Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-06-2022
Share:

By Village Missionary Movement

Wednesday, 22-Jun-2022

ଆଜିର ବାକ୍ୟ (Oriya) 23-06-2022

 

ସେ ଜାଣନ୍ତି 

 

“ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି!” - ମାଥିଉ 6:8

 

ଗୋଟିଏ ଦିନ ସନ୍ଧ୍ୟା ସମୟରେ ଶୀତଳ ପବନ ବହୁଥାଏ !ଏହି ସମୟରେ ଡ଼ଙ୍ଗାରେ ଭ୍ରମଣ କଲେ ବହୁ ମଜା ଲାଗେ ବୋଲି ଭାବିବା ଜଣେ ବ୍ୟକ୍ତି ଡ଼ଙ୍ଗାରେ ସମୁଦ୍ରକୁ ଗଲା !ସେ ଗଭୀର ସମୁଦ୍ରକୁ ଯିବାବେଳେ ପବନର ବେଗ କମି ଯିବାରୁ ଡ଼ଙ୍ଗାକୁ ଚଲାଇବା ବହୁ କଷ୍ଟ ଥିଲା ! ସୂର୍ଯ୍ୟଅସ୍ତ ହେଉଥିବା ସେହି ସମୟରେ ପରିଶ୍ରମ କରି ଡ଼ଙ୍ଗାଟି ଚଲାଇ, ପ୍ରାର୍ଥନା କରିବାକୁ ଆରମ୍ଭ କଲା !ଯୀଶୁବାପା ପବନ ଶୀଘ୍ର ବହିବାକୁ କର, ମୁଁ ଯେମିତି ହେଲେ କୂଳକୁ ପହଂଚିବା ଉଚିତ ବୋଲି ପ୍ରାର୍ଥନା କଲା !କିନ୍ତୁ ସେ କୌଣସି ଉତ୍ତର ପାଇଲା ନାହିଁ !ପୁରାପୁରି ହାଲିଆ ହୋଇ ଥକାପଣରେ ଥିବା ସେ ଗୋଟିଏ ଡ଼ଙ୍ଗାଟି ଦୂରରୁ ଆସିବା ଦେଖିଲା !ସେହି ଡ଼ଙ୍ଗାରେ ଥିବା ବ୍ୟକ୍ତିମାନେ ନିକଟକୁ ଆସି, ତାଙ୍କୁ ଆବଶ୍ୟକ ସାହାଯ୍ୟ କରି, ତାଙ୍କୁ ଖାଦ୍ୟ ଦେଇ, ତାଙ୍କ ଡ଼ଙ୍ଗାରେ ବସାଇ, ସେଇ ଡ଼ଙ୍ଗାକୁ ଏମାନଙ୍କ ଡ଼ଙ୍ଗା ସହ ବାନ୍ଧି ଯାତ୍ରା ଆରମ୍ଭ କଲେ !କୂଳକୁ ପହଂଚିଲେ !ସେ କୂଳକୁ ପହଁଚିଲା ପରେ ଏମିତି ପ୍ରାର୍ଥନା କଲା, ପ୍ରଭୁ ମୋର କେବେ କଣ ଆବଶ୍ୟକ, ତାହା ତୁମେ ଅତି ଭଲ ଭାବେ ଜାଣିଛ !ତାହାକୁ ମୋତେ ସଠିକ ସମୟରେ ଯୋଗାଇ, ସାହାଯ୍ୟ କରିଥିବାରୁ ମୁଁ ତୁମ୍ଭଠାରେ କୃତଜ୍ଞତା ଅଟେ !

 

ଯୋହନ :-5:1-9 ବଚନରେ ଅଠତିରିଶି ବର୍ଷର ଜଣେ ରୋଗୀଙ୍କ ବିଷୟରେ ଆମେ ପଡୁଛୁ !ସେ ତାଙ୍କ ଜୀବନରେ ବିଶ୍ୱାସକୁ ହରାଇ, ଆଉ ମୁଁ ବଞ୍ଚିକି ପ୍ରୟୋଜନ କଣ ବୋଲି ସେ ଭାବିଆସେ, ନିଜର ଶକ୍ତିକୁ ବିଶ୍ୱାସ କରି କିଛି କରି ପାରିଲିନି, ଅନ୍ୟମାନଙ୍କୁ ବିଶ୍ୱାସ କରିବି କିଛି ପ୍ରୟୋଜନ ନାହିଁ ବୋଲି କଷ୍ଟରେ ବଚସା କରିଆସେ !ଏମିତି ଅବସ୍ଥାରେ ଥିବା ତାଙ୍କ ନିକଟକୁ ଯୀଶୁ ଆସି ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ? ସେ ଭାବି ଥାଇଆସେ କି, ହଁ ମୋତେ ସାହାଯ୍ୟ କରି ପୋଖରୀକୁ ନେବାକୁ ଜଣେ ଆସିଲା !କିନ୍ତୁ ଯୀଶୁ ସେ ଭାବିବା ସଦୃଶ୍ୟ ନ କରି ତାଙ୍କ ଇଚ୍ଛା ଅନୁସାରେ ଉତ୍ତର ଦେଲେ !ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ !

 

ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କ ମଧ୍ୟରେ କେତେ ଜଣ ମୋର ଜୀବନ ମଝି ସମୁଦ୍ରରେ ଏକଲା ଅଛି !ସେଵା କରିବାକୁ ଇଚ୍ଛା ଅଛି, କିନ୍ତୁ କରି ପାରୁନାହିଁ !ମୋର କନ୍ୟାର ବିବାହ ଉତ୍ତମ ରୂପେ ହେବା ଉଚିତ !ଏପରି ଅନେକ ବିଷୟରେ ପ୍ରଭୁଙ୍କର ଉତ୍ତର ନିମନ୍ତେ ଅପେକ୍ଷାରେ ଅଛନ୍ତି !ଆମର ଆଶା ଅନୁଯାୟୀ ସଦାପ୍ରଭୁ କଲେ ଠିକ ହୋଇଥାନ୍ତା ବୋଲି ମଧ୍ୟ ଭାବିବା !ତୁମ୍ଭର ଆବଶ୍ୟକ ସବୁ ସେ ଜାଣନ୍ତି !ସେ ତାଙ୍କର ବିଚାର ଅନୁଯାୟୀ ସଠିକ ଉତ୍ତର ଦେବେ !ତାଙ୍କ ପଦେ କଥାରେ ତୁମ୍ଭ ଜୀବନର ପରିବର୍ତ୍ତନ ନିଶ୍ଚିତ !ତୁମ୍ଭ ଆବଶ୍ୟକତାକୁ ତାଙ୍କୁ ଜଣାଇ, ତୁମ୍ଭେ ସଂପୂର୍ଣ୍ଣ ରୂପେ ତାହାଙ୍କ ଠାରେ ସମର୍ପିତ ହୋଇ, ସେ ତୁମ୍ଭ ନିମନ୍ତେ କଣ କରିବାକୁ ଯାଉଛି ବୋଲି ଅପେକ୍ଷା କର ! ନିଶ୍ଚୟ ଅଦଭୂତ ଗୁଡିକୁ ଦେଖି ପାରିବ !ଆମେନ୍ !

- ଭଉଣୀ ଆୟୁଡା 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ଲେଖା ଯାଉଥିବା ପତ୍ରିକା ଗୁଡିକ ପ୍ରେରଣ କରିବା ନିମନ୍ତେ ପୋଷ୍ଟାଲ ଅନୁମତି ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice