Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-06-2022
Share:

By Village Missionary Movement

Wednesday, 08-Jun-2022

ଆଜିର ବାକ୍ୟ (Oriya) 08-06-2022

 

ସଦାପ୍ରଭୁଙ୍କର ଠାରେ ବିଶ୍ୱାସ 

 

“ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ,... ସେ ଧନ୍ୟ।“ - ଗୀତସଂହିତା 40:4

 

ଜେମସ୍ ନାମକ ଜଣେ ଛୋଟ ବାଳକକୁ ଜନ୍ମରୁ ହିଁ ହାତଗୋଡ଼ ସଠିକରେ ନ ବଢ଼ି ରହିଥିଲା !ଗୋଡ଼ରେ କିଛି ଆଙ୍ଗୁଠି ହିଁ ସିଧାରେ ଥିଲା, ତାହାର ସାହାଯ୍ୟରେ ହିଁ ତାର ସବୁ କାମ କରିକି ଆସିଲା !ବିଦ୍ୟାଳୟରେ ଯୋଗଦେବା ବେଳେ, ଅନେକ ଲୋକ ତାହାଙ୍କୁ ହେୟଜ୍ଞାନରେ ଓ ନୀଚତ୍ଵାରେ ଦେଖୁଥିଲେ !ଜେମସ୍ ତାର ଅବସ୍ଥା ବିଷୟରେ ଜାଣି, ଆଉ ବିଦ୍ୟାଳୟକୁ ଯିବିନି ବୋଲି ସ୍ଥିର କଲା !ତାଙ୍କ ପିତାମାତା ତାକୁ ଘରେ ରହି ହିଁ ପାଠ ପଡ଼ିବାକୁ ସୁବିଧା କଲେ !ବିଦ୍ୟାଳୟର ପାଠ ସହିତ ବାଇବଲକୁ ମଧ୍ୟ ଶିଖାଇଲେ !ଜେମସ୍ ମଧ୍ୟ ବାଇବଲକୁ ଭଲ ରୂପେ ପଢିଲା !ସଦାପ୍ରଭୁଙ୍କର ଠାରେ ବିଶ୍ୱାସ ରଖିବା ଆରମ୍ଭ କରିବା ଦ୍ଵାରା ତାଙ୍କ ବିଷୟର ବାଧାଟିକୁ ଭୁଲିଗଲା !କେତେ ମହାନ ଆଚର୍ଯ୍ୟ ଅଟଇ !ସେ ଆଜିର ଦିନରେ ବାଇବଲ କଲେଜରେ ଅଧ୍ୟାପକ ହୋଇ ଅଛନ୍ତି !

 

ବାଇବଲର ଆୟୁବ ପୁସ୍ତକ ପରୀକ୍ଷିତ ସମୟରେ ଆମ୍ଭମାନଙ୍କୁ ବଳ ଯୋଗାଇବା ପୁସ୍ତକ !ଗୋଟିଏ ଦିନରେ ହିଁ ସବୁକିଛି ହରାଇଲା ବେଳେ ସଦାପ୍ରଭୁଙ୍କୁ ନିନ୍ଦା ନ କରି, ସଦାପ୍ରଭୁଙ୍କ ଠାରେ ଥିବା ତାର ବିଶ୍ୱାସକୁ ନ ହରାଇ, ଆୟୁବ କହିଲା, ସଦାପ୍ରଭୁ ଦେଲା, ସଦାପ୍ରଭୁ ନେବେ, ସଦାପ୍ରଭୁଙ୍କର ନାମରେ ସ୍ତୁତି ହେଉ !ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ ବୋଲି (ଆୟୁବ ପୁସ୍ତକ :-42:2)ବଚନରେ ଦେଖି ପାରିବା !ଆୟୁବ ସେତିକି ସଦାପ୍ରଭୁଙ୍କୁ ବିଶ୍ୱାସ କଲା !

 

ଏହା ଶୁଣୁଥିବା ପ୍ରଭୁଙ୍କର ସନ୍ତାନଗଣ, ତୁମ୍ଭମାନଙ୍କର ବିଶ୍ୱାସ କାହାଠାରେ ଅଛି ? କାହା ପ୍ରତି ଅଛି ? ଶାରୀରିକ ବଳ ପ୍ରତି କି, ଟଙ୍କା ପଇସା ପ୍ରତି କି, ଦ୍ରବ୍ୟ ପ୍ରତି କି, ମନୁଷ ପ୍ରତି କି ? ସବୁକିଛି ଦିନେ ବଦଳିଯିବ !ସଦାପ୍ରଭୁଙ୍କର ଇଚ୍ଛାର ଦାଉଦ କହନ୍ତି, ମନୁଷମାନଙ୍କୁ ବିଶ୍ୱାସ କରିବା ଅପେକ୍ଷା ସଦାପ୍ରଭୁଙ୍କର ଠାରେ ଆଶ୍ରୟ ନେବା ଉତ୍ତମ !ଯଦି ସମ୍ପତି ପ୍ରତି ବିଶ୍ୱାସ ରୁହେ, ତେବେ ସମ୍ପତି ନ ଥିଲେ ସଂକୋଚିତ ହୋଇଯିବା !ସଦାପ୍ରଭୁ ଅପରିବର୍ତ୍ତନ, ସର୍ବଶକ୍ତିଶାଳୀ, ତାହାଙ୍କ ପ୍ରତି ବିଶ୍ୱାସ ଥିଲେ, ସବୁସମୟରେରେ ଆୟୁବଙ୍କ ସଦୃଶ୍ୟ ସଂକୋଚିତ ନ ହୋଇ ରହି ପାରିବା !

 

ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ,ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ ବୋଲି (ଯିରୀମିୟ :-17:7)ବଚନରେ ଦେଖିଲା ସଦୃଶ୍ୟ ଆମ୍ଭେମାନେ ମଧ୍ୟ ଧନ୍ୟ ହୋଇ ରହିବା !ଆମେନ୍ !

- ଏମ. ଏଫସି ମାନୁଏଲ ଜୟରାଜ 

 

ପ୍ରାର୍ଥନାର ଅଂଶ :-

ବିଶେଷ ଭାବେ ଯୌବନମାନଙ୍କ ନିମନ୍ତେ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା କଢାଇ ନେଉଥିବା ଯୌବନମାନଙ୍କ ନିମନ୍ତେ, ଆଉ ନୂତନ ଭାବେ ପ୍ରାର୍ଥନାର ଦୋଳ ପ୍ରତି ଗାଁରେ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al