By Village Missionary Movement
Tuesday, 02-Feb-2021ଆଜିର ବାକ୍ୟ (Oriya) 02-02-2021
ଖ୍ରୀଷ୍ଟିଆନ କିଏ ?
“ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ । ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ ।“ - ପ୍ରେରିତ 11:26
ବିଦେଶରେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ରକ୍ଷାକର୍ତ୍ତା ବୋଲି ଗ୍ରହଣ କଲେ ହିଁ ଖ୍ରୀଷ୍ଟିଆନ ବୋଲି କୁହାଯାଏ !କିନ୍ତୁ ଆମ ଦେଶରେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇଥିଲେ ଖ୍ରୀଷ୍ଟିଆନ କୁହାଯାଏ !ମାତ୍ର ବାଇବଲ କହୁଛି ଖ୍ରୀଷ୍ଟଙ୍କର ଶିଶ୍ୟମାନଙ୍କୁ ହିଁ ଖ୍ରୀଷ୍ଟିଆନ ବୋଲି କୁହାଯାଇଛି !ସେହିପରି ହେଲେ ଶିଶ୍ୟମାନେ କିଏ ବୋଲି ବୁଝି ପାରିଲେ ହିଁ ଖ୍ରୀଷ୍ଟିଆନ ବୋଲି କୁହାଯିବାକୁ ଯୋଗ୍ୟତା ବ୍ୟକ୍ତି ରୂପେ ବିବେଚନା ହେବାକୁ ଗ୍ରହଣ ଯୋଗ୍ୟ ଅଟୁ !
ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଵାରା ଜ୍ଞାତ ହେବେ । (ଯୋହନ :-13:35) !ଯଦି ଆପଣଙ୍କୁ ମିଳୁ ଥିବା ସମସ୍ତକୁ ଆଶାବାଦୀ କୋଣସି ବ୍ୟକ୍ତି ଶିଶ୍ୟ ଭାବେ ରହି ପାରିବେ ନାହିଁ ବୋଲି ଯୀଶୁଖ୍ରୀଷ୍ଟ କହୁଛନ୍ତି !ଅର୍ଥାତ ତାଙ୍କର ଶିଶ୍ୟ ହେବାକୁ ହେଲେ ତାଙ୍କ ଭଳି ନିଃସ୍ୱାର୍ଥରେ ତାଡନାକୁ ସହ୍ୟ କରିବା ଗୁଣ ଓ ଲକ୍ଷଣ ରହିବାକୁ ପଡିବ !
ଖ୍ରୀଷ୍ଟିଆନ ପରିବାରରେ ଆମେ ଜନ୍ମ ହୋଇ ନେଇ ଥିଲେ ଆମେ ଖ୍ରୀଷ୍ଟିଆନ ହୋଇ ପାରିବା ନାହିଁ !ବିସ୍କୁଟ ଡ଼ବାରେ ମୂଷା ଛୁଆଟାକୁ ଭର୍ତି କଲେ ତାହା ବିସ୍କୁଟ ହୋଇଯାଏ ନାହିଁ !କେବେକି ଗୋଟିଏ ଦିନ ପାପକୁ ପରିତ୍ୟାଗ କରି, ମନପରିବର୍ତ୍ତନ କରି, ଯୀଶୁ ନିଜର ଉଦ୍ଧାରକର୍ତ୍ତା ବୋଲି ସ୍ୱୀକାର କରି ଆନନ୍ଦରେ ରହି ପାରିବା ନାହିଁ !ମନପରିବର୍ତ୍ତନର ଫଳ ପ୍ରତ୍ୟୋକ ଦିନ ଫଳିବାକୁ ହେବ !ଆତ୍ମୀୟ ଫଳ, ସମସ୍ତ ସତ କ୍ରିୟା, ନ୍ୟାୟରେ, ସତ୍ୟତା ଦେଖା ଯାଏ !ଆନ୍ତରିକ ଫଳପ୍ରଦ ନ ହେବା କାର୍ଯ୍ୟକୁ ନତ ନ କରି ତାହାକୁ ଠେଲି ଦେବା !ଫଳ ବିହୀନ ହୋଇ ନ ରହି ସତ୍ୟ କାର୍ଯ୍ୟକୁ ଆମନ୍ତ୍ରଣ ହେବା !ସଦାପ୍ରଭୁଙ୍କର ନିମନ୍ତେ ଫଳିବାକୁ ଆମେ ସମର୍ପିତ ହେବା ଦ୍ଵାରା ପବିତ୍ର ଆତ୍ମା ପରମେଶ୍ୱରଙ୍କର ବାଇବଲ ବାକ୍ୟ ଦ୍ଵାରା ଆମ ସହିତ କଥା ହୋଇ ଆମେ ଫଳ ଫଳିଲା ପରି କରିବେ !ଯୀଶୁଙ୍କର ବିନା କେହିବି ଆମକୁ ସାହାଯ୍ୟ କରି ପାରିବେ ନାହିଁ !ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ତାହାଙ୍କ ଠାରେ ରହିଲେ ତାହାଙ୍କ ପରି ଫଳ ପ୍ରତ୍ୟୋକ ଦିନ ଫଳି ପାରିବ !
ଏହିପରି ବାଇବଲ ଉପଦେଶ ଅନୁଯାଇ ଯୀଶୁଖ୍ରୀଷ୍ଟଙ୍କ ଶିଶ୍ୟ ରୂପରେ ବଂଚିବା ଲୋକ ହିଁ ଖ୍ରୀଷ୍ଟିଆନ !ଆମେ ବାଇବଲ କହୁଥିବା ଖ୍ରୀଷ୍ଟିଆନ ଭାବରେ ବଞ୍ଚୁଛୁ କି ? ଆଲୋଚନା କରିବା !
- ଶ୍ରୀମତୀ ଗୀତା ରିଚାରଡ଼
ପ୍ରାର୍ଥନା କରନ୍ତୁ :-ହଜାର ଲୋକ ବସି ଉପାସନା କରିବା ପ୍ରାର୍ଥନା ଘର ବାନ୍ଧିବା ନିମନ୍ତେ ଆର୍ଥିକ ସାହାଯ୍ୟ ପ୍ରଭୁ ଯୋଗାଇବା
ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.