Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-06-2022
Share:

By Village Missionary Movement

Wednesday, 29-Jun-2022

ଆଜିର ବାକ୍ୟ (Oriya) 30-06-2022

 

ଏଲିୟଙ୍କ ପରମେଶ୍ୱର 

 

“ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି; କେଉଁଠାରୁ ମୋହର ସାହାଯ୍ୟ ଆସିବ?” - ଗୀତସଂହିତା 121:1

 

ଇଶ୍ରାଏଲର ରାଜା ଆହାଵ ସଦାପ୍ରଭୁଙ୍କର ଦୃଷ୍ଟିରେ ପାପ କଲେ !ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍‍ ପାଇଁ ଏକ ଯଜ୍ଞବେଦି, ଆହାବ ଆଶେରା ମୂର୍ତ୍ତି ନିର୍ମାଣ କରି ସଦାପ୍ରଭୁଙ୍କୁ କ୍ରୋଧ ଜନ୍ମାଇଲା !ସେତେବେଳେ ଏହୋବା ଏଲିୟ ପ୍ରବକ୍ତା ଦ୍ଵାରା, ଏହି କେତେକ ବର୍ଷ ଆପଣା ଦେଶରେ କାକର କି ବୃଷ୍ଟି ପଡ଼ିବ ନାହିଁ ବୋଲି ଆହାଵ ରାଜାକୁ ଜଣାଇଲା !ସଦାପ୍ରଭୁ ପରମେଶ୍ୱର ଏଲିୟଙ୍କୁ କହିଲେ, କରୀତ୍‍ ନଦୀ ନିକଟରେ ଆପଣାକୁ ଲୁଚାଅ !

 

କରିତ୍ ନିକଟରେ ଲୁଚିକି ରହିଥିବା ଏଲିୟଙ୍କ ଅବସ୍ଥା କଣ ଅଳ୍ପ କିଛି ଆଲୋଚନା କରି ଦେଖିବା !ସେଠାରେ ମଣିଷ କେହି ରୁହନ୍ତି ନାହିଁ !ପିଇବାକୁ ଜଳ ଛଡା ଆଉ କୌଣସି ପାନୀୟ ଅର୍ଥାତ ଦ୍ରାକ୍ଷାରସ ବି ନ ଥାଏ !ଶୋଇବା ନିମନ୍ତେ ଖଟ, ଚାଦର ବି ନ ଥିବ !ଭୋକ ହେଲେ ଖାଇବାକୁ ହୁଏ ନାହିଁ !ଏଲିୟ କାଉ କେତେବେଳେ ଆସିବ ବୋଲି ଆକାଶ ଆଡକୁ ଅନାଇ ରହିଥିବ !ତାହାଙ୍କୁ ଖାଦ୍ୟ ମିଳୁ ଥିଲା କି ନାହିଁ !ସେହି କାଉଟି ରୋଟି ଓ ମାଂସ ନ ପାଶୋରି ଅଣି ଦେବା ଦାଇତ୍ୱକୁ ଗ୍ରହଣ କରି, ସଚ୍ଚୋଟରେ ଚାଲିଲା !କେହି ଯାଇ ନ ପାରିବା ସେହି ସ୍ଥାନରେ କାର୍ଯ୍ୟ କରି ଏଲିୟଙ୍କୁ ପୋଷଣ କରିଥିବା ପରମେଶ୍ୱର ଅଦଭୂତ ଅଟନ୍ତି ତ !

 

ତଦ୍ରୁପ ଆପଣମାନେ ମଧ୍ୟ ଅନୁକୂଳ ଅବସ୍ଥାରେ କିଅବା ଏକଲା ସାଥୀ ନ ଥାଇ ରହିଛ କି ? ସନ୍ତାନମାନଙ୍କୁ କିପରି ଲାଳନପାଳନ କରିବି, ଏହି ମାସ ସାରା ପରିବାରର ଖର୍ଚ୍ଚ କିପରି ତୁଳାଇବି, ବିବାହ ବୟସ ହୋଇ ଥିବା ସନ୍ତାନମାନଙ୍କୁ ବିବାହ ପାଇଁ କିଏ ସାହାଯ୍ୟ କରିବ, ରୋଗରୁ ସୁସ୍ଥତାର ଚିକିତ୍ସା ନିମନ୍ତେ ଟଙ୍କା ଆବଶ୍ୟକ ବୋଲି ଅନେକ ପ୍ରକାରରେ ସଂଙ୍କୋଚିତ ହେଉଛ କି ? ପ୍ରଭୁଙ୍କର ଆଡ଼େ ଉର୍ଧଦୃଷ୍ଟି କର !ନିଜ ଲୋକ, ବନ୍ଧୁବାନ୍ଦବ, ସାଙ୍ଗସାଥୀ ସାହାଯ୍ୟ କରିବେ ବୋଲି ମଣିଷମାନଙ୍କ ଠାରେ ଆଧାରିତ ହୁଅନ୍ତୁ ନାହିଁ !କାଉ ସଦୃଶ୍ୟ ସେମାନେ ସାହାଯ୍ୟ କରିଆସେ ବୋଲି ଅପେକ୍ଷା କରନ୍ତୁ ନାହିଁ !ଏଲିୟଙ୍କୁ ପୋଷଣ କରିଥିବା କାଉ ନୁହେଁ, କାଉକୁ ପଠାଇ ଥିବା ପରମେଶ୍ୱର ହିଁ ସେହି କାର୍ଯ୍ୟ କରିଲେ !

 

ପ୍ରିୟ ବନ୍ଧୁଗଣ, ଆଜି ଆମେ ଆମକୁ ସାହାଯ୍ୟ କରିବାକୁ କାଉ ଗୁଡିକୁ ଖୋଜୁଛୁ କି ? କିଅବା କାଉକୁ ପଠାଇ ଥିବା ପ୍ରଭୁଙ୍କୁ ବିଶ୍ୱାସ କରୁଛୁ ? ସଦାପ୍ରଭୁ ଆଜ୍ଞା ନ କଲେ କାଉ ଉଡି ଆସେ ନାହିଁ !ସେଥିପାଇଁ ଆମକୁ ସାହାଯ୍ୟ କରୁଥିବା ପରମେଶ୍ୱରଙ୍କ ଆଡ଼େ ହିଁ ଉର୍ଦ୍ଧଦୃଷ୍ଟି କରିବା !ମୋ ସ୍ୱାମୀ କେନସର ରୋଗରେ ପୀଡିତ ହେବାବେଳ, ଚିକିତ୍ସା ନିମନ୍ତେ ବହୁତ ଟଙ୍କା ଆବଶ୍ୟକ !ମୋର କେଉଁଠି ସାହାଯ୍ୟ ନାହିଁ !ସେହି କଠିନ ଅବସ୍ଥାରେ ଭାବି ନ ଥିବା ପ୍ରକାରେ କାଉ ସଦୃଶ୍ୟ ମନୁଷମାନଙ୍କୁ ପଠାଇ, ଏଲିୟଙ୍କ ଆବଶ୍ୟକତାକୁ ପୂରଣ କରିଥିବା ପ୍ରକାରେ, ପରମେଶ୍ୱର ମୋ ଆବଶ୍ୟକ ମଧ୍ୟ ସମାପ୍ତ କଲେ !ହଁ ସେଦିନ ଏଲିୟଙ୍କୁ ପୋଷଣ କରିଥିବା ପରମେଶ୍ୱର, ଆଜି ମୋତେ କଢାଇ ନେବା ପରମେଶ୍ୱର, ଆପଣମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଭାବେ କଢାଇ ନେବେ, ଚିନ୍ତା କରନ୍ତୁ ନାହିଁ !

- ଶ୍ରୀମତୀ ଭୁବନା ଧାନାଵାଲାନ୍

 

ପ୍ରାର୍ଥନାର ଅଂଶ :-

ଭାରତର ଉତ୍ତର ରାଜ୍ୟମାନଙ୍କରେ ନୂତନ ସେବା ସ୍ଥାନ ଆରମ୍ଭ କରିବାକୁ ପ୍ରଭୁଙ୍କର କୃପା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al