Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-06-2022
Share:

By Village Missionary Movement

Sunday, 19-Jun-2022

ଆଜିର ବାକ୍ୟ (Oriya) 19-06-2022

 

“ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।“ - ହିତୋପଦେଶ 25:11

 

ହାଲୋ ପିଲାମାନେ, ସମସ୍ତେ କେମିତି ଅଛ ? ପିଲାମାନେ ତୁମେ କଣ ସ୍ବପ୍ନ ଦେଖ କି ? ସ୍ବପ୍ନ ଆସିବା ସମସ୍ତଙ୍କୁ ସହଜ ତ !କେତେକ ସ୍ବପ୍ନ ଭୟଙ୍କର ଥିବ, ଆଉ କେତେକ ସ୍ବପ୍ନ ଦୁଃଖଦାୟକ ଥିବ, ହଁ ତ !ଜଣେ ରାଜାଙ୍କୁ କି ସ୍ବପ୍ନ ଆସିଲା ଜାଣିବା କି ? ରାଜାଙ୍କ ସ୍ବପ୍ନ ବିଷୟରେ ଜାଣିବାକୁ ଆଗ୍ରହ ଅଛ କି ? ଠିକ ଅଛି, ଆସ, କାହାଣୀ ଶୁଣିବା !

 

ଜଣେ ରାଜା ସେ ଦେଖିଥିବା ସ୍ବପ୍ନ ବିଷୟରେ ବହୁତ ଭୟ କରୁଥାଏ !ରାଜା ଭୟ କଲା ପରି କି ସ୍ବପ୍ନ ଦେଖିଲା ବୋଲି ଆଲୋଚନା କରୁଛ କି ? ହଁ ଶୁଣନ୍ତୁ କହିବି !ସ୍ବପ୍ନରେ, ତାଙ୍କର ସମସ୍ତ ଦାନ୍ତରୁ କେବଳ ଗୋଟିଏ ଦାନ୍ତ ଛଡା ଆଉ ସବୁ ଦାନ୍ତ ଝଡିଗଲା !ସକାଳୁ ଉଠିବା କ୍ଷଣି ରାଜା, ଏହି ସ୍ବପ୍ନର ଅର୍ଥ କଣ ହୋଇଥିବ ବୋଲି ଆଲୋଚନା କରି, ସବୁ ମନ୍ତ୍ରୀମାନଙ୍କୁ ଡାକି, ତାହାର ଅର୍ଥ ବୁଝାଇବାକୁ କହିଲେ !ଜଣେ ମନ୍ତ୍ରୀ ଉଠି ଠିଆ ହୋଇ କହିଲା, ରାଜା ତୁମର ବନ୍ଧୁବାନ୍ଦବ, ସାଙ୍ଗସାଥୀ ସମସ୍ତେ ମୃତ୍ୟୁବରଣ କଲା ପରେ କେବଳ ତୁମେ ଏକଲା ହିଁ ଜୀବନ୍ତ ରହିବ !ଏହି ଅର୍ଥକୁ ସବୁ ମନ୍ତ୍ରୀ ହଁ କହି , ହଁ ଏହାହିଁ ଏହାର ସଠିକ ଉତ୍ତର କହିଲେ !ସଂଗେ ସଙ୍ଗେ ରାଜା ଅତି ଭୟଭିତ ହୋଇ, ସେହି ସ୍ଥାନରୁ ବାହାରକୁ ଚାଲି ଆସିଲା !ଆଉ ଡେରିରେ ପହଂଚି ଥିବା ଜଣେ ମନ୍ତ୍ରୀ ରାଜାଙ୍କୁ ପଚାରିଲା, ରାଜା କାହିଁକି ତୁମ୍ଭ ମୁଖରେ ବିଚଳିତ ଏବଂ କୋଳାହଳ ଅଛି ? କଣ କାରଣ କୁହନ୍ତୁ ? ସଙ୍ଗେ ସଙ୍ଗେ ରାଜା ତାଙ୍କର ସ୍ବପ୍ନ ବିଷୟରେ ଜଣାଇଲା !ତେବେ ସେ ମନ୍ତ୍ରୀ କହିଲା, ଏହାତ ଖୁସିର ବିଷୟ !କାହିଁକି ଏଥି ନିମନ୍ତେ ବିଚଳିତ ହେଉଛ ? ସମସ୍ତଙ୍କ ଠାରୁ ତୁମ୍ଭଙ୍କୁ ଅଧିକ ଆୟୁ , ତୁମ୍ଭେ ସୁଦୀର୍ଘ ଏବଂ ବିଳାସପୂର୍ଣ୍ଣ ଜୀବନ ବିତାଇବ !ଏହା ଶୁଣି ରାଜା ଅତି ଉତ୍ସାହିତରେ ତାଙ୍କ କାର୍ଯ୍ୟ କରିବା ଆରମ୍ଭ କଲା !ଜ୍ଞାନରେ ଅର୍ଥ କହିଥିବା ମନ୍ତ୍ରୀକୁ ଅନେକ ଉପହାର ଦେଲା !

 

କଣ ପିଲାମାନେ ଦୁଇ ଜଣଙ୍କ ସ୍ବପ୍ନର ଅର୍ଥ ସମାନ ତ !କିନ୍ତୁ କେଉଁ ପରିସ୍ଥିତିରେ କେମିତି କଥା ହେବା ଉଚିତ, ସେହି ଜ୍ଞାନ ସେ ମନ୍ତ୍ରୀଙ୍କଠି ଅଛି !ତାହାକୁ ସେ ସଠିକ ରୂପେ ଉପଯୋଗ କଲା !ତୁମ୍ଭେମାନେ ମଧ୍ୟ ସଠିକ ସମୟରେ ସଠିକ କଥା ହେବା ଜ୍ଞାନ ସେହି ଯୀଶୁବାପାଙ୍କୁ ମାଗିବା ଉଚିତ !ତୁମ୍ଭର ଜ୍ଞାନର ବାକ୍ୟ ଅନେକଙ୍କୁ ଆନନ୍ଦ ଦେଇ ଜୀବନ ଦେବ !କଣ ପିଲାମାନେ ଉତ୍ତମ ଜ୍ଞାନ ଭଣ୍ଡାର ମାଗି ପାଇବାକୁ ପ୍ରସ୍ତୁତ ଅଛ କି ? ଠିକ ଅଛି ପିଲାମାନେ, ଯୀଶୁବାପା ଆମକୁ ଦେଇଥିବା ଜ୍ଞାନରେ କେଉଁ ପରିସ୍ଥିତିରେ କେମିତି କଥା ହେବା ଉଚିତ ଶିଖିଲୁ ତ !

- ଶ୍ରୀମତୀ ଆଣବୁ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet