Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-06-2022
Share:

By Village Missionary Movement

Tuesday, 21-Jun-2022

ଆଜିର ବାକ୍ୟ (Oriya) 22-06-2022

 

ଅତ୍ୟଧିକ ଗୁରୁତର 

 

“ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ, ଯେ ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା ।“ - ଯାକୁବ 3:1

 

ଆମଷ୍ଟାର ଡାଉନରେ ଥିବା ଏକ ବଡ଼ ବେଦୀରେ ଦଶ ହଜାରରୁ ଉର୍ଦ୍ଧ ସୁସମାଚାରକମାନେ ଏବଂ ଖ୍ରୀଷ୍ଟିଆନ ନେତାମାନେ ବସି ପୃଥିବୀ ବିଖ୍ୟାତ ବିଲ୍ଲି ଗ୍ରାହାମ କହୁଥିବା ବାକ୍ୟ ଶୁଣୁଥାନ୍ତି !ବାକ୍ୟ ମଧ୍ୟରେ ତାଙ୍କ ସେବାକାର୍ଯ୍ୟର ଅନୁଭୂତିକୁ ବିଲ୍ଲି ଗ୍ରାହାମ ଅଂଶୀଦାର କଲେ !ବିଲ୍ଲି ଗ୍ରାହାମ କହିଲେ, ମୁଁ ଆପଣମାନଙ୍କୁ ଗୋଟିଏ ବିଷୟରେ କହିବାକୁ ଆଶା କରୁଛି !ପ୍ରତ୍ୟେକ ଥର ପ୍ରଭୁଙ୍କର ଲୋକଙ୍କ ସମୁଖରେ ଠିଆହୋଇ ପ୍ରସଙ୍ଗ କରିବା ବେଳେ ମୋର ଆଣ୍ଠୁ ଥରି ଯାଏ !ବିଲ୍ଲି ଗ୍ରାହାମ ବାକ୍ୟ କହିବାର ଜାଣି ନାହାନ୍ତି ବୋଧେ ସେଥିପାଇଁ ଏମିତି କହିଲେ ବୋଲି ଭାବୁଛନ୍ତି କି ? କଦାପି ନୁହେଁ !କଦାପି ଯୋଗ୍ୟତା ନ ଥିବା ବିଲ୍ଲି ଗ୍ରାହାମକୁ ସଦାପ୍ରଭୁ ତାହାଙ୍କର ମହାନ ସେବାରେ, ତାହାଙ୍କର ବାକ୍ୟ ଶିକ୍ଷା ଦେବାକୁ ତାଙ୍କୁ ଦେଇଥିବା ସୁଯୋଗକୁ ମନେ ପକାଇ ବିନତିରେ ଏପରି କହିଲେ !

 

ଏହି ପୃଥିବୀରେ ଅତିମହାନ କାଯ୍ୟ କଣ ଅଟେ କି, ପୃଥିବୀ, ଆକାଶ ସୃଷ୍ଟି କରିଥିବା ସର୍ବଶକ୍ତି ପରମେଶ୍ୱର କରିଥିବା ସେବାକାର୍ଯ୍ୟ !ସେଵାକାର୍ଯ୍ୟକୁ ଆସିଥିବା ପ୍ରତ୍ୟେକ ଜଣ କେତେ ଜାଗ୍ରତରେ ଚାଲିବା ଉଚିତ, ଏହା ଜାଣିବା ଦରକାର !ଶିକ୍ଷାର ପ୍ରଭୁ ବୋଲି ନାମିତ ଚାର୍ଲିସ. ସି. ହେଚ. ସାର୍ଜନ ଏପରି କହନ୍ତି, ପ୍ରସଙ୍ଗକୁ ଶୁଣି ମନ ପରିବର୍ତ୍ତନ କରି ନ ଥିବା ପାପୀ ଗୁରୁତର ଦଣ୍ଡ ପାଇବା ବେଳେ, ଆଉ ମନ ପରିବର୍ତ୍ତନ ନ ଥାଇ ପ୍ରସଙ୍ଗ କରୁଥିବା କେତେ ଗୁରୁତର ଦଣ୍ଡ ଅଛି ଜାଣନ୍ତୁ ବୋଲି ଗର୍ଜନ କରନ୍ତି !ଆଜି ଭାଷଣ ପୁଲପିଟରେ ଠିଆ ହୋଇ ମୁଖରୁ ଯାହା ଆସେ ତାହା କଥା ହୋଇ, ଏହା ପ୍ରଭୁ କହନ୍ତି ବୋଲି କହିବା ବେଳେ କେତେ ଦଣ୍ଡର ସମୁଖ ହେଉଛୁ ବୋଲି ଜାଣି ପାରି ଶିକ୍ଷକ ନ ହେବା ଉତ୍ତମ ବୋଲି ସତର୍କତା କରୁଛନ୍ତି !ପ୍ରେରିତ ପାଉଲ କରନ୍ତିୟଙ୍କୁ ପତ୍ର ଲେଖିବା ବେଳେ, ଆମ୍ଭେ ପ୍ରଭୁଙ୍କର ବାକ୍ୟକୁ ମିଶାଇ ଲିଭାଇବା ଅନେକଙ୍କ ସଦୃଶ୍ୟ ନ ରହି, ନିଃକପଟ ରହି, ପ୍ରଭୁଙ୍କର ଦ୍ଵାରା ନିରୁପିତ ହୋଇ ରହି ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଭୁଙ୍କର ଠାରେ ଶିକ୍ଷା ଦେଉଛୁ ବୋଲି ଲେଖିଲେ !

 

ଖ୍ରୀଷ୍ଟଙ୍କ ଠାରେ ସର୍ବଦା ପ୍ରିୟ ଭାଇ ଓ ଭଉଣୀଗଣ, ସୁସମାଚାର ପ୍ରକାଶିତ କରିବା ଉତ୍ତମ !ସେମିତି କରିବା ସେଵାକାର୍ଯ୍ୟ ପ୍ରଭୁଙ୍କର ଚାଳନାରେ ଥିବା ଉଚିତ !ପ୍ରଭୁଙ୍କର ସେବାକୁ ପ୍ରଭୁଙ୍କର ମାର୍ଗରେ ହିଁ କରିବା ଉଚିତ ବୋଲି ଜଣେ ସେବକ କହନ୍ତି !ମୁଁ ଯାହା କହେ, କାର୍ଯ୍ୟ କରେ ସେ ସବୁ ସେଵା ହୁଏ ନାହିଁ !ବ୍ୟକ୍ତିଗତ ପ୍ରାର୍ଥନା ନ ଥାଇ, ବାକ୍ୟକୁ ଧ୍ୟାନ ନ କରି ଜଣେ ବାକ୍ୟ କହିବା ପରି ହେଲେ ତାହାଙ୍କ ପାଟିରୁ ମୃତ୍ୟୁର ଗନ୍ଦ ବାରି ହୁଏ ବୋଲି ଲିଓ ନାଟ ଦେବେନ ହିଲସ ଅତି ସ୍ୱଷ୍ଟ ରୂପେ କହିଛନ୍ତି !ପ୍ରଭୁଙ୍କର ବାକ୍ୟକୁ ଶିକ୍ଷା ଦେବା ଲୋକେ ଅତି ଜାଗ୍ରତରେ ସେଵା କରିବା ଉଚିତ !ଆମ ଇଶ୍ୱର ପ୍ରଜ୍ଜଳିତ ଅଗ୍ନି ସଦୃଶ୍ୟ ଅଛନ୍ତି !ଭୟ ଓ ଭକ୍ତିପୂତରେ ଏହୋବାକୁ ସେବା କର, ଥରିଥରି ଖୁସି ହୁଅନ୍ତୁ !ଆମେନ୍ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ଅଫିସ କାର୍ଯ୍ୟରେ ଆବଶ୍ୟକତା ହେଉଥିବା ଲେପଟପ ଏବଂ କମ୍ପୁଟର କ୍ରୟ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice