By Village Missionary Movement
Thursday, 30-Jun-2022ଆଜିର ବାକ୍ୟ (Oriya) 01-07-2022
ଧନ୍ୟବାଦ ପ୍ରସ୍ତାବ
"...ଧନ୍ୟବାଦ ଦିଅ ।" - କଲସୀୟ 3:15
ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଫିସ ମାନଙ୍କରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ସମୟରେ ଧନ୍ୟବାଦ ପ୍ରସ୍ତାବ ଆମେ ଦେଖି ଥିବା !ସେହି ଧନ୍ୟବାଦ ପ୍ରସ୍ତାବରେ, କାର୍ଯ୍ୟକ୍ରମ ପ୍ରସ୍ତୁତକର୍ତ୍ତା, ସେଥିରେ ଅଂଶଗ୍ରହଣକାରୀ, କାର୍ଯ୍ୟକ୍ରମକୁ ପ୍ରସ୍ତୁତର କାରକ, ଦାଇତ୍ୱକାରୀ, ଏହି ପରି ଅନେକ ଲୋକଙ୍କୁ କୃତଜ୍ଞତା ଜଣାଇ ଦିଆ ଯାଏ !ଏହାକୁ ଧନ୍ୟବାଦ ପ୍ରସ୍ତାବ କହନ୍ତି !
ପବିତ୍ର ବାଇବଲରେ ଦାଉଦ ଗୀତକାରକ ଅନେକ ପ୍ରକାରର କୀର୍ତନ, ଗୀତ ଗାଇଛି !ସେଥି ମଧ୍ୟରେ କେବଳ ଗୋଟିଏ ହିଁ ଧନ୍ୟବାଦ ଜଣାଇ ଗାଇଥିବା ପର୍ବ ଗୀତସଂହିତା :-103 !ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;ଏପରି ଗାଇଲେ !ଦାଉଦଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା, ସଂଗ୍ରାମ, ଶତ୍ରୁମାନେ ଘୋଉଡାଇବା ଥିଲା !ଏସବୁ ମଧ୍ୟରେ ଦାଉଦ ଧନ୍ୟବାଦ ଜଣାଇ, ସେ କରିଥିବା ମଙ୍ଗଳଦାନସବୁ ପାସୋର ନାହିଁ ବୋଲି ଗାଉଛନ୍ତି !ପରମେଶ୍ୱର କରିଥିବା ସବୁ ମଙ୍ଗଳକୁ ଧନ୍ୟବାଦ ଜଣାଉଛି !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଚଳିତ ବର୍ଷ ଛ'ମାସ ଆମକୁ ରକ୍ଷା କରିଥିବା ସଦାପ୍ରଭୁଙ୍କୁ କୃତଜ୍ଞତାର ହୃଦୟରେ ଧନ୍ୟବାଦ ଜଣାଇବା !ବର୍ଷର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ସେ ଆମ୍ଭମାନଙ୍କ ଆତ୍ମାକୁ ଶାରୀରିକ ଆବଶ୍ୟକକୁ କେତେ ମଙ୍ଗଳ କରିଛନ୍ତି !ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରିବାର ଲୋକଙ୍କୁ ରୋଗରୁ ସୁସ୍ଥ କରି ସଂରକ୍ଷଣ କରିଛନ୍ତି !ମୁଁ ଏଥର ଏତିକି ହିଁ ବୋଲି ଆମେ ଭାବନା କରିଥିବା ଅନେକ ସମୟରେ ନୂତନ ଆରମ୍ଭ ମିଶ୍ରିତ କଲେ !ଏମିତି ଅନେକ ପ୍ରକାରର ମଙ୍ଗଳ ସକାଶୁ କୃତଜ୍ଞତାର ହୃଦୟରେ ତାହାଙ୍କ ପାଦ ନିକଟରେ ବସି ଧନ୍ୟବାଦ କରିବା, ସେ କଢାଇ ନେଉଥିବା ସବୁକିଛିକୁ ଆମେ କୃତଜ୍ଞତା ଜଣାଇବାକୁ ଆମେ ବଧପରିକର ହୋଇଅଛୁ !ସାଧାରଣ ମଣିଷ ଆମକୁ ସାହାଯ୍ୟ କଲେ, ତାକୁ ଧନ୍ୟବାଦ ଜଣାଉ ଥିବା ଆମେ, ସ୍ୱର୍ଗମର୍ତ୍ତ୍ୟ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ କେତେ କୃତଜ୍ଞତା ଜଣାଇବା ଉଚିତ, ଏହା ଅଳ୍ପ ଆଲୋଚନା କରିବା !କୃତଜ୍ଞତା ହୋଇ ରହିବାକୁ ଶିଖିବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଏହି ମାସସାରା ହେବାକୁ ଥିବା ସେବା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ରହି କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.