Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-06-2022 (Kids Special)
Share:

By Village Missionary Movement

Sunday, 26-Jun-2022

ଆଜିର ବାକ୍ୟ (Oriya) 26-06-2022 (Kids Special)

 

ପରିବର୍ତ୍ତନର ହୃଦୟ 

 

“ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ।“ - ଗୀତସଂହିତା 35:9

 

ହେଲୋ ପିଲାମାନେ, କେମିତି ଅଛ ? ପ୍ରତ୍ୟେକ ଦିନ ସକାଳୁ ସକାଳୁ ଉଠି, ତରତର ହୋଇ ବାହାରି, ସ୍କୁଲକୁ ଯିବା, ହୋମୱାର୍କ କରିବା, ଏମିତି ବେଶୀ ବ୍ୟସ୍ତ ଅଛ ତ ? ଭେରୀ ଗୂଡ଼ !ତୁମେ ଉତ୍ତମ ସାଙ୍ଗ ସହିତ ମିଶି, ଖୁସିରେ ଖେଳି ଭଲ ଭାବେ ପାଠ ପଡି, ଉତ୍ତମ ପିଲାମାନେ ବୋଲି ସୁନାମ ଆଣିବା ଉଚିତ !ଯୀଶୁବାପା ମଧ୍ୟ ଏମିତି ହିଁ ଆଶା କରନ୍ତି !ଓକେ କି ପିଲାମାନେ, ଠିକ ଅଛି କାହାଣୀ ଶୁଣିବା କି ? 

 

ଦାନି ନାମକ ଜଣେ ମାଆଙ୍କୁ ମାଣି ନାମକ ଜଣେ ପୁଅ ଥିଲା !ସେ ଖରାପ ସାଙ୍ଗ ସାଥୀମାନଙ୍କ ସହିତ ମିଶି ଚୋରି କରିବା, ମିଛ କହିବା, ଏମିତି ଭୁଲ କାମ ଗୁଡିକ ଧୌର୍ଯ୍ୟରେ କରୁଥାଏ !ମାଆ ବହୁତ ଦୁଃଖ ହୋଇ ବାଇବଲର ବାକ୍ୟ କହିଲେ ମଧ୍ୟ ମାଣି ବିଲକୁଲ ଶୁଣୁ ନ ଥାଏ !ସେ ଭାବୁ ଥାଏ କି ଟଙ୍କା ଥିଲେ ଯଥେଷ୍ଟ !ଭୁଲ କଲେ ଦଣ୍ଡ ଅଛି ତ !ଏମିତି ମାଣି ବାରମ୍ବାର କରିବା ଭୁଲ ଯୋଗୁ କାରାଗାରରେ ବନ୍ଦୀ ହେଲା !ସେଠାକୁ ଯିବା ପରେ ମଧ୍ୟ ମାଣି ପରିବର୍ତ୍ତନ ହେଲା ନାହିଁ !

 

ଦିନେ ମାଣି ମାଆଙ୍କୁ ଚିଠି ଲେଖିଲା !ସେଥିରେ ଲେଖା ଥିଲା, ମାଆ ମୋର ପାଞ୍ଚଶହ ଟଙ୍କା ଆବଶ୍ୟକ ପଠାଅ !ମାଆ ଭାବିଲା କି, କାରାଗାରରେ ଟଙ୍କାର ଆବଶ୍ୟକ କଣ ? ହେଲେବି ତାଙ୍କ ପୁଅଙ୍କ ପ୍ରତି ଥିବା ପ୍ରେମ ହେତୁ, ଗୋଟିଏ ବାଇବଲଟି କ୍ରୟ କରି, ସେଥିରେ ପାଞ୍ଚଟି ଜାଗାରେ ଏକଶହ ଏକଶହ 

 

ହିସାବରେ ପାଞ୍ଚଶହ ଟଙ୍କା ପୁରାଇ, ଏକ ଚିଠି ମଧ୍ୟ ଲେଖି, ଏ ଦୁଇଟିକୁ ପାର୍ଶଲ କରି ପଠାଇଲା !ସେହି ପାର୍ଶଲକୁ କାରାଗାରର ରକ୍ଷକ ଖୋଲା କରି ଦେଖି, ମାଣି ହାତକୁ ବଢ଼ାଇ ଦେଲେ !ମାଣି ପ୍ରଥମେ ମାଆ ଲେଖି ଥିବା ଚିଠିକୁ ପଡିଲା !ମାଆ ଲେଖିଥିଲା, ପୁଅରେ ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି !ତୁମେ ମଧ୍ୟ ପ୍ରତ୍ୟେକ ଦିନ ପ୍ରାର୍ଥନା କରି ଏହି ବାଇବଲଟି ଅଧ୍ୟୟନ କରେ !ଆଉ ପାଞ୍ଚଶହ ଟଙ୍କା ପଠାଇଲି ବୋଲି ଲେଖିଥିବ ବୋଲି ଆଶା କରିଥିବା ମାଣିକୁ ଏହା ଏକ ଠକ ଲାଗିଲା !କ୍ରୋଧରେ ବାଇବଲକୁ ଗୋଟିଏ କୋଣରେ ରଖିଦେଲା !ଛଅ(୬) ମାସ ପରେ ମାଣି ମୁକ୍ତ ହେବା ଦିନଟି ଆସିବାରୁ, ମାଆ ମାଣିକୁ ନେବା ନିମନ୍ତେ ଖୁସିରେ କାରାଗାର ନିକଟକୁ ଆସିଲା !ମାଆ ପଚାରିଲା, ମାଣି ବାଇବଲ ପଡ଼ିଲୁ କି ? ଯଦି ତୁ ପଢି ଥିବୁ, ତେବେ ପ୍ରଭୁଯୀଶୁଖ୍ରୀଷ୍ଟ ତୁମ ହୃଦୟରେ କଥା ହୋଇଥିବ ତ ? ତୁମେ ମାଗିଥିବା ପାଞ୍ଚଶହ ଟଙ୍କା ମଧ୍ୟ ତୁ ପାଇ ଥିବୁ ତ କହିଲା !ମାଆଙ୍କ ଆଡକୁ ମାଣି ଆଡ଼ଚାହାଣି ଚାହିଁଲା !ମାଆ ପଚାରିଲା, ପୁଅରେ ତୁ ମାଗିଥିବା ପାଞ୍ଚଶହ ଟଙ୍କା ବାଇବଲରେ ପୁରାଇ ଥିଲି, ତୁ ଦେଖି ନାହୁଁ କି ? ପୁଅ ସହିତ ଲୁହ ଝରାଇ ମାଆ କହିଲା, ପବିତ୍ର ବାଇବଲ ହିଁ ତୋ ଜୀବନକୁ ପରିବର୍ତ୍ତନ କରିବ !ପବିତ୍ର ବାଇବଲରେ ହିଁ ତତେ ଆବଶ୍ୟକ ହେଉଥିବା ଆଶୀର୍ବାଦ ଗୁଡିକ ଥିବ !ମାଣିଙ୍କ ହୃଦୟରେ ପରିବର୍ତ୍ତନର ବିହନ ବଢିବା ମୁହଁରେ ଦେଖାଗଲା !ତାର ପାପ ଗୁଡିକୁ ପରିତ୍ୟାଗ କରି ମାଣି ମନ ପରିବର୍ତ୍ତନ ପାଇଲା !ତୁମ୍ଭେମାନେ ମଧ୍ୟ ତୁମ୍ଭର ପାପ ଗୁଡିକୁ ଯୀଶୁବାପାଙ୍କୁ କହି ପରିତ୍ରାଣର ଉଲ୍ଲାସ ପାଇବାକୁ ପ୍ରସ୍ତୁତ କି ? ଠିକ ଅଛି ପିଲାମାନେ, ଆମେ ବାଇବଲ ଅଧ୍ୟୟନ କରି ମନପରିବର୍ତ୍ତନ ପାଇଲେ, ଆମକୁ ଖୁସି ମିଳିବ, ଏହା ଶିଖିଲୁତ !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al