା ସଦୃଶ୍ୟ ଆମେ ମଧ୍ୟ ଇଶ୍ୱରଙ୍କୁ ଡାକିବା ଉଚିତ !ରକ୍ତସ୍ରାବ ରୋଗରେ ପୀଡିତା ସ୍ତ୍ରୀ ତାର ମନରେ ଥିବା ବିଶ୍ୱାସକୁ ରୂପକ ଭାବେ ଯୀଶୁଖ୍ରୀଷ୍ଟଙ୍କୁ ପଛରେ ଆସି ତାହାଙ୍କ ବସ୍ତ୍ରକୁ ସ୍ବର୍ଶ କରି ସୁସ୍ଥ ହେଲା ସଦୃଶ୍ୟ ଆମେ ମଧ୍ୟ ବିଶ୍ୱାସରେ ଚାଲିବା ବେଳେ ନିଶ୍ଚୟ ଅଦଭୂତ ଗୁଡିକ ଦେଖିବା !ବିଶ୍ୱାସ ବିଷୟରେ ଶିକ୍ଷା ଦେଇଥିବା ଯୀଶୁଙ୍କ ଆଡକୁ ଅନାଇବାକୁ ଆପଣମାନେ ସିଦ୍ଧ କି ? 

- ଶ୍ରୀମତୀ ବିହୁଲା ସ୍ୱେଲବ ରାଜ 

 

ପ୍ରାର୍ଥନାର ଅଂଶ '-

ବାର ଜଣ ମିଶିନାରୀ ମାଧ୍ୟମରେ ସେହି ରାଜ୍ୟମାନଙ୍କରେ ଅର୍ପଣ କରିଥିବା ପାଞ୍ଚଶହ ମିଶିନାରୀ ପରମେଶ୍ୱର ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice