By Village Missionary Movement
Thursday, 23-Jun-2022ଆଜିର ବାକ୍ୟ (Oriya) 24-06-2022
ମୂଲ୍ୟବାନ
“କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।“ - ପ୍ରଥମ କରିନ୍ଥୀୟ 6:20
ଗୋଟିଏ ଗାଁରେ ଜଣେ ଛୋଟ ବାଳକ ଥିଲା !ତାଙ୍କ ଘର ସମିପରେ ଗୋଟିଏ ଝରଣା ବହୁ ଥାଏ !ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଯାଇ ଆସିବା କ୍ଷଣି, ବହୁତ ପରିଶ୍ରମ କରି ବାଉଁଶ ତିଆରି ଡ଼ଙ୍ଗା ନେଇ, ସେହି ଝରଣାରେ ଖେଳୁ ଥାଏ !ତାପରେ ସେହି ଡ଼ଙ୍ଗାକୁ ଜାଗ୍ରତରେ ଘରକୁ ଧରି ଆସୁଥାଏ !ଦିନେ ତଦ୍ରୁପ ବହୁତ ପରିଶ୍ରମ କରି, ବାଉଁଶ ତିଆରି ସେହି ଉତ୍ତମ ଡ଼ଙ୍ଗାକୁ ଧରିକି ନେଇ ଝରଣାରେ ଖେଳୁ ଥାଏ !ଜଳର ପ୍ରଭାହ ବହୁତ ହେବା ହେତୁ, ସେହି ଡ଼ଙ୍ଗା ଜଳରେ ଭାସି ଗଲା !ସେ ବହୁତ ଦୁଃଖ ହେଲା !ଆଉ ସେ ଦିନେ ଶେଷ ସାହିକୁ ଗଲା ବେଳେ ସେଠାରେ ଗୋଟିଏ ଦୋକାନରେ ତାର ଡ଼ଙ୍ଗାକୁ ଦେଖିଲା !ସେହି ଦୋକାନୀକୁ ଡ଼ଙ୍ଗାଟି ମାଗିଲା !କିନ୍ତୁ ସେ ଦୋକାନୀ ସେ ବାଳକର କଥାକୁ ଶୁଣିଲା ନାହିଁ !ସେ ଦୋକାନୀ କହିଲା, ଟଙ୍କା ଦେଲେ ହିଁ ଡ଼ଙ୍ଗା ଦେବି !ସେ ବାଳକ ଘରକୁ ଯାଇ ସେ ଡିବିରେ ଲୁଚେଇ ରଖିଥିବା ଟଙ୍କା ଆଣି ଡ଼ଙ୍ଗାଟି କ୍ରୟ କରି ନେଲା !ଯିବା ବାଟରେ ଡ଼ଙ୍ଗାକୁ ଚୁମା କରି କହିଲା, ତୁ ଦୁଇ ପ୍ରକାରରେ ମୋର ନିଜର ହେଲୁ !ପ୍ରଥମଟି ମୁଁ ତତେ ନିର୍ମାଣ କଲି, ଆଉ ଦ୍ୱିତୀୟଟି ହେଉଛି, ମୁଁ ତତେ ମୂଲ୍ୟ ଦେଇ କ୍ରୟ କଲି !
ପବିତ୍ର ବାଇବଲରେ (ମାଥିଉ :-18:10-13)ବଚନରେ ଏହି ପ୍ରକାରରେ ପ୍ରଭୁଯୀଶୁ ଗୋଟିଏ ଉପମାକୁ କହୁଛନ୍ତି !ଜଣେ ଲୋକଙ୍କର ଶହେ ମେଣ୍ଢା ଥିବାବେଳେ ସେଥି ମଧ୍ୟରୁ ଗୋଟିଏ ହଜିଗଲାରୁ, ସେ ମେଷ ପାଳକ ଅନେଶତକୁ ପର୍ବତରେ ଛାଡିଦେଇ ହଜିଲା ମେଣ୍ଢାକୁ ଖୋଜିଲା !ମିଳିବା କ୍ଷଣି ମହାଆନନ୍ଦରେ ତାହାକୁ କାନ୍ଦରେ ବୋହି ଫେରି ଆସିଲା !
ହଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ଏହି ମେଣ୍ଢା ସଦୃଶ୍ୟ ଅଟୁ !ପରମେଶ୍ୱର ଆମକୁ ସୃଜନ କରି, ଶ୍ଵାସ ଫୁଙ୍କି, ତାଙ୍କୁ ଆରାଧନା କରିବା ପାଇଁ ଆମକୁ ନିର୍ମାଣ କଲେ !କିନ୍ତୁ ଆମେ ଜଗତର କ୍ରିୟା କରି, ବାଟ ହଜିଯାଉଚୁ !ସେ ବାଳକର ଡ଼ଙ୍ଗା ଝରଣାରେ ଭାସିଗଲା ସଦୃଶ୍ୟ ଆମେ ମଧ୍ୟ ଜଗତ ପଛରେ ଯାଇ ପ୍ରଭୁଙ୍କର ଠାରୁ ଅଲଗା ହୋଇ ଯାଉଛୁ !କିନ୍ତୁ ଇଶ୍ୱର ଆମ ପ୍ରତି ରଖିଥିବା ମହାନ ପ୍ରେମ ଯୋଗୁ ଆମକୁ ଖୋଜି ଖୋଜି ଜଣେ ମନୁଷ ରୂପେ ପୃଥିବୀକୁ ଓଲ୍ଲାଇ ଆସିଲା !ଆମକୁ ପରିତ୍ରାଣ କରିବାକୁ, ସେ ବାଳକ ଦେଇଥିବା ମୂଲ୍ୟ ସଦୃଶ୍ୟ ତ୍ୟାଗ ସ୍ୱରୂପ ତାଙ୍କ ନିଜର ରକ୍ତକୁ କୃଶରେ ଝରାଇଲେ !ତାହାଙ୍କ ପ୍ରେମ ବହୁମୂଲ୍ୟ ଅଟେ !ବାଳକଟି ମୂଲ୍ୟ ଦେଇ କ୍ରୟ କଲା ପରେ, ସେ ଡ଼ଙ୍ଗା ଯେପରିକି ତାର ଚକ୍ଷୁକୁ ବିଶେଷ ହୋଇ ଦେଖା ଗଲା ତଦ୍ରୁପ ଆମେ ତାହାଙ୍କ ଦୃଷ୍ଟିକୁ ବିଶେଷ ହୋଇ, ବହୁମୂଲ୍ୟ ହୋଇ ଦେଖା ଯାଉଛୁ !ଏହି ବିଷୟକୁ ଯେକୌଣସି ଦିନବି ନ ଭୁଲି, ତାହାଙ୍କ ସନ୍ତାନ ସଦୃଶ୍ୟ ତାଙ୍କ ହସ୍ତରେ ଦୀନ ମନରେ ରହିବା !ଆମେନ୍ !
- ଶ୍ରୀମତୀ ଦିବ୍ୟା ଆଲେକ୍ସ
ପ୍ରାର୍ଥନାର ଅଂଶ :-
ପ୍ରତ୍ୟେକ ରବିବାର ସନ୍ଧ୍ୟା ୬ ଘଣ୍ଟାରୁ ୬ ଘ ୩0 ମିନିଟ ପର୍ଯ୍ୟନ୍ତ ବିଶେଷ ଭାବେ ଯୌବନ ସ୍ତ୍ରୀ ମାନଙ୍କ ନିମନ୍ତେ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ଯୁବତୀ ସ୍ତ୍ରୀ ଶ୍ୱର୍ସ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.