By Village Missionary Movement
Sunday, 03-Jul-2022ଆଜିର ବାକ୍ୟ (Oriya) 03-07-2022 (Kids Special)
“ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି।“ - ହିତୋପଦେଶ 18:24
ହାଲୋ ପିଲାମାନେ ସମସ୍ତେ କେମିତି ଅଛ ? ଭଲ ଅଛ କି ? ନୂତନ ଶ୍ରେଣୀ, ସେଠି ନୂଆ ଶିକ୍ଷକ, ନୂଆ ବନ୍ଧୁଙ୍କ ସହ ବିଦ୍ୟାଳୟ ଜୀବନ ସୁପର ଅଛି ତ ? ଯୀଶୁଙ୍କୁ ଧନ୍ୟବାଦ ଜଣାଇବା ଉଚିତ !ତୁମ୍ଭେମାନେ ସ୍କୁଲକୁ ଯିବାବେଳେ ଯୀଶୁବାପାଙ୍କୁ ସାଥିରେ ନେବା ଉଚିତ !ସେତେବେଳେ ତୁମ୍ଭେ ଆଶୀର୍ବାଦ ପାଇବ !ତୁମେ ସକାଳୁ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କୁଲରେ ଥିବ ତ ? ତାପରେ ଟିଉସନକୁ ଗଲେବି ସେଠାରେ ମଧ୍ୟ ସାଙ୍ଗସାଥୀ, କିନ୍ତୁ ଉତ୍ତର ବନ୍ଧୁ ଥିବା ଉଚିତ ତ !ବନ୍ଧୁ ନ ଥିଲେ ଜୀବନ ବିରକ୍ତି ଲାଗେ !ତେଣୁ ଉତ୍ତର ବ୍ୟକ୍ତି ସହିତ ବନ୍ଧୁତ୍ୱ କରିବା !ଠିକ ଅଛି ତ !
ବାଇବଲରେ ଯୋଶେଫ ଭାଇ କରି ନ ଥିବା ଭୁଲ ପାଇଁ କାରାଗାରରେ ବନ୍ଦୀ ହେଲା !ସେହି କାରାଗାରରେ ରାଜାଙ୍କର ପାନପାତ୍ର ବାହକ ଓ ସୂପକାର ରହିଥାନ୍ତି !ଏମାନେ ତାଙ୍କର ସ୍ବପ୍ନର ଅର୍ଥ ଜାଣି ନ ପାରି ଦୁଃଖରେ ଥାଆନ୍ତି !ସେମାନଙ୍କର ସହ ଯୋଶେଫ ଭାଇ କଥା ହୋଇ ପରମେଶ୍ୱରଙ୍କ ଦୟାରେ ସେହି ସ୍ବପ୍ନର ଅର୍ଥ ବୁଝାଇଲା !ତାପରେ ସେମାନେ ଉତ୍ତମ ବନ୍ଧୁ ହୋଇ ରହିଥାନ୍ତି !କାରାଗାରରେ ଥିବା ଯୋଶେଫ ଭାଇ ଖୁସିରେ ରହୁଥାଏ !କାହିଁକି ଜାଣିଛ କି, ଯୀଶୁବାପା ତାଙ୍କ ସହ ରହିଥାନ୍ତି !ତାପରେ ଯୋଶେଫ ଭାଇ ବନ୍ଧୁମାନଙ୍କ ସହିତ କଥା ହୋଇ ସେମାନଙ୍କୁ ସାହାଯ୍ୟ କଲା !ଯୋଶେଫ ଭାଇ କହିବା ସଦୃଶ୍ୟ ତାର ବନ୍ଧୁକୁ ରାଜାଙ୍କ ପାନପାତ୍ର ବାହାକ ରୂପେ ପୁନର୍ବାର ନିଯୁକ୍ତି ମିଳିଲା !ଦିନେ ରାଜା ଗୋଟିଏ ସ୍ବପ୍ନ ଦେଖି ମନ ଉଦ୍ବିଗ୍ନ ହୋଇ ଭୟଭୀତ ହେଲା, ତହୁଁ ସେ ଲୋକ ପଠାଇ ମିସର ଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ଡିତ ସମସ୍ତଙ୍କୁ ଡକାଇଲେ ମାତ୍ର କେହି ତାହାର ଅର୍ଥ କହି ପାରିଲେ ନାହିଁ !ସଙ୍ଗେ ସଙ୍ଗେ ତାର ବନ୍ଧୁକୁ ଯୋଶେଫ ମନେ ଆସିଲା !ରାଜାଙ୍କ ସ୍ବପ୍ନର ଅର୍ଥ କହି ମୋଠାରୁ ମହାନ ବ୍ୟକ୍ତି ହୋଇଯିବ ବୋଲି ଭାବନା ନ କରି ଯୋଶେଫଙ୍କ ବିଷୟରେ କହିଲା !ଉତ୍ତମ ବନ୍ଧୁ ସର୍ବଦା ନ୍ୟାୟରେ ପ୍ରେମ କରିବ !ଏଥିଯୋଗୁ ଯୋଶେଫ ରାଜଙ୍କ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଲା !ଯୋଶେଫଙ୍କ ବୃଦ୍ଧିର କାରକ ସେହି ବନ୍ଧୁ ଅଟେ !
ପ୍ରିୟ ସନ୍ତାନଗଣ, ଯୀଶୁବାପା ତୁମ୍ଭମାନଙ୍କୁ ଅତ୍ୟଧିକ, ନ୍ୟାୟ ରୂପେ ପ୍ରେମ କରିବା ସଦୃଶ୍ୟ ତୁମେ ମଧ୍ୟ ଆପଣା ବନ୍ଧୁକୁ ନ୍ୟାୟ ରୂପେ ପ୍ରେମ କରିବା ଉଚିତ !ସେହିପରି ଉତ୍ତମ ବନ୍ଧୁ ମିଳିବା ନିମନ୍ତେ ଯୀଶୁବାପାଙ୍କୁ ମାଗ !ଆବଶ୍ୟକ ବେଳେ ବ୍ୟବହାର କରି ବନ୍ଧୁମାନଙ୍କୁ ଦ୍ରୋହି କରିବା ଉଚିତ ନୁହେଁ !ଠିକ ଅଛି ତ !ଠିକ ଅଛି ପିଲାମାନେ, ଆମେ ଉତ୍ତମ ବ୍ୟକ୍ତି ସହ ବନ୍ଧୁତ୍ୱ କରିବା ବିଷୟରେ ଶିଖିଲୁ ତ !
- ଭଉଣୀ ଦେବୋରା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.