By Village Missionary Movement
Monday, 13-Jun-2022ଆଜିର ବାକ୍ୟ (Oriya) 13-06-2022
ବିଶ୍ୱାସର ପ୍ରାର୍ଥନା
“ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ।“ - ଏବ୍ରୀ 11:1
ପ୍ରାୟ ତିରିଶି ବର୍ଷ ପୂର୍ବେ ସମସ୍ତଙ୍କ ସଦୃଶ୍ୟ ଅତିଉତ୍ସାହରେ ଦଶମ ଶ୍ରେଣୀକୁ ଗଲି !ଆମ୍ଭ ପରିବାର ଆର୍ଥିକ ପରିସ୍ଥିତିରେ ଅଳ୍ପ ପଛୁଆ ଅଟନ୍ତି !ମୁଁ ଦିନେ ମୋ ପିତାଙ୍କ ନିକଟକୁ ଯାଇ ପଚାରିଲି, ଆମ୍ଭ ଆର୍ଥିକରେ ବୃଦ୍ଧି ହେବା ନିମନ୍ତେ କିଛି ମାର୍ଗ ଅଛି କି ? ମୁଁ ସେଥିନିମନ୍ତେ କଣ କରିବା ଉଚିତ ? ସଙ୍ଗେ ସଙ୍ଗେ ମୋ ବାପା ଉତ୍ତର କଲା, ତୁ ଦଶମ ଶ୍ରେଣୀରେ ଭଲ ଭାବେ ପାଠପଡି ଚାରିଶହ କୋଡିଏ ମାର୍କ ରଖିଲେ, ଉତ୍ତମ ରୂପେ ପୋଲଟେକ୍ନୋଲୋଜି କଲେଜରେ ପଡ଼ିବାକୁ ସ୍ଥାନ ମିଳିବ !ତାପରେ ଉତ୍ତମ ଚାକିରୀରେ ଯୋଗଦେଇ, ଆମ ଅବସ୍ଥାକୁ ପରିବର୍ତ୍ତନ କରି ପାରୁ !ସେ ଦିନଠୁ ଉତ୍ତମ ରୂପେ ପାଠପଡ଼ିବା ଆରମ୍ଭ କଲି !ଆମ ଘରେ ବିଦ୍ୟୁତ ଉଜ୍ଜଳର ସୁବିଧା ନ ଥିବା ହେତୁ ମୁଁ ଦାଣ୍ଡ ଉଜ୍ଜଳରେ ପଡ଼ିବାକୁ ପଡ଼େ !ଯେକୌଣସି ପ୍ରକାରେ ପରୀକ୍ଷା ଶେଷ ହେଲା !ମୁଁ ଯାହା ଲେଖିଛି ତାହାକୁ ଆକଳନ ଦ୍ଵାରା ଗଣନା କଲେ, ତାହା ତିନିଶହ ଅଶୀ ମାର୍କ ଆସିବା ପରି ଅଛି !ମୁଁ ଏହି ବିଷୟରେ ମୋ ବାପାଙ୍କୁ କହିଲି !ତେବେ ମୋ ବାପା କହିଲା, ତାହାହେଲେ ତୁ ଲୁଗାଦୋକାନ, ଜେରକ୍ସ ଦୋକାନରେ କାମ କରିବାକୁ ହୁଏ !ଆମ ପଡୋଶୀ ମାମୁଁ, ଯାହା କଲେବି ଯୀଶୁବାପା, ଯୀଶୁବାପା ବୋଲି କହିବା ଅନୁଧ୍ୟାନ କଲି !କଣ ଏହା, ଠିଆ ହେଲେ ଯୀଶୁବାପା, ଶୋଇଲେ ଯୀଶୁବାପା କହୁଛି !ଏହା ଭାବି ତାଙ୍କ ନିକଟକୁ ଯାଇ ମୁଁ ପଚାରିଲି, କାହିଁକି ତୁମେ ଏମିତି କହୁଛ ? ତେବେ ସେ ଉତ୍ତର କଲା,ମୁଁ ଅସୁସ୍ଥତା ଅବସ୍ଥାରେ, ମୃତ୍ୟୁ ଅବସ୍ଥାରେ ରହିଥିଲି !ଡାକ୍ତରମାନେ ମୋତେ ହାତ ଛଡା କରିଦେଲେ !ସେହି ସମୟରେ ଜଣେ ସ୍ତ୍ରୀ ଲୋକ ମୋ ନିମନ୍ତେ ଯୀଶୁବାପାଙ୍କ ନିକଟରେ ପ୍ରାର୍ଥନା କଲା !ମୋତେ ସେ ସଂପୂର୍ଣ୍ଣ ସୁସ୍ଥ କଲେ ବୋଲି କହିଲା !ମୁଁ ବହୁତ ଆଚର୍ଯ୍ୟ ହୋଇଗଲି !ମୁଁ ବି ପଚାରିଲି କଣ ଯୀଶୁବାପା ଅଦଭୂତ କରନ୍ତି କି ? ସଙ୍ଗେସଙ୍ଗେ ସେ ମାମୁଁ କହିଲେ, ହଁ କରିବେ ବୋଲି ତାକୁ ପ୍ରାର୍ଥନା କରିବା ଜାଣି ନାହିଁ ବୋଲି ଜଣେ ଭଉଣୀଙ୍କ ନିକଟକୁ ନେଲେ !ସେହି ଭଉଣୀ ମୋ ପାଇଁ ପ୍ରାର୍ଥନା କଲା !ମୁଁ ମଧ୍ୟ ଯୀଶୁବାପା ଅଦଭୂତ କରନ୍ତି ବୋଲି ବିଶ୍ୱାସ କଲି !ପରୀକ୍ଷାର ଫଳ ଆସିଲା !କେତେ ମହାନ ଆଚର୍ଯ୍ୟ ମୋ ପିତା କହିବା ଅନୁଯାୟୀ ଏବଂ ମୋର ପ୍ରାର୍ଥନା ଅନୁଯାୟୀ ଚାରିଶହ କୋଡିଏ ମାର୍କ ଆସିଲା !ଉତ୍ତମ ପୋଲଟେକ୍ନୋଲୋଜି କଲେଜରେ ସିଟ ମିଳିଲା !ଵିଡମିଲ ନାମକ ଉତ୍ତମ ବିଦ୍ୟୁତ ଉତ୍ପାଦନ କମ୍ପାନୀରେ ଯୀଶୁବାପା ମୋତେ ଚାକିରୀଟିଏ ଦେଲେ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ କୃପା ଅନୁଗ୍ରହ କଲେ !ଆଜି ପ୍ରତ୍ୟେକ ଚୁଟି ଦିନରେ ସେଵାକାର୍ଯ୍ୟ କରିବାକୁ ଦୟା ଅନୁଗ୍ରହ କଲେ !
ପ୍ରିୟ ଯୌବନଗଣ, ଆମ ଯୀଶୁବାପାଙ୍କୁ ବିଶ୍ୱାସରେ ଯାହା ମାଗିଲେବି ସେ ସୁନିଶ୍ଚିତ କରିବେ !ଏବ୍ରି:-11:1 ବଚନରେ କହିବା ସଦୃଶ୍ୟ, ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ । ଆପଣମାନେ ମଧ୍ୟ ଅନେକ ପରୀକ୍ଷା ଲେଖିଥିବ !ବିଶ୍ୱାସରେ ଯୀଶୁବାପାଙ୍କୁ ମାଗ !ତୁମ୍ଭଙ୍କୁ ନିଶ୍ଚିତ ଉତ୍ତମ ମାର୍କ ଏବଂ କଲେଜ ଗୁଡିକ ଦୟା କରିବେ !କେବଳ ସେତିକି ନୁହେଁ ଜୀବନରେ ଯେକୌଣସି ଅବସ୍ଥାରେବି ଯୀଶୁବାପାଙ୍କୁ ଧରି ରଖନ୍ତୁ !ମୋ ଜୀବନକୁ ଆଶୀର୍ବାଦ କରି ଅଭିବୃଦ୍ଧି କରିଥିବା ପରମେଶ୍ୱର ଆପଣଙ୍କୁ ମଧ୍ୟ ସୁନିଶ୍ଚିତ ଆଶୀର୍ବାଦ କରିବେ !ଆମେନ୍ !
- ଭାଇ. ମାରିଆପାନ୍
ପ୍ରାର୍ଥନାର ଅଂଶ '-
ମୋକ୍ଷ ପ୍ରାୟାଣାମ ପତ୍ରିକା ଲେଖକକୁ ଏବଂ ଏଡ଼ିଟ କରିବା ସେବକମାନଙ୍କୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.