By Village Missionary Movement
Tuesday, 14-Jun-2022ଆଜିର ବାକ୍ୟ (Oriya) 15-06-2022
ପାରଦୀଶର ଜୀବନ
“ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।“ - ଲୂକ 23:43
ଯୀଶୁଖ୍ରୀଷ୍ଟ କୃଶ ବିଦ୍ଧ ହେଲା ସମୟରେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ କୃଶବିଦ୍ଧ ହେଲେ !ସେଥିରେ ଜଣେ ଯୀଶୁଙ୍କୁ କହିଲା, ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର ।ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର ।କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ ?ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି ।ପୁଣି, ସେ କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ !ଏହି ସ୍ବର୍ଗୀୟ ଜୀବନ ଅବା ପାରଦୀଶ ଜୀବନ ମୃତ୍ୟୁମୁଖରେ ଥିବା ଏହି ଦୁଷ୍କର୍ମକାରୀଙ୍କୁ ମିଳିବା ଦୁଇଟି କାରଣ ଅଟେ !ପ୍ରଥମଟି, ତାର ଭୁଲକୁ ସ୍ୱୀକାର କଲା !ଦ୍ୱିତୀୟଟି ଯୀଶୁ ତୁମେ ପ୍ରକାଶିତ କରିଥିବା ରାଜ୍ୟକୁ ମୁଁ ଯୋଗ୍ୟ ନୁହେଁ, ହେଲେବି ମୋତେ ସ୍ମରଣ କର କହିଲା !କୃଶରେ ଝୁଲୁଥିବା ଯୀଶୁଙ୍କ ଠାରେ ତାର ଦୋଷକୁ ସ୍ୱୀକାର କରି, ଯୀଶୁଙ୍କୁ ରାଜା ରୂପେ ଗ୍ରହଣ କରିବା ଦ୍ଵାରା ପାରଦୀଶ ଜୀବନ ପାଇଲା !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଆପଣମାନେ ମଧ୍ୟ ଏହି ଦୋଷୀ ସଦୃଶ୍ୟ ପାରଦୀଶ ପାଇବା ଉଚିତ ବୋଲି ଆଶାରେ ଅଛ କି ? ସେ ତାଙ୍କ ଶେଷ କ୍ଷଣରେ ଉପଯୋଗୀ କରିଥିବା ପ୍ରକାରେ ଆପଣମାନେ ମଧ୍ୟ ଏହି ଶେଷକ୍ଷଣରେ ଉପଯୋଗ କରନ୍ତୁ !ଆପଣ ଆଜି ହିଁ ତୁମ ଦୋଷକୁ ଗ୍ରହଣ କରି, ପ୍ରଭୁଙ୍କର ଠାରେ କ୍ଷମାଭିକ୍ଷା ମାଗି ପରିତ୍ୟାଗ କର !ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତ ବୋଲି (1ମ କରନ୍ତିୟ :-11:31) ବଚନରେ ଲେଖା ହୋଇଛି !ଦ୍ୱିତୀୟଟି, ତୁମ୍ଭଙ୍କୁ ଶାସନ କର୍ତ୍ତା ରାଜା ରୂପେ ପ୍ରଭୁଯୀଶୁଙ୍କୁ ଗ୍ରହଣ କରନ୍ତୁ !ତୁମ ହୃଦୟ ସିଂହାସନକୁ ତାହାଙ୍କୁ ଦିଅନ୍ତୁ !ଯୀଶୁଙ୍କ ବାକ୍ୟକୁ ଆଜ୍ଞାବହ ହୋଇ ସମର୍ପିତ ହେଲେ ଆପଣଙ୍କୁ ମଧ୍ୟ ପାରଦୀଶ ଅବା ସ୍ବର୍ଗୀୟ ଜୀବନ ନିଶ୍ଚୟ !
- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ଗେତସମଣି କ୍ୟାମ୍ପସରେ ହେଉଥିବା ସିମେଣ୍ଟ କାମରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ଜଣକୁ ପରମେଶ୍ୱରଙ୍କ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.