By Village Missionary Movement
Wednesday, 03-Feb-2021ଆଜିର ବାକ୍ୟ (Oriya) 03-02-2021
ଶିସ୍ୟାଙ୍କର କଣ ଆବଶ୍ୟକ ?
“ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା । ସେ ନାନା ସତ୍କର୍ମ ଓ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ।“ - ପ୍ରେରିତ 9:36
ଖ୍ରୀଷ୍ଟିଆନ ଯୁବକ ତିନି ଜଣ ଗୋଟିଏ ଡଙ୍ଗାରେ ଯାତ୍ରା କରିଥାନ୍ତି !ତିନି ଜଣଙ୍କ ମଧ୍ୟରେ ଗୋଟିଏ ବିଷୟରେ ତର୍କବିତର୍କ ଆରମ୍ଭ ହେଲା !ଜଣେ କହିଲା, ଆମେ ପରମେଶ୍ୱରଙ୍କୁ ନତ ହୋଇ ଚାଲିଲେ ଯଥେଷ୍ଟ, ଅନ୍ୟକୁ ସାହାଯ୍ୟ କରିବା ଦରକାର ନାହିଁ !ଦ୍ୱିତୀୟ ଜଣ କହିଲା, ଆମେ ପରମେଶ୍ୱରଙ୍କୁ ଭକ୍ତିରେ ବଞ୍ଚିଲେ ଯଥେଷ୍ଟ !ମାତ୍ର ତୃତୀୟ ଯୁବକ କହିଲା, ପ୍ରଭୁଙ୍କର ଭକ୍ତି ଅପେକ୍ଷା ଅନ୍ୟକୁ ସାହାଯ୍ୟ କରିବା ହିଁ ପ୍ରାଧାନ୍ୟ !ତିନିଜଣ ତିନି ପ୍ରକାର କହି ଅନେକ ଅନେକ ବିଷୟ ବ୍ୟାଖ୍ୟା କରି ତର୍କବିତର୍କ କରୁଥାନ୍ତି !ଏହା ଶୁଣୁ ଥିବା ଡ଼ଙ୍ଗା ଚଳାଉ ଥିବା ନାବିକ ତାଙ୍କ ଦୁଇଟି ହାତରେ ଥିବା ଗୋଟିଏ ପାହୁଲା ମାରିବା ବାଡ଼ିକୁ ଡଙ୍ଗାରେ ରଖି ସେହି ଡ଼ଙ୍ଗାକୁ ଗୋଟିଏ ପାହୁଲା ବାଡ଼ିରେ ଚଲାଇବା ଆରମ୍ଭ କଲା !ଡ଼ଙ୍ଗାଟି ଆଉ ବିଲକୁଲ ଆଗକୁ ଘୁଂଚିଲା ନାହିଁ !ଏହା ବୁଝି ପାରି ଥିବା ଡ଼ଙ୍ଗାର ଜଣେ ବ୍ୟକ୍ତି କହିଲା, ବାବୁ ଡ଼ଙ୍ଗାକୁ ଦୁଇଟି ପାହୁଲା ବାଡ଼ିରେ ଚଲାଇଲେ ଡ଼ଙ୍ଗା ଆଗକୁ ଯିବ, ତେବେ ହିଁ ଆମ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବା !ସଂଗେ ସଂଗେ ସେହି ନାବିକ କହିଲା, ଭାଇମାନେ ଏହିପରି ଖ୍ରୀଷ୍ଟିଆନ ଭାବେ,ଓ ଶିସ୍ୟ ଭାବେ ବଞ୍ଚିବାକୁ ହେଲେ ସଦା ପ୍ରଭୁଙ୍କର ଭକ୍ତି ଓ ସତକର୍ମ ଆବଶ୍ୟକ !
ବାଇବଲରେ ମଧ୍ୟ ଟାଵୀଥା ନାମକ ଜଣେ ଶିସ୍ୟା ଦେଖୁଅଛୁ !ତାଙ୍କ ବିଷୟରେ ସମସ୍ତେ କହି ଥିବା ସାକ୍ଷ କଣ ଜାଣିଛ କି ? ସେ ନାନା ସତକର୍ମ ଓ ଦାନକ୍ରିୟା କରିଛନ୍ତି !ସେ ନାନା ସତକର୍ମର ସହିତ ପ୍ରଭୁଙ୍କର ସୁସମାଚାର କରି ଆସିଲା !ଯେତେବେଳେ ଟାଵୀଥା ମରିଗଲେ ତାଙ୍କ ଦ୍ଵାରା ସତକର୍ମ ଗ୍ରହଣ କରିଥିବା ଅନେକ ଲୋକମାନେ ତାଙ୍କ ନିକଟକୁ ଆସି ପିତରଙ୍କୁ ଡାକିଲେ !ପିତର ଆସି, ଆଣ୍ଡୁ ମାଡି ପ୍ରାର୍ଥନା କରି, ଶବ ଆଡକୁ ବୁଲି ପଡି କହିଲେ, ଟାଵୀଥା, ଉଠ !ଟାଵୀଥା ଜୀବନ ପାଇଲା !ଏହା ଦେଖିଥିବା ଅନେକ ଲୋକମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରି ମନ ପରିବର୍ତ୍ତନ ହେଲେ !
ମୋର ପ୍ରିୟ ବନ୍ଧୁଗଣ, ଶିଶ୍ୟ ଭାବରେ ଜୀବନ ଯାପନ କରୁଥିବା ଆମ ଜୀବନରେ ମଧ୍ୟ ପରମେଶ୍ୱରଙ୍କର ଭକ୍ତି ଯେତିକି ଆବଶ୍ୟକ କି, ତାହାଠୁ ଅନ୍ୟକୁ ସାହାଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ !ପ୍ରତ୍ୟୋକ ଖ୍ରୀଷ୍ଟିଆନଙ୍କୁ ପରମେଶ୍ୱରଙ୍କ ଭକ୍ତି ଓ ସତକର୍ମ ମୁଦ୍ରାର ଦୁଇ ପାରଶ୍ୱ ସଦୃଶ୍ୟ ଅଟେ !ସତକର୍ମ ଦ୍ଵାରା ହିଁ ସଦାପ୍ରଭୁଙ୍କର ପ୍ରେମକୁ ଆମେ ବ୍ୟାଖ୍ୟା କରି ପାରିବା !ସେହିପରି ରହିଲେ ହିଁ, ଟାଵୀଥା ଜୀବନ ପାଇଥିବା ପରି ଆମେ ମଧ୍ୟ ମରଣମୁଖରେ ଥିବା ଆମ ଜୀବନରେ, ଜୀବନ ପାଇ, ଆମ ଜୀବନ ଦ୍ଵାରା ଅନେକ ବିଶ୍ୱାସକୁ ଟାଣି ଆଣିବାକୁ ମଧ୍ୟସ୍ଥି ହେବା !ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରି ପ୍ରକୃତ ଶିଶ୍ୟ ହେଲେ, ଯୀଶୁଙ୍କୁ ଅନୁସରଣ କରିବା !ସତକର୍ମ କରି, ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତରେ ବ୍ୟାଖ୍ୟା କରିପାରିବା !
- ଶ୍ରୀମତୀ ଜସ୍ମିନ ଶାମୁଏଲ
ପ୍ରାର୍ଥନା କରନ୍ତୁ :-ସାତ ହଜାର ମିଶିନାରି ଦ୍ଵାରା ଏକ ଲକ୍ଷ ଗ୍ରାମ ଦର୍ଶନ କରିବା ପାଇ ସମର୍ପିତ ସେବକ ମିଳିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.