By Village Missionary Movement
Monday, 27-Jun-2022ଆଜିର ବାକ୍ୟ (Oriya) 28-06-2022
ଶତ୍ରୁମାନଙ୍କୁ ପ୍ରେମ କର
“କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର” - ଲୂକ 6:27
ଆଫ୍ରିକା ଦେଶର ଆର୍ଥିକ ଅନାଟନର ୟାଗ ଜାତିର ଆଦିବାସୀ ୱାକାଞ୍ଚି ନାମକ ଜଣେ କାଠ ବେପାରୀ ଯୀଶୁଖ୍ରୀଷ୍ଟଙ୍କୁ ତାର ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲା !ସେ କାମ କରିବା ସ୍ଥାନରେ ଉଚ୍ଚଜାତିର ମାଲିକ ମନୀଷୀଜୋ ନାମକ ୟାଗ ଜାତିକୁ ଘୃଣା କରିବା ଦ୍ଵାରା ୱାକାଞ୍ଚିକୁ କାମରୁ ବାହାର କରିବା ନିମନ୍ତେ ଭୁଲକୁ ସନ୍ଧାନ କରୁଥାଏ !ସେହି ଜାତିଙ୍କ ପ୍ରତି ଥିବା ଘୃଣା ଯୋଗୁ ସେହି ୱାକାଞ୍ଚିକୁ କାମକୁ ଆସ ନାହିଁ ବୋଲି କହିଦେଲା !ଏହି ବ୍ୟକ୍ତି ନେହୁରା ହୋଇ କହିବାରୁ ମଧ୍ୟ ସେ ନ ତରଳି ପଥର ହୋଇ ରହିଲା !ସେତେବେଳେ ତାଙ୍କ ନିକଟରେ ଥିବା ଏକ ବଡ଼ ବୃକ୍ଷକୁ କିଛି ଲୋକେ ହାଣିବାର ଦେଖି ୱାକାଞ୍ଚି କହିଲା,ପ୍ରଥମେ ବୃକ୍ଷର ବଡ଼ବଡ଼ ଡାଳକୁ ହାଣି, ତାପରେ ଗଛଟି କାଟିବା ଉଚିତ !ଯଦି ନ ହେଲେ ତାହା ବିଭ୍ରାନ୍ତିକର ହୋଇ ପଡ଼ିବ !ମାତ୍ର ଏହାଙ୍କ କଥାକୁ ନ ଶୁଣି ସେ ବୃକ୍ଷଟି କାଟିବା ବେଳେ ଅକସ୍ମାତରେ ଗଛଟି ଭାଙ୍ଗି ପଡି ପାଖରେ ଥିବା ଗାଡି ଉପରେ ସିଧା ପଡ଼ିବାର ଦେଖି, ସଙ୍ଗେ ସଙ୍ଗେ ଅବହେଳା ନ କରି ସେହି ଗାଡ଼ିରେ ଥିବା ମାଲିକକୁ ବାହାରକୁ କାଢି ନେଲା ୱାକାଞ୍ଚି !ସଙ୍ଗେ ସଙ୍ଗେ ଯୀଶୁବାପା ତୁମକୁ କୃତଜ୍ଞତା ବୋଲି କହିଥିବା ମନୀଷୀଜୋଙ୍କ ମନ ହଜାର ହଜାର ପ୍ରଶ୍ନରେ ଭରିଗଲା !ମନୀଷୀଜୋ ପଚାରିଲା, ୱାକାଞ୍ଚି ତୁମେ କେମିତି ମୋତେ ଉଦ୍ଧାର କରିଲ ?ମୁଁ ତୁମକୁ ସଂପୂର୍ଣ୍ଣ ଭାବେ ଘୃଣା କରି ତୁମକୁ ହିଂସା କରି ଆସିଲି ତ ? ତାହାକୁବି ଖାତିରି ନ କରି, ମୋତେ ପ୍ରେମ କରି ସାହାଯ୍ୟ କଲ !ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି, ତାହାଙ୍କୁ ଆରାଧନା କରିବା ଦ୍ଵାରା ମୁଁ ଏମିତି ସାହାଯ୍ୟ କଲି ବୋଲି କହିଥିବା ୱାକାଞ୍ଚିଙ୍କୁ ଦେଖି ମନୀଷୀଜୋ ଲୁହ ଝରାଇଲା !ମନୀଷୀଜୋ କହିଲା, ମୋତେ କ୍ଷମା କରେ, ମୁଁ ମଧ୍ୟ ତୁମ ପରିତ୍ରାଣକର୍ତ୍ତାଙ୍କୁ ଜାଣିବାକୁ ଇଚ୍ଛା କରୁଛି !
ଯୀଶୁଖ୍ରୀଷ୍ଟ ତାଙ୍କୁ ଧରିବାକୁ ଆସିଥିବା ସୈନିକଙ୍କ କାନକୁ ପିତର ହାଣି ଦେବାରୁ, ସେ ଦୟାକରି ପୁର୍ନବାର ସେହି କାନକୁ ଲେପନ କରି ଅଦଭୂତ କଲେ !ତାଙ୍କୁ କୃଶରେ ଚଢାଇବା ଲୋକଙ୍କୁ ଅଭିଶାପ ନ କରି କ୍ଷମା କଲେ !ପୁଣି ପିତାଙ୍କୁ ମଧ୍ୟ କ୍ଷମା କରିବାକୁ ନିବେଦନ କଲେ !
ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ କହନ୍ତି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର !ଏହା କରିବା କଷ୍ଟ ହେଲେ ସୁଧା, ଯଦି ଯୀଶୁଖ୍ରୀଷ୍ଟ ଆମଠାରେ ଥିଲେ ନିଶ୍ଚୟ ଆମେ ତଦ୍ରୁପ କରି ପାରିବା !ଆମେ ମଙ୍ଗଳ କରିବା ବେଳେ ଅନ୍ୟମାନେ ଅଭିଶାପ କଲେ ନିଶ୍ଚୟ ଆମକୁ କ୍ରୋଧ ଆସିବ !ଯଦି ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ପ୍ରେମ ଆମ ହୃଦୟରେ ଥିବ, ତେବେ ସେମାନଙ୍କୁ ଆମେ ଆଶୀର୍ବାଦ କରି ପାରିବା !
- ଭାଇ. ହରିଶ ଶାମୂଏଲ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀ ମାନଙ୍କ ଦ୍ଵାରା ଏକ ଲକ୍ଷ ଗ୍ରାମରେ ପହଂଚିବାକୁ କରୁଥିବା ଚେଷ୍ଟାକୁ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.