By Village Missionary Movement
Sunday, 10-Jul-2022ଆଜିର ବାକ୍ୟ (Oriya) 10-07-2022 (Kids Special)
ଅବଜ୍ଞା ବତକ ଛୁଆଁ
”...ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। " - ଗୀତସଂହିତା 32:5
ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଠିକ ଅଛି ସବୁଦିନ ପରି ଗୋଟେ କାହାଣୀ ଶୁଣିବା କି ? ଗୋଟିଏ ସୁନ୍ଦର ବତକ ତାର ତିନୋଟି ଛୁଆଁ ସହିତ ଆନନ୍ଦରେ ରହୁଥାଏ !ସନ୍ଧ୍ୟା ସମୟରେ ପାଣିରେ ସନ୍ତରଣ କରିବା, ଖାଇବାକୁ,ଖୁସିରେ ଆନନ୍ଦ କରିବାକୁ ମାଆ ବତକ ବାହାରକୁ ନେଉ ଥାଏ !ତୁମେମାନେ ମଧ୍ୟ ଖେଳିବାକୁ ପାର୍କକୁ ଯାଉଛ ତ !ପିତାମାତାଙ୍କ ସହିତ ଦୋକାନକୁ ମଧ୍ୟ ଯାଉଛ ତ !ସେମିତି ଯିବାବେଳେ ପିତାମାତାଙ୍କ କଥାକୁ ଶୁଣି ଭଲ ପିଲା ହୋଇ ରହିବା ଉଚିତ, ଠିକ ଅଛି ତ !ସେଇ ବତକ ଛୁଆଁଙ୍କ ମଧ୍ୟରେ ଗୋଟିଏ ଛୁଆଁ ବହୁତ ହଇରାଣ କରୁଥାଏ !ଠିକ ଅଛି ଆସ, ସମୟ ହୋଇଗଲା, ଘରକୁ ଫେରିଯିବା ବୋଲି ମାଆ କହୁଥିଲେ ମଧ୍ୟ, ସେଇ ହଇରାଣ କରୁଥିବା ବତକଛୁଆଁଟି କିନ୍ତୁ କହେ, ଆସିବି ଗୋ, ଅଳ୍ପ ସମୟ ଅପେକ୍ଷା କର ବୋଲି ଖେଳିଖେଳି ରହିଯାଉ ଥାଏ !ମାଆ ବତକ କହିଲା, ତୁ ଏକଲା ଥିଲେ କୁକୁର ଓ ବିଲୁଆ ଆସି କାମୁଡି ଦେବ, ମୋ ସହିତ ଥିଲେ ହିଁ ତୋର ସୁରକ୍ଷା !ଏସବୁକୁ ସେ ଛୋଟ ବତକ ଛୁଆଁ ମୋଟେ ଶୁଣୁ ନ ଥାଏ !ସେଇ ବତକ ଛୁଆଁ ପଦ୍ମପତ୍ର ପଛରେ ଲୁଚିକି ରହିଯାଉ ଥାଏ !ଦିନେ ଅନ୍ଧାର ହୋଇଯିବା ହେତୁ ମାଆ ବତକ ପଛରେ ଦୁଇଟି ଛୁଆଁ ଚାଲି ପଳାଇ ଯାଉ ଥାନ୍ତି !କିନ୍ତୁ ଏହା, ମୁଁ ଅଳ୍ପ ସମୟ ପରେ ଯିବି, ଶୀଘ୍ରଶୀଘ୍ର ଯାଇ ମାଆ ସହ ମିଶି ଯିବି ବୋଲି ଭାବନା କରି ଆନନ୍ଦରେ ପହଁରି ଛୋଟଛୋଟ ମାଛ ଖାଇ ଖୁସିରେ ଅଛି !ଅର୍ଥାତରେ ବିଲୁଆର ଚିତ୍କାର ଶୁଣି ବହୁତ ଭୟଭୀତ ହେଲା !ଅହୋ.. ମାଆଙ୍କ କଥାକୁ ନ ଶୁଣି, ଖେଳିଖେଳି ରହିଗଲି ତ !ସେଥିକି ହିଁ, ଆଜି ମୁଁ ମଲି ବୋଲି ବହୁତ ଭୟଭୀତ ହେଲାବେଳେ, ଗୋଟିଏ ଭାବନା ଆସିଲା !ଠିକ ଅଛି ମୁଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବି ବୋଲି ଭାବନା କରି, ମୋତେ ଉଦ୍ଧାର କର ଯୀଶୁବାପା, ମୁଁ ଆଜିଠୁ ବିଧେୟତା ହୋଇ ଆଜ୍ଞାବହ ହୋଇ ଉତ୍ତମ ପିଲା ହୋଇ ରହିବି !ମୋତେ ସାହାଯ୍ୟ କରିବୁ ନାହିଁକି, ପ୍ଲିଜ଼, ବୋଲି ପ୍ରାର୍ଥନା କଲା !ତାପରେ ସୁନ୍ଦର ରୂପେ ଫୁଟି ଥିବା ଏକ ପଦ୍ମଫୁଲ ପାଖରେ ଯାଇ ବସିବାରୁ ସେଇ ଫୁଲଟି ସୁରକ୍ଷା କଲା !ସକାଳେ ସୂର୍ଯ୍ୟକିରଣ ସେଇ ପଦ୍ମଫୁଲ ଉପରେ ପଡ଼ିବାରୁ ତାହା ଉତ୍ତମ ରୂପେ ଫୁଟିଲା !ଆଖିଖୋଲିକି ଦେଖିଥିବା ବତକ ଛୁଆଁଟି ତାକୁ ଉତ୍ତମ ରୂପେ ସୁରକ୍ଷା କରିବା ଦେଖି ଯୀଶୁଙ୍କୁ କୃତଜ୍ଞତା ଜଣାଇ, ତାର ଘରକୁ ଯାଇ, ମାଆଙ୍କ କଥାକୁ ଆଜ୍ଞାବହ ହୋଇ ଉତ୍ତମ ଛୁଆଁ ଭାବେ ପରିବର୍ତ୍ତନ ହେଲା !
ପ୍ରିୟ ଭାଇ ଓ ଭଉଣୀମାନେ, ଅବଜ୍ଞା କରିବା ପାପ ତ !ହଁ ଏ ସବୁ ପାପ କି ବୋଲି ଭାବିବା ଉଚିତ ନୁହେଁ !ପାପ ଭୟ ଜନ୍ମାଇବ !ଭୟ ଆନନ୍ଦକୁ ହରାଇ ଦିଏ !ଯୀଶୁବାପାଙ୍କ ରକ୍ତ ତୁମ ପାପକୁ ବିଲୋପ କରିଦେବ !ତୁ ଯୀଶୁଙ୍କ ସହ ଗପସପ କରିବାକୁ ପ୍ରସ୍ତୁତ କି ? ଠିକ ଅଛି ପିଲାମାନେ, ଅବଜ୍ଞା କରିବା ଏକ ପାପ ବୋଲି ଏବେ ଆମେ ଶିଖିଲୁ ତ !
- ଶ୍ରୀମତୀ ଜସ୍ମିନ ଶାମୂଏଲ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.