By Village Missionary Movement
Monday, 04-Jul-2022ଆଜିର ବାକ୍ୟ (Oriya) 04-07-2022 (Youth Special)
ଚିନ୍ତା ବହନ କାରୀ
“ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।“ - ୧ ପିତର 5:7
ଆମ୍ଭେମାନେ ପ୍ରତ୍ୟେକ ଦିନ ଖବର କାଗଜ ପଡୁଥିବା !ବହୁତ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିବା ହିଁ ସେଠି ଆମେ ପଡୁଛୁ !ନିକଟରେ ବିଦ୍ୟାର୍ଥୀମାନେ ଉତୀର୍ଣ୍ଣ ହୋଇନାହାନ୍ତି ବୋଲି ଆତ୍ମହତ୍ୟା ନାମରେ ସାଧାରଣ ଭାବେ ଜୀବନ ହରାଇଲେ !କାହିଁକି ଏପରି ହେଉଛି ? ଏହାକୁ କିପରି ନିୟନ୍ତ୍ରଣ କରି ପାରିବା ? ଏହି ଜଗତର ମହାନତା ଜାଣି ନ ଥିବା ଲୋକ ହିଁ ବହୁମୂଲ୍ୟ ଆତ୍ମାକୁ ବିନଷ୍ଟ କରି ନର୍କକୁ ଓଲାଉଛନ୍ତି !କଷ୍ଟ ଓ ନଷ୍ଟ ଆସିବା ବେଳେ ସେମାନଙ୍କୁ ଉତ୍ସାହିତ କରି ଶ୍ବାନ୍ତନା ଦେବା କଥା କହିଲେ ମଧ୍ୟ ଜୀବନରେ ସେମାନେ ଉପରକୁ ଉଠାଇବାକୁ ଜଣେ ଥିଲେ ଏପରି ଅବସ୍ଥା ଆସେ ନାହିଁ !ଆମ୍ଭମାନଙ୍କୁ ଉତ୍ତମ ରୂପେ ଅନୁଧ୍ୟାନ କରିବା ବ୍ୟକ୍ତି ଜଣେ ଅଛନ୍ତି ବୋଲି ଜାଣି ଥିଲେ, ଏପରି ମନ୍ଦ ନିର୍ଣ୍ଣୟ କେହି ନିଅନ୍ତି ନାହିଁ !
ଆତ୍ମହତ୍ୟା କରିବା ମନଥିବା ଲୋକଙ୍କୁ ପ୍ରଭୁଯୀଶୁଙ୍କୁ ପରିଚିତ କରିବାକୁ ଲୋକମାନେ ନାହାନ୍ତି !ସେଥିପାଇଁ ସେମାନେ ମୃତ୍ୟୁବରଣ କରୁଛନ୍ତି !ଏଥର ଏହି ମନ୍ଦ ନିର୍ଣ୍ଣୟ କେହି ନ ନେଇ ଆମ ରକ୍ଷାକର୍ତ୍ତା ଯୀଶୁଙ୍କୁ, ସେମାନଙ୍କୁ ପରିଚିତ କରାଇବା ହେଉଛି ଆମର ଦାଇତ୍ୱ !
ମୋ ଜୀବନରେ ମୁଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଦୁଇଟି ସୁବର୍ଣ୍ଣ ପଦକ ପାଇବାକୁ ପ୍ରଭୁ ମୋତେ ସାହାଯ୍ୟ କଲେ !କିନ୍ତୁ ଆଉ ଅଧିକ ପଡ଼ିବାକୁ ଯିବାବେଳେ, ପଡି ନ ପାରି ପରାଜୟ ବରଣ କରି ପାରେ, ଏପରି ଅବସ୍ଥା ଦେଖାଗଲା !ପରାଜୟ ଜାଣି ନ ଥିବା ମୁଁ ତାହାକୁ ମୁକାବିଲା କରିବାକୁ ଭୟଭୀତ ହେଲି !ପରାଜୟ ହେଲେ ତାହା ଦ୍ଵାରା ଦେଖାଯାଉଥିବା ନିନ୍ଦାର ଭୟ ମୋଠାରେ ଅନେକ ଥିଲା !ଏହି ଭୟ ମୋତେ ମୃତ୍ୟୁମୁଖକୁ ପ୍ରୋଚାହନ କଲା !ଏପରି ଅବସ୍ଥାରେ ମୁଁ ଯୀଶୁଙ୍କୁ ନିଜର ରକ୍ଷାକାର୍ତ୍ତା ରୂପେ ଗ୍ରହଣ କଲି !ପରାଜୟ, ନିନ୍ଦା ସହ୍ୟ କରିବା ମନ ମୋତେ ସେ ଦୟା କଲେ !ପରାଜୟ ଜୀବନରେ ଗୋଟିଏ ଅନୁଭୂତିର ପାଠ ସଦୃଶ୍ୟ ଗ୍ରହଣ କଲାପରି କଲା !ପୁନର୍ବାର ପାସ ହେବାକୁ ପ୍ରଭୁଯୀଶୁଙ୍କୁ ସଂପୂର୍ଣ୍ଣ ରୂପେ ସ୍ବର୍ଶ କଲି !ମୋର ସ୍ବପ୍ନ ଓ ଆଶା ସମାପ୍ତ ହୋଇନାହିଁ !ସଦାପ୍ରଭୁ ମୋତେ ବୃଦ୍ଧି କରି ପ୍ରତ୍ୟକ୍ଷ ଭାବେ ବ୍ୟାଙ୍କରେ ଅଫିସର ପଦବୀରେ ଦୟା କଲେ !ପଏତିରିଶ ବର୍ଷ ବ୍ୟାଙ୍କରେ କାର୍ଯ୍ୟ କରିବାକୁ କୃପା ଦେଖାଇଲା !ପ୍ରଭୁଯୀଶୁଙ୍କୁ ଗ୍ରହଣ କରି ନ ଥିଲେ, ମୋର ଆତ୍ମା ଏବଂ ଶରୀର ବିନାଶ ହୋଇ ନର୍କରେ ପଡିଥାନ୍ତା !କିନ୍ତୁ ସେସବୁକୁ ବଦଳାଇ ମୋ ଜୀବନକୁ ପରିବର୍ତ୍ତନ କରିଥିବା ବ୍ୟକ୍ତି କେବଳ ଯୀଶୁ ଅଟେ !
ମୋର ପ୍ରିୟ ଭାଇ ଓ ଭଉଣୀଗଣ, ବିଦ୍ୟାର୍ଥୀଗଣ, ପରାଜୟକୁ ଦେଖି ଭୟ କର ନାହିଁ !ସଂକୋଚିତ ହୁଅ ନାହିଁ !ଆମ କଷ୍ଟକୁ ଲୁହକୁ ବଦଳାଇ ପାରିବା ପ୍ରଭୁଙ୍କ ନିକଟରେ ତୁମ୍ଭମାନଙ୍କର ଜୀବନକୁ ସମର୍ପିତ କରନ୍ତୁ, ସେ ତୁମ୍ଭର ବଙ୍କା ଜୀବନକୁ ସଳଖ କରି କଢାଇ ନେବେ !ଆମେନ୍ !
- ଶ୍ରୀମତୀ ଭୁବନା ଦାନାଵାଲାନ
ପ୍ରାର୍ଥନାର ଅଂଶ :-
ଏହି ନୂତନ ମାସରେ ସେବା ବିସ୍ତାରି ନିମନ୍ତେ ପ୍ରଭୁ ଦେଇଥିବା ଦର୍ଶନ ଗୁଡିକ ପ୍ରତିବନ୍ଧକ ନ ଥାଇ ସଂପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.