By Village Missionary Movement
Friday, 01-Jul-2022ଆଜିର ବାକ୍ୟ (Oriya) 02-07-2022
ନ୍ୟାୟଧିଶ ପରମେଶ୍ୱର
“ଦେଖ, ପୃଥିବୀରେ ଧାର୍ମିକଗଣ ହିଁ ପ୍ରତିଫଳ ପା’ନ୍ତି, ତେବେ ଦୁଷ୍ଟ ଓ ପାପୀଗଣ କ’ଣ ତତୋଧିକ ପାଇବେ ନାହିଁ?” - ହିତୋପଦେଶ 11:31
ମାନୋନିଧି ଜ୍ୱାଳା ନାମକ ରାଜାଙ୍କ ବିଷୟରେ ଆମେ ଜାଣି ଥିବା !ତାହାର ଏହି ନାମର କାରଣ, ସେ କରିଥିବା ନ୍ୟାୟ କାର୍ଯ୍ୟ !ଦିନେ ରଥରେ ତାର ପୁଅ ଯାଉଥିବା ବେଳେ, ଜାଣି ନ ପାରି ଗୋଟିଏ ବାଛୁରୀ ଉପରେ ରଥଟି ଚଡିଗଲା !ସେ ବାଛୁରୀ ମରିଗଲା !ସେତେବେଳେ ସେହି ବାଛୁରୀର ମାଆ ଗାଈଟି ଲୁହ ଝରାଇଲା !ଏହା ଦେଖି ରାଜା ଆଉ କିଛି ଆଲୋଚନା ନ କରି, ତାର ପୁଅ ବୋଲି ମଧ୍ୟ ଚିନ୍ତା ନ କରି, ତାର ପୁଅର ଗଳାରେ ରଥର ଚକ ଚଡାଇ ହତ୍ୟା କଲା !ସେଥିପାଇଁ ମାନୋ ନାମକ ତାହାର ନାମକୁ ମାନୋନିଧି ବୋଲି ତାମିଲି ଇତିହାସରେ ଲେଖା ହେଲା !
ପ୍ରେରିତ ପାଉଲ ତୀମଥିକୁ ଲେଖି ଥିବା ଦ୍ୱିତୀୟ ପତ୍ରର 4:8 ରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ବୋଲି ଲେଖିଛନ୍ତି ତୀତସଙ୍କୁ ଲେଖିଥିବା ପତ୍ର 1:3 ରେ ସେହି ଅନନ୍ତ ଜୀବନ ସତ୍ୟ ଈଶ୍ୱର,ବୋଲି ଲେଖା ହୋଇଛି !ଲୁକ ସୁସମାଚାର ଶୋହଳ ଅଧ୍ୟାୟରେ ଲାଜାର ଏବଂ ଧନୀ ବ୍ୟକ୍ତିଙ୍କ ବିଷୟରେ ଆମେ ଦେଖି ପାରିବା !ସେଥିରେ ଲାଜାର ସର୍ବଦା ଦରିଦ୍ର ରୂପେ ଘାଆରେ ପୀଡିତ ହୋଇ ରହିଥିଲା !କିନ୍ତୁ ଧନୀକ ପ୍ରତିଦିନ ଭୋଗବିଳାସ ପୂର୍ଣ୍ଣରେ ଆନନ୍ଦ କରୁଥାଏ !କିନ୍ତୁ ଏମାନେ ମୃତ୍ୟୁ ହେଲା ପରେ ଲାଜାରଙ୍କୁ ଅବ୍ରାହାମଙ୍କ କୋଳକୁ ନିଆଗଲା !ଧନୀକ ନର୍କଯନ୍ତ୍ରଣାରେ କଲବଲ ହେଉଥାଏ !(ଲୁକ :-16:25)ରେ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।ହଁ ଆମ ଇଶ୍ୱର ଧାର୍ମିକର ନ୍ୟାୟଧିପତି ଅଟେ !
ହଁ ପ୍ରିୟ ବନ୍ଧୁଗଣ, ସେ ଧାର୍ମିକର ନ୍ୟାୟବନ୍ତ, ତାହାଙ୍କ ଠାରେ ଅନ୍ୟାୟ ନାହିଁ ! (ଉପଦେଶକ:- 11:9)ରେ କହିଥିବା ସଦୃଶ୍ୟ ଆମ ଇଚ୍ଛାରେ ଜୀବନଯାପନ କରିବାକୁ ଆମକୁ ଅଧିକାର ଅଛି !ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ଆମକୁ ବିଚାରରେ ଆଣିବେ,ଏହା ତୁମ୍ଭେ ଜ୍ଞାତ ହୁଅ !ଯଦି ଜଗତର ଲୋକଙ୍କ ନ ଜାଣିଲା ପରି,ଅନ୍ତରରେ ପାପ କରିଆସେ !କିଏ ଜାଣନ୍ତି ବୋଲି ମଧ୍ୟ ଭାବି ପାରିବା !ଆମେ ଯାହା କରୁଛୁ ତାହା ଠିକ ଅଟେ ବୋଲି ଆମ ମନରେ ଆଲୋଚନା ଆସି ଆସେ !କିନ୍ତୁ ବିଚର ଦିନ ପଥର ଏବଂ କାନ୍ଥ ମଧ୍ୟ ଆମ ବିରୁଦ୍ଧରେ ସାକ୍ଷୀ କହିବେ !ସଦାପ୍ରଭୁ ଧାର୍ମିକରେ ନ୍ୟାୟ ବିଚାରକାରୀ ଅଟନ୍ତି !କୃପାର ଦିନ ଶେଷ ହେବାକୁ ଯାଉଥିବା ଏହି ଦିନମାନଙ୍କରେ ରାଜା ମାନୋନିଧିଙ୍କ ସଦୃଶ୍ୟ, ଯେପରିକି ସେ ତାର ପୁଅ ବୋଲି ବିଚାର କରି ନ ଥିଲା, ତଦ୍ରୁପ ପରମେଶ୍ୱର ମଧ୍ୟ ଭେଦଭାବ ନ ଥାଇ ନ୍ୟାୟ ବିଚାର କରିବେ !ସେଥିପାଇଁ ଜାଗ୍ରତରେ ଚାଲିବା, ଅନନ୍ତ ଜୀବନ ପାଇବାକୁ ଚେଷ୍ଟା କରିବା !
- ଶ୍ରୀମତୀ ଷ୍ଟେଫି ରାକସନ
ପ୍ରାର୍ଥନାର ଅଂଶ :-
ତାମିଲନାଡୁର ପ୍ରତ୍ୟେକ ସେବା ସ୍ଥାନ ହେଉଥିବା ଉଜ୍ଜିବ ଆଶା ମିଳିତତା ନାମକ ଏହି ମିଳନରେ ପରମେଶ୍ୱର ମହିମା ପ୍ରକାଶିତ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.