Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-07-2022
Share:

By Village Missionary Movement

Tuesday, 05-Jul-2022

ଆଜିର ବାକ୍ୟ (Oriya) 05-07-2022

 

ପ୍ରେମ 

 

"...ପ୍ରେମରେ ପରସ୍ପରର ସେବା କର।“ - ଗାଲାତୀୟ 5:13

 

ଲିଓ ଟାଷ୍ଟାଇ ନାମକ ଇଏ ଜଣେ ମହାନ ଖ୍ୟାତନାମ ରଚୟିତା ଅଟେ !ସେ ଲେଖିଥିବା ସର୍ବଦା ଅଦଭୂତ ହୋଇଥିବା ଗୋଟିଏ କାହାଣୀକୁ ପ୍ରଭୁଙ୍କର ବାର୍ତ୍ତା ମାର୍ଗ ମାଧ୍ୟମରେ ଜାଣିବା କି ? 

 

ଜଣେ ମଣିଷକୁ ପ୍ରଭୁଙ୍କର ଠାରୁ ଗୋଟିଏ ବର ଦିଆଗଲା !ପ୍ରଭୁ ପଚାରିଲା, ତୁମର କେଉଁ ବର ଦରକାର ? ତେବେ ସେ ମଣିଷ ମାଗିଲା, ସବୁ ମଣିଷ ମୋତେ ପ୍ରେମ କରିବା ଉଚିତ !ଆରମ୍ଭରେ ଖୁସିରେ ଥିଲେବି, ସେ ଅନ୍ୟମାନଙ୍କୁ ପ୍ରେମ ନ କରି, କେବଳ ସେ ହିଁ ଅନ୍ୟମାନଙ୍କ ଦ୍ଵାରା ପ୍ରେମ ପାଇବା ଯୋଗୁ ବିରକ୍ତି ହୋଇଗଲା !ସେ ପୁନର୍ବାର ପ୍ରଭୁଙ୍କ ନିକଟକୁ ଯାଇ ବର ମାଗିଲା, ମୁଁ ସମସ୍ତଙ୍କୁ ପ୍ରେମ କରିବା ଉଚିତ !ତାହାକୁ ମଧ୍ୟ ପ୍ରଭୁ ଆଜ୍ଞା କଲା !ସେ ସମସ୍ତଙ୍କୁ ପ୍ରେମ କଲାବେଳେ, ତାଙ୍କୁ କେହିବି ପ୍ରେମ କଲେ ନାହିଁ !ମାଲୋ... ଏହି ଭୟଙ୍କର ଅବସ୍ଥାକୁ ଟିକେ ଆଲୋଚନା କରି ଦେଖନ୍ତୁ !ଶେଷରେ ଅନ୍ୟମାନଙ୍କୁ ପ୍ରେମ କରି, ସେମାନଙ୍କ ଠାରୁ ପ୍ରେମ ପାଇବାରେ ହିଁ ପ୍ରକୃତ ପ୍ରେମ ଅଛି ବୋଲି ଜାଣି ପାରିଲା !

 

ପବିତ୍ର ବାଇବଲରେ ଏହାକୁ ଏକ ସଠିକ ଉଦାହରଣ ଅଛି ମାନେ, ତାହା ଆମ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ପ୍ରେମ !ସେ ଆମ୍ଭମାନଙ୍କୁ ପ୍ରେମ କରିବା ହେତୁ ଜଣେ ମଣିଷ ଭାବେ ଏହି ପୃଥିବୀକୁ ଆସିଲେ !କେବଳ ସେତିକି ନୁହେଁ, ଆମ୍ଭ ନିମନ୍ତେ ଏହି ପୃଥିବୀରେ ବାସ କଲା !ଶେଷରେ ତାଙ୍କ ଜୀବନକୁ ହିଁ ଆମ୍ଭ ନିମନ୍ତେ ଅର୍ପଣ କଲା !ତାଙ୍କ ଶରୀରର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଆମ୍ଭ ନିମନ୍ତେ ହିଁ ଝରାଇଲା !ଏହି ପ୍ରେମକୁ ଆମ୍ଭେ ଅନ୍ୟମାନଙ୍କୁ ଦେଖାଇବା ଉଚିତ ବୋଲି ନିରୂପଣ କରିବା ହିଁ ନୁହେଁ ତାହା ଏକ ଆଜ୍ଞା ରୂପେ ଆମକୁ ଦେଲା !ସେହି ଆଜ୍ଞା ହେଉଛି, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।''

 

ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଆମ୍ଭମାନଙ୍କ ମଧ୍ୟରେ କେତେ ଜଣ ଅନ୍ୟକୁ ପ୍ରେମ କରିବାରେ ନ୍ୟାୟରେ ଅଛୁ !ଏହି ପୃଥିବୀରେ ସର୍ବଦା ଅଦଭୂତ ପ୍ରେମ ଗୋଟିଏ ଅଛି !ତାହା ଅନ୍ୟମାନଙ୍କଠୁ କିଛିବି ଆଶା ନ କରି ଦେଖାଇବା ପ୍ରେମ !ଏହା ହିଁ ମୋଦେର ଟେରେସା କହିଥିବା ପଦ, ତୁମ୍ଭ ନିମନ୍ତେ ବଞ୍ଚୁଛି କହିବା ଅପେକ୍ଷା, ତୁମ୍ଭ ଦ୍ଵାରା ବଞ୍ଚୁଛି ବୋଲି ଜଣେ ହେଲେ କହିବା ପରି ଜୀବନଯାପନ କର !ପ୍ରତିଫଳକୁ ଆଶା ନ କରି ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କରିବା,ପ୍ରଭୁଙ୍କର ଆଜ୍ଞାଧୀନ ହେବା !

- ଶ୍ରୀମତୀ ଜ୍ଞାନ ଜ୍ୟୋତି ଶାମଶୋନ 

 

ପ୍ରାର୍ଥନାର ଅଂଶ :-

ଆମ ମିଶିନାରୀ ପିଲାଙ୍କ ବର୍ତମାନ ପାଠ ପଢାକୁ ଆବଶ୍ୟକତା ସଂପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al