Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-06-2022 (Kids Special)
Share:

By Village Missionary Movement

Sunday, 12-Jun-2022

ଆଜିର ବାକ୍ୟ (Oriya) 12-06-2022 (Kids Special)

 

ଚେଷ୍ଟା କର

 

“କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ’ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ।“ - ଗୀତସଂହିତା 18:29

 

ହାଇ ପିଲାମାନେ, ଛୁଟିରେ ବହୁତ ଖୁସି ମନାଇ, ଅନେକ ଦିନ ପରେ ସ୍କୁଲକୁ ଯିବାକୁ କଷ୍ଟ ଲାଗୁଛି କି ? ଦୁଇ ଦିନରେ ଅଭ୍ୟାସ ହୋଇଯିବ !ଶୀଘ୍ର ଉଠି, ଠିକ ସମୟରେ ତୁମକୁ ପ୍ରସ୍ତୁତ କରି, ସ୍କୁଲ ବସ କିମ୍ବା ଅଟୋରେ ତୁମକୁ ପଠାଇବା ପର୍ଯ୍ୟନ୍ତ ମାଆ ବିଶ୍ରାମ କରନ୍ତି ନାହିଁ !ସକାଳୁ ଉଠି, ଭାତ ରାନ୍ଧି, ତୁମକୁ ଓ ଘରର ଆବଶ୍ୟକ କାମ ସବୁକୁ ବିରକ୍ତି ନ ହୋଇ କରୁଥିବା ପିତାମାତାଙ୍କ କଥାକୁ ଅଵଜ୍ଞା କରିବାକୁ ନାହିଁ !ଠିକ ଅଛି ତ ? ଛଅ ଘଣ୍ଟା ହେଲା, ସାତ ଘଣ୍ଟା ହେଲା, ଉଠ ମାଆ ଉଠ ବୋଲି କହିବା ପୂର୍ବରୁ ତୁମେ ଉଠି, ପ୍ରାର୍ଥନା କରି, ବାଇବଲ ପଢି, ସ୍କୁଲକୁ ଯିବା ଉଚିତ !ଏହି ନୂଆ ଶ୍ରେଣୀରେ ଭଲଭାବେ ପଢିବାକୁ ଚେଷ୍ଟା କରିବା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ଅଟେ !ଆଜି ଏହି ବିଷୟରେ କାହାଣୀ ଶୁଣିବାକୁ ଯାଉଛୁ !ଶୁଣିବା କି ? 

 

ଜଣେ ରାଜା ତାଙ୍କ ନଗର ଲୋକଙ୍କ ସହ କହିଲେ, ତୁମ୍ଭମାନଙ୍କ ମଧ୍ୟରେ କିଏ ଶକ୍ତିଶାଳୀ ତାହା ଜାଣିବା ନିମନ୍ତେ ମୁଁ ଗୋଟିଏ ପ୍ରତିଯୋଗିତା କରିବି !ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲୋକେ, ଗୋଟିଏ ସପ୍ତାହ ପରେ ରାଜଭବନକୁ ଆସିବା ଉଚିତ ବୋଲି ଘୋଷଣା କଲା !ଜିତିବା ଲୋକଙ୍କୁ ଏକ ହଜାର ସୁନାର ମୁଦ୍ରା ଦିଆଯିବ ବୋଲି କହିବାରୁ, ନଗର ଲୋକେ ଅତିଆନନ୍ଦରେ ପ୍ରତିଯୋଗିତାକୁ ସିଦ୍ଧ ହେଲେ !ଅନେକ ଲୋକ ବ୍ୟାୟାମ କଲେ, ଆଉ କିଛି ଲୋକ ସ୍ୱାସ୍ଥ୍ୟଯୁକ୍ତ ଖାଦ୍ୟ ଖାଇଲେ, ଆଖଡ଼ାଶାଳାକୁ ଗଲେ, ଆଉ କିଛି ଲୋକ ଖାଇ ଖାଇ ଶୋଇଲେ !ରାଜା କହିଥିବା ଦିନଟି ଆସିଲା !ରାଜଭବନରେ ଗୋଷ୍ଠୀ ଏକାଠି ହେଲେ !ଏକ ଶହ ହାତ ବିଶିଷ୍ଟ କବାଟ ଘୋଡାଇ ହୋଇଛି !ତାହା ଦେଖିବାକୁ ଲୁହାର କବାଟ ସଦୃଶ୍ୟ ଅଛି !ରାଜା କହିଲେ, ସେହି କବାଟ ଠେଲି କାଢ଼ିବା ଉଚିତ !ଏତେ ବଡ଼ କବାଟକୁ କେହିବି ହାତରେ ଠେଲି କାଡ଼ି ପାରିବେ ନାହିଁ, ରାଜା କଣ ଏମିତି କହିଲେ ବୋଲି ଜଣକୁ ଜଣେ କଥା ହେବାକୁ ଆରମ୍ଭ କଲେ !ଦୋଳ ଦୋଳ ହୋଇ ଆସିଥିବା ଲୋକେ ମଧ୍ୟ ଚେଷ୍ଟା କରି ନାହାନ୍ତି !ଯଦି ଆମେ ଯାଇ ଖୋଲା କରି ନ ପାରିଲେ ସମ୍ମାନ ହାନୀ ହେବ ବୋଲି କେହିବି ସେହି କବାଟ ପାଖକୁବି ଗଲେନାହିଁ !କିନ୍ତୁ ଜଣେ ଛୋଟବାଳକ ସେହି କବାଟ ପାଖକୁ ଗଲା !ତାର ଦୁଇ ହାତରେ ତାହାକୁ ଠେଲିକି ଦେଖିଲା !ତାହା ସଙ୍ଗେସଙ୍ଗେ ମ୍ୟାଜିକ କଲା ସଦୃଶ୍ୟ ଖୋଲା ହୋଇଗଲା !କଣ ଆଚର୍ଯ୍ୟ ଲାଗୁଛି କି ? ସେହି କବାଟ କେବଳ ଗୋଟିଏ ମଲାଟରେ ପ୍ରସ୍ତୁତ କରାଯାଇଛି !ସେହି ଛୋଟବାଳକର ଚେଷ୍ଟାକୁ ସମସ୍ତେ ପ୍ରସଂଶା କଲେ !ରାଜା କହିବା ସଦୃଶ୍ୟ ପୁରସ୍କାର ତାହାଙ୍କୁ ଦିଆଗଲା !

 

କଣ ପିଲାମାନେ, ଚେଷ୍ଟା କଲେ ନ ହେବା କାର୍ଯ୍ୟ କିଛି ହିଁ ରହିବ ନାହିଁ !ଚେଷ୍ଟା ବିଜୟୀ ଦେବ ବୋଲି ଶୁଣି ଥିବ !ତୁମ୍ଭେ ମଧ୍ୟ ଚେଷ୍ଟା କରି ଦେଖାଇବା ଉଚିତ !ମୋତେ ଏହି ପାଠ ଭଲ ଲାଗେ ନାହିଁ ବୋଲି ନ କହି, ପ୍ରଭୁଯୀଶୁଙ୍କ ସହଯୋଗରେ ନୂତନ ଶ୍ରେଣୀରେ ଚେଷ୍ଟା କରି ପାଠପଡି ଦେଖନ୍ତୁ !ବିଜୟୀ ନାମକ ଶିଖରକୁ ପହଂଚି ପାରିବ !ଠିକ ଅଛି ପିଲାମାନେ, ଆମ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ସହାୟତାରେ ଚେଷ୍ଟା କଲାବେଳେ ବିଜୟୀ ସାଧନା କରିପାରିବା ବୋଲି ଶିଖିଲୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al