By Village Missionary Movement
Friday, 24-Jun-2022ଆଜିର ବାକ୍ୟ (Oriya) 25-06-2022
ତୁମ୍ଭେ ଦୂରବର୍ତ୍ତୀ ନୁହଁ
“ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ । ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।“ - ମାର୍କ 12:34
ଜଣେ ଶାସ୍ତ୍ରଜ୍ଞ ଆମ ପ୍ରଭୁଯୀଶୁ ନିକଟକୁ ଆସି ତାହାଙ୍କୁ ପଚାରିଲା, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ? ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି, ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି; ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ! ତାହାଙ୍କ ଉତ୍ତରକୁ ଆଉ ଶାସ୍ତ୍ରଜ୍ଞ କିଛି ପ୍ରଶ୍ନ କଲେ ନାହିଁ !ସେଥିପାଇଁ ଯୀଶୁ ତାହାଙ୍କୁ କହିଲା, ଈଶ୍ୱରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ !ପବିତ୍ର ବାଇବଲରେ ଯୀଶୁଖ୍ରୀଷ୍ଟ କିଛି ଲୋକଙ୍କୁ ଗର୍ଜନ କରିବା ଦେଖୁଛୁ !କିନ୍ତୁ ଏହି ବ୍ୟକ୍ତିକୁ ଯୀଶୁ ଗର୍ଜନ କଲେ ନାହିଁ !ସେଥିପାଇଁ ସେ ଅନ୍ୟ ଫାରୂଶୀୟମାନଙ୍କ ଓ ଶାସ୍ତ୍ରୀମାନଙ୍କ ମଧ୍ୟରୁ ବିଶେଷ ଭାବେ ରହିବା ଉଚିତ !ସେଥିରେ ଆମ୍ଭେ ଗୋଟିଏ ବିଷୟରେ ଧ୍ୟାନ ଦେବା, ସେ ଶାସ୍ତ୍ରୀ ଜଣକ ପ୍ରଭୁଙ୍କର ରାଜ୍ୟ ଅଥବା ତାହାଙ୍କ ଶାସନରେ ନାହାନ୍ତି !ତାହାର ନିକଟବର୍ତ୍ତୀରେ ଅଛି !ଏହି ବ୍ୟକ୍ତିଙ୍କ ଠାରେ ଥିବା ବିଶ୍ୱାସ ତାଙ୍କ ହୃଦୟରେ ନୁହେଁ, ତାହା କେବଳ ତାହାର ମସ୍ତିସ୍କରେ ଥିଲା !ବାକ୍ୟ ଆମ ଠାରେ ଥିଲେ ଯଥେଷ୍ଟ ନୁହେଁ, କେବଳ ତାହା ହୃଦୟରେ ଥିଲେ ହିଁ କାର୍ଯ୍ୟ ସଫଳ ହୋଇ, ସତ୍ୟତାକୁ ଆମକୁ ସଠିକରେ କଢାଇ ନେବ !
ନୋହଙ୍କ କାଳରେ ଜଳ ପ୍ଲାବନ ଆସିବା ସତ୍ୟ ବୋଲି ଲୋକେ କଳ୍ପନା କରି ନ ଥିଲେ !ପାପକୁ ପରିତ୍ୟାଗ କରି, ମନପରିବର୍ତ୍ତନ କରନ୍ତୁ ବୋଲି ନ୍ୟାୟକୁ ନୋହ ପ୍ରକାଶିତ କଲା (ଦ୍ୱିତୀୟ ପିତର :-2:5)ରେ ଆମେ ଦେଖି ପାରିବା !ସେମାନେ ନୋହଙ୍କୁ ହେୟଜ୍ଞାନ କଲେ !ଜାହାଜ ନିର୍ମାଣ କରିବା ସ୍ଥାନରେ ବଢେଇ କାର୍ଯ୍ୟ କରିବା ଲୋକ ଥାଇ ପାରନ୍ତି !ସେମାନେ ମଧ୍ୟ ନୋହଙ୍କ କଥାକୁ ଶୁଣିଲେ ନାହିଁ !ସେମାନେ କେବଳ ମୂଳ ପାଇଁ ହିଁ କାମ କରିବାକୁ ଆସିଲେ !ଜଳ ପ୍ଲାବନ ଆସିବା ବେଳେ ଜାହାଜ ନିକଟରେ ରହିଥିବା ଲୋକେ ନିଶ୍ଚୟ ଜାହାଜର କବାଟକୁ ବାଢ଼େଇ ଖୋଲିବାକୁ ଚେଷ୍ଟା କରିଥିବେ !କିନ୍ତୁ କବାଟ ଖୋଲା ହେଲା ନାହିଁ !କାହିଁକିନା ଜାହାଜର କବାଟ ନୋହଙ୍କ ଦ୍ଵାରା ନୁହେଁ, ତାହା ପରମେଶ୍ୱରଙ୍କ ଦ୍ଵାରା ବନ୍ଦ କରାଯାଇ ଥିଲା !ଲୋକଙ୍କୁ ଓ ଜାହାଜକୁ କିଛିହିଁ ଦୂରତା ନାହିଁ !କିନ୍ତୁ ତାହା ଅତି ପରିତାପର ବିଷୟ !କେହି ଭିତରକୁ ପ୍ରବେଶ କରି ପାରିଲେ ନାହିଁ !
ପ୍ରିୟ ବନ୍ଧୁଗଣ, ଉପରେ କୁହାଯାଇଥିବା ଦୁଇଟି ଉଦାହରଣ ଦ୍ଵାରା ଆମେ ନିଜକୁ ନିଜେ ପରୀକ୍ଷିତ ହେବା !ପ୍ରଭୁଙ୍କର ରାଜ୍ୟର ନିକଟବର୍ତ୍ତୀ ଅଛୁ କି ? ଅଥବା ପ୍ରଭୁଙ୍କର ରାଜ୍ୟ ଭିତରେ ଅଛୁ କି ? ଆମ ମସ୍ତିସ୍କରେ ଥିବା ବାକ୍ୟ ପ୍ରକାଶ ନ ହେଲେ, ଆମେ ପ୍ରଭୁଙ୍କର ରାଜ୍ୟର ବାହାରେ ହିଁ ରହିଛୁ ବୋଲି ତାହାର ଅର୍ଥ !ପ୍ରଭୁଙ୍କର ରାଜ୍ୟରେ ଦୂରବର୍ତ୍ତୀ ନୁହେଁ ବୋଲି ଭାବିଲେ ଆମେ ପ୍ରଭୁଙ୍କର ରାଜ୍ୟରେ ନାହିଁ, ଏହା ପରିତାପ ଅଟଇ !ସେଥିପାଇଁ ଆମେ ଜାଣି ଥିବା ବାକ୍ୟକୁ, ସତର୍କତାକୁ କର୍ଣ୍ଣ ଡେରି, ଆମ ଜୀବନକୁ ପ୍ରଭୁଙ୍କର ଆଡେ ବୁଲାଇ ଆଶୀର୍ବାଦ ଗୁଡିକୁ ପାଇବା !
- ଏମ. ଏଫ. ସି. ମାନୁଏଲ ଜୟରାଜ
ପ୍ରାର୍ଥନାର ଅଂଶ :-
"ଯୁବତୀ ଶୁଣ"ନାମକ ତାମିଲି ପତ୍ରିକା ଦ୍ଵାରା ଅନେକ ଯୁବତୀ ସ୍ତ୍ରୀମାନେ ଉଜ୍ଜିବ ସାଧନରେ ଅଭିବୃଦ୍ଧି ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.