Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-07-2022
Share:

By Village Missionary Movement

Monday, 11-Jul-2022

ଆଜିର ବାକ୍ୟ (Oriya) 11-07-2022

 

ହେ ଯୌବନମାନେ ଶ୍ରବଣ କର 

 

“ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ; ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।“ - ହିତୋପଦେଶ 20:18

 

ଦିନେ ଜଣେ ବୁଢା ବ୍ୟକ୍ତି, ଗୋଟିଏ ପୁରୁଣା କୋଠାଘରର ଅଫିସ ଠାରେ ଚାକିରୀ କରୁଥିବା ତାର ପୁଅକୁ ସାକ୍ଷାତ କରିବା ନିମନ୍ତେ ଆସିଲା !ଅଜାଣତରେ ସେ ଦିନ ଲିଫ୍ଟଟି ଅକାମିଆ ହେତୁ, ତାର ପୁଅକୁ ସାକ୍ଷାତ କରିବା ଲାଳସାରେ ହସ୍ତରେ ଓଜନ ଧରି କଷ୍ଟରେ ସେହି ଭବନର ସିଡି ଛଡିବାକୁ ଆରମ୍ଭ କଲା !ତୃତୀୟ ମହଲାକୁ ଆସିବା ପରେ ନିଶ୍ୱାସ ନ ପାଇ ହାଲିଆରେ ଠିଆ ହୋଇଗଲା !ସେଠାକୁ ଆସିଥିବା ଜଣେ ଯୁବକ ସେ ବୁଢାଟିକୁ ଦେଖି ଅହୋ.. ହାତରେ ଥିବା ଓଜନରେ ଇଏ କିପରି ସିଡ଼ି ଓଲ୍ଲାଇ ପାରିବ ବୋଲି ଭାବନା କରି ଶୀଘ୍ର ଶୀଘ୍ର ସେ ମୁଣାକୁ ଧରି ତଳକୁ ଓଲ୍ଲାଇ ଚାଲିଗଲା !ସେ ବୁଡ଼ାଟି ଯେତେ ଚିତ୍କାର କରି ଡାକିଲେବି, ଠିଆ ନ ହୋଇ ତଳକୁ ଯାଇ ମୁଣାଟିକୁ ସେଠାରେ ରଖି ଦେଇ,ମୁଁ ଯେତିକି ସାହାଯ୍ୟ କରିବା କଥା, ସେତିକି ସାହାଯ୍ୟ, ସେଇ ବୁଢାଟିକୁ କରିଦେଲି ବୋଲି ଭାବି ସେ ନିଜକୁ ନିଜେ ପ୍ରସଙ୍ଗଶିତ ହୋଇ ଚାଲିଗଲା !ହାଲିଆରେ ତଳକୁ ଆସିଥିବା ସେଇ ବୁଢାଟି ମୁଣାଟିକୁ ଧରି ପୁନଃର୍ବାର ଉପରକୁ ଚାଲିବାକୁ ଆରମ୍ଭ କଲା !ପୁଣି ହାଲିଆ ହୋଇ ଦ୍ୱିତୀୟ ମହଲାକୁ ଆସି ଠିଆ ହେଲା !ସେତେବେଳେ ସେଠାକୁ ଆସିଥିବା ଜଣେ ଯୁବତୀ, ବାପା ମୁଁ ଯାହା ସାହାଯ୍ୟ କରିବା କଥା ତାହା କରିବି କହି ମୁଣାଟିକୁ ନେଇ ତଳକୁ ଓଲ୍ଲାଇ ପଡିଲା !ସେ ମଧ୍ୟ ବୁଝି ନ ପାରି ସେ ମୁଣାଟିକୁ ତଳେ ରଖି ଚାଲିଗଲା !ସଠିକ ଆଲୋଚନା ବିହୀନ କ୍ରିୟା ଗୁଡିକ ଦେଖି କଣ କରିବା ଉଚିତ ନ ଜାଣି ପାରି ଉପରକୁ ଯାଇ ନ ପାରି ଠିଆ ହୋଇଗଲା ସେଇ ବୁଢାବାପା !ଏହାର କାରଣ କଣ ? ଗୋଟିଏ କାର୍ଯ୍ୟକୁ ସଠିକ ରୂପେ ବୁଝି ନ ପାରିବା ତ ? 

 

ପ୍ରଥମ ରାଜାବଳି ବାର ଅଧ୍ୟାୟରେ ଦାଉଦ ଏବଂ ଶଲୋମନଙ୍କ ଶାସନ ସମୟରେ ଗୋଟିଏ ହୋଇ ଥିବା ଇଶ୍ରାଏଲ ରାଜ୍ୟଟି ଦୁଇ ଭାଗରେ ବିଭକ୍ତ ହେବା ବିଷୟରେ ଲେଖା ଯାଇଛି !କାରଣ କଣ ? ପ୍ରାଚୀନମାନେ କହି ଥିବା ପରାମର୍ଶକୁ ଅବହେଳିତ କରି ତାଙ୍କ ସହ ବଢ଼ିଥିବା ଯୁବାମାନଙ୍କୁ ଡାକି ତାଙ୍କ ପରାମର୍ଶକୁ ପଚାରି, ସଠିକ ଅନୁଭୂତି ନ ଥିବା ଲୋକଙ୍କ କଥାକୁ ଶୁଣି ସେମାନେ କହିବା ସଦୃଶ୍ୟ ’ ମୋ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋ’ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁଏଥିପାଇଁ ଗୋଟିଏ ଶାସ୍ତି ଦେବି ବୋଲି ଜନତାକୁ କଠିନ ରୂପେ ଆଜ୍ଞା କଲେ ରିହବୀୟାମ !ଏଥିପାଇଁ ଗୋଟିଏ ଅଂଶ ରିହଵୀୟାମକୁ ତାଙ୍କୁ ରାଜାରୂପେ ନିଯୁକ୍ତି କରିବା ଦ୍ଵାରା ଇଶ୍ରାଏଲ ଦେଶଟି ଯିହୂଦା ଏବଂ ଇଶ୍ରାଏଲ ନାମରେ ଦୁଇ ଭାଗରେ ବିଭକ୍ତି ହୋଇଗଲା !

 

ପ୍ରିୟ ଯୌବନମାନେ, ତୁମ୍ଭ ଜୀବନରେ ତୁମ୍ଭେ ଯାଉଥିବା ଅବସ୍ଥାରେ, ସମସ୍ୟାରେ କାହାର ପରାମର୍ଶ ଶୁଣି ଚାଲୁଛ ? ଅନୁଭୂତି ନ ଥିବା, ସଠିକ ଆଲୋଚନା ନ ଥିବା ଲୋକଙ୍କ ଠାରେ ପରାମର୍ଶ ପଚାରିଲେ, ସେମାନେ ତାଙ୍କ ନିଜ ମନରେ ସଠିକ ବୋଲି ଭାବନା କରି ତାହାକୁ ପରାମର୍ଶ କରି ଆପଣାକୁ ଦ୍ଵନ୍ଦ୍ଵରେ ପକାଇ ଦେବେ !ନେତାମାନେ ନ ଥିବା ଜନତା ନଷ୍ଟ ହୁଅନ୍ତି !ପରାମର୍ଶଦାତା ଅନେକ ରହିବା ସୁରକ୍ଷା ଯୁକ୍ତ ବୋଲି ପବିତ୍ର ଗ୍ରନ୍ଥ କୁହେ !ଦାଉଦ କହନ୍ତି, ମୋର ଚିନ୍ତକ ସଦାପ୍ରଭୁଙ୍କ ସ୍ତୁତି କରିବି !ତୁମକୁ ପରାମର୍ଶ କରିବି, ତୁମ ଚଲା ପଥ ତୁମ୍ଭକୁ ଦେବି !ତୁମ୍ଭ ପ୍ରତି ଦୃଷ୍ଟିପାତ କରି ତୁମ୍ଭକୁ ଆଲୋଚନା କହିବା ବୋଲି କହୁଥିବା ସଦାପ୍ରଭୁଙ୍କ ଠାରେ ପରାମର୍ଶକୁ ମାଗିବା ଉଚିତ !ତାପରେ ତୁମ୍ଭକୁ ଉତ୍ତମ ମାର୍ଗରେ କଢାଇ ନେବା ଆତ୍ମୀୟମାନଙ୍କ ଠାରୁ ଆଲୋଚନାର ପରମର୍ଶ ପାଇ, ତଦ୍ରୁପ ଚାଲିବାକୁ ଚେଷ୍ଟା କରିବା ଉଚିତ !ସେପରି କଲେ ଜୀବନ ସ୍ଥିର ହୋଇ ମଣ୍ଡଳୀକୁ ସମାଜକୁ ତୁମ୍ଭେ ଆଶୀର୍ବାଦ ହୋଇ ଦେଖା ଯିବ !ଆମେନ୍ !

- ଶ୍ରୀମତୀ ବାସନ୍ତି ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ଗୋଟିଏ ମିଶିନାରୀର ବଖରା ନିର୍ମାଣ ନିମନ୍ତେ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ଅଛି, ଏହି ଆବଶ୍ୟକ ପାଇବା ପାଇଁ ଏବଂ ମିଶିନାରୀମାନଙ୍କୁ ସାହାଯ୍ୟ କରିବା ବ୍ୟକ୍ତି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet