Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-06-2022
Share:

By Village Missionary Movement

Sunday, 26-Jun-2022

ଆଜିର ବାକ୍ୟ (Oriya) 27-06-2022

 

ପବିତ୍ର ହିଁ ଖୁସି ଅଟେ 

 

“...ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।“ - ଲେବୀୟ ପୁସ୍ତକ 11:45

 

ହେ ମୋର ପ୍ରିୟ ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ଭାବନା କରୁଛ କି, ଏହି ଅନ୍ଧାର ଜଗତରେ ଆମେ ପବିତ୍ରତାରେ ଜୀବନଯାପନ କରି ପାରିବା କି ? ନିଶ୍ଚୟ ଆମେ ପବିତ୍ରତାରେ ବଞ୍ଚି ପାରିବା !ଆମ ସଦାପ୍ରଭୁ ପରମେଶ୍ୱର କହନ୍ତି, ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।

 

ମୁଁ ମହାବିଦ୍ୟାଳୟରେ ଅଧୟନ ସମାପ୍ତ କରି ବେଙ୍ଗଲୁର ଚାକିରୀ କରିବାକୁ ଯିବା ବେଳେ ମୋର ସହିତ ମୋ ପିତାମାତା ଆସି ନାହାନ୍ତି !ମୁଁ କିପରି ହେଲେ ରହି ପାରିବି !ମୋତେ ବହୁତ ସିନିମା ଗୀତ ଗୁଡିକ ଜଣା !ମୁଁ ନ ଦେଖି ଗୀତଟି ଗାଇ ପାରିବି !ନୂଆ ଏବଂ ପୁରୁଣା ଗୀତ ସବୁ ମୋତେ ଜଣା !ମଝିରେ ଥିବା ଗୋଟିଏ ଲାଇନ କହିଲେ ଯଥେଷ୍ଟ, ସେ ଗୀତଟି କେଉଁ ଗୀତ କହିଦେବି !ମୋର ସାଙ୍ଗସାଥୀ ମୋତେ ଦେଖି ଆଚର୍ଯ୍ୟ ହୋଇ ଯାଉଥାନ୍ତି !ଅଳ୍ପ ଦିନରେ ଯୀଶୁବାପା ମୋ ପାଇଁ ଯୋଗାଇ ଥିବା ସାଙ୍ଗସାଥୀକୁ ଦୟା କଲେ !ମୁଁ ଅଳ୍ପ ଅଳ୍ପ ଯୀଶୁଙ୍କ ବିଷୟରେ ଜାଣିଲି !ସଂପୂର୍ଣ୍ଣ ରୂପେ ପରିତ୍ରାଣ ପାଇଲି !ତାପରେ ସିନିମା ଗୀତ ଶୁଣିବା, ଦେଖିବା ଭୁଲ ନୁହେଁ ବୋଲି ମୋଠାରୁ ଅପସାରିତ ହୋଇଗଲା !ପ୍ରଭୁଙ୍କର ସ୍ତୁତି କରୁଥିବା ମୁଖରେ ମୁଁ ସିନିମା ଗୀତ ଗାଇବା ଉଚିତ ନୁହେଁ ବୋଲି ମୋତେ ପବିତ୍ର ଆତ୍ମା ପ୍ରେରଣା ଯୋଗାଇଲେ !କିନ୍ତୁ ଯୀଶୁବାପା ମୋ ପ୍ରତି କ୍ରୋଧ ହୋଇ ମୋତେ ଦଣ୍ଡ ଦେଇ ନାହାନ୍ତି !ପବିତ୍ର ଆତ୍ମା ଦ୍ଵାରା ମୋତେ ସେ ଆଲୋଚନା ଆସିଲା !ମୋର ଅଜାଣତରେ ମୁଁ ହିଁ ସିନିମା ଗୀତ ଗୁଡିକ ସଂପୂର୍ଣ୍ଣ ଭାବେ ଭୁଲିଗଲି !ମୁଁ କୌଣସି ନିର୍ଣ୍ଣୟ ନେଇ ନାହିଁ, ସଂପୂର୍ଣ୍ଣ ମନରେ ସମର୍ପିତ ହେଲି !ସିନିମା ଗୀତ କାହିଁକି ଶୁଣିବା ଉଚିତ ନୁହେଁ, କାହିଁକି ଦେଖିବା ଉଚିତ ନୁହେଁ, ସେଥିରେ କଣ ଭୁଲ ଅଛି, କେବଳ ଗୀତଟାତ ବୋଲି ଆପଣମାନେ ଭାବି ପାରନ୍ତି !କହିବି ଶୁଣନ୍ତୁ !

 

ପରମେଶ୍ୱରଙ୍କୁ ଆରାଧନା କରୁଥିବା ଦୂତମାନଙ୍କ ମଧ୍ୟରେ ସ୍ୱର୍ଗରୁ ଠେଲା ଯାଇଥିବା ଦୂତ ହିଁ ଲୁସିଫୋର !ସେ ସଂଗୀତରେ ମହାନ ଜ୍ଞାନୀ ଅଟେ !ଏହି ସିନିମା ଗୀତ ଗୁଡିକ ଶୁଣିବା ବେଳେ ଶଇତାନ ଆମ ମଧ୍ୟକୁ ଅନାବଶ୍ୟକ ଲୋଭ, ମହମାୟା, ପ୍ରେମ, ଆବେଗ ଧରିକି ଆଣିବ !ତାହା ପ୍ରଥମେ ଆମ ମନକୁ ପ୍ରଭାବ ପକାଇବ !ପ୍ରଥମେ ପାପ ଗର୍ବଧାରଣ କରିବା ସ୍ଥାନ ହେଉଛି ମନ !ଆମ ଅଜାଣତରେ ହିଁ ଆମେ ପାପର ଦାସତ୍ୱ ହେବା !ଏହି ଛୋଟ ପାପ ହିଁ ଯୌବନମାନଙ୍କୁ ଫୋନୋଗ୍ରାଫି ନାମକ ବଡ଼ ପାପକୁ ଠେଲି ଦେବ !ଯୌବନ ହୋଇଥିବା ଆପଣମାନଙ୍କୁ ମୁଁ କହୁଥିବା ଏକ ଅଭ୍ୟାସ କଣ ମାନେ, ଜଗତରେ ଥିବା ଛୋଟଛୋଟ ପାପଗୁଡିକୁ ଅନୁଭବ କରିବାଠୁ ହୋଲି ଲାଇଫ ହିଁ ଜୋଲ୍ଲୀ ଲାଇଫ ବୋଲି ସତ୍ୟତାକୁ ହୃଦୟରେ ଲେଖି ଦେବା ଉତ୍ତମ ଅଟେ !ପବିତ୍ରତାରେ ବଞ୍ଚିବାକୁ ପବିତ୍ରତାଙ୍କ ହସ୍ତରେ ଆମେ ସମର୍ପିତ ହେବା !ସଦାପ୍ରଭୁ ପରମେଶ୍ୱର ସଠିକ ସମୟରେ ତୁମ୍ଭ ଜୀବନରେ ସଠିକ କାର୍ଯ୍ୟ କରିବେ !ଆମେନ୍ !

- ଶ୍ରୀମତୀ ଦିବ୍ୟା ପେରେନାଡ 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ସେବାରେ ସମର୍ପିତ ହୋଇଥିବା ଅନୁଭବ ସେବକମାନଙ୍କୁ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al