Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-06-2022
Share:

By Village Missionary Movement

Monday, 06-Jun-2022

ଆଜିର ବାକ୍ୟ (Oriya) 06-06-2022

 

ତୁମ୍ଭେ କଣ ଅଵୀଗଲଙ୍କ ସଦୃଶ୍ୟ କି ? 

 

“କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।“ - ଉପଦେଶକ 7:9

 

କେରଳ ରାଜ୍ୟର କୋଳିକୋଡ଼ ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ଜଣ କନ୍ୟା ସନ୍ତାନ ବାସ କରି ଆସୁଥାନ୍ତି !ତାଙ୍କ ସ୍ୱାମୀ ମଦୁଆ ଏବଂ କ୍ରୋଧି ଥିଲା !ପରିବାର ଲୋକେ ଯାହା କଲେବି ସେ ବହୁତ ରାଗନ୍ତି !ଗୋଟିଏ ଦିନ ବହୁତ ମଦ ପିଇ ଘରକୁ ଆସିଲା !ଗୃହରେ ଲୁଚେଇ ରଖିଥିବା ରେଡ଼ିଓ ଦ୍ଵାରା ଆତ୍ମୀୟଯାତ୍ରା ନାମକ କାର୍ଯ୍ୟକ୍ରମକୁ ଶୁଣିବା କ୍ଷଣି ରାଗରେ ସେହି ରେଡ଼ିଓଟିକୁ ଭାଙ୍ଗି ଦେଲା !କିନ୍ତୁ ନିଃଶବ୍ଦରେ ରହିଗଲା !ଏହାଙ୍କର ମନରେ ଆତୁର ଥିବା ହେତୁ, ଆର ଦିନ ଆଉ ଗୋଟିଏ ରେଡ଼ିଓଟି କିଣି, ସେ ନିଜେ ହିଁ ପ୍ରଭୁଙ୍କର ବାକ୍ୟ ରେଡ଼ିଓରେ ଶୁଣିବାକୁ ଆରମ୍ଭ କଲା !ସେ ଧୀରେ ଧୀରେ ଯୀଶୁଙ୍କୁ ବିଶ୍ୱାସ କରି, ଯୀଶୁଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲା !କେତେ ବଡ଼ ଆଚର୍ଯ୍ୟ ଅଟଇ !ଯୀଶୁଖ୍ରୀଷ୍ଟ ତାଙ୍କ ହୃଦୟକୁ ଆସିଲା ପରେ ମଦ ପିଇବା ପୁରାପୁରି ତ୍ୟାଗ କରି, ବର୍ତ୍ତମାନ ପ୍ରଭୁଙ୍କର ସନ୍ତାନ ଭାବେ ଜୀବନଯାପନ କରୁଛି !

 

ପବିତ୍ର ବାଇବଲର ପ୍ରଥମ ଶାମୁୟେଲ :-25:3 ବଚନରେ ନାଵଲର ସ୍ତ୍ରୀ ଅଵୀଗଲ ବୁଦ୍ଧିମତୀ ଓ ରୂପବତୀ ଥିଲା !ମାତ୍ର ନାବଲ କଟୁଭାଶୀ ବୋଲି ଆମେ ପଡୁଛୁ !ଦାଉଦଙ୍କ ଠାରୁ ଉପକାର ଓ ସଂରକ୍ଷଣ ପାଇଥିବା ନାବଲ,ତାଙ୍କ ଉପକାର ବଦଳରେ ଅପକାର କଲା !ଦାଉଦ କିଏ ? ବୋଲି ନାବଲ ପଚାରିବା ଶୁଣିଥିବା ଦାଉଦ ଚାରି ଶହ ଲୋକଙ୍କ ସହ ବାହାରିଲେ !ଏହି ବିଷୟରେ ତାଙ୍କ ଦାସମାନଙ୍କ ଦ୍ଵାରା ଶୁଣି ଅଵୀଗଲ, ତାହାର ବିନୟ ଦ୍ଵାରା, ମର୍ଯ୍ୟାଦାପୂର୍ଣ୍ଣ କଥା ଦ୍ଵାରା ଦାଉଦଙ୍କ ହସ୍ତକୁ ରକ୍ତପାତ ଦୋଷରୁ ବାରଣ କରାଇ, ତାଙ୍କ କ୍ରୋଧକୁ ବାରଣ କଲା !

 

ପ୍ରିୟ ଯୁବକଗଣ, କ୍ରୋଧ କେତେ ଭୟଙ୍କର ଆପଣଙ୍କମାନେ ଜାଣନ୍ତି !ତାର ମଦୁଆ ସ୍ୱାମୀକୁ ସ୍ତ୍ରୀ କ୍ରୋଧରେ ବିରୋଧ କରିଥିଲେ, ସେହି ପରିବାର ବିନାଶ ହୋଇଯାଇଥାନ୍ତା !ସେ ଧିରସ୍ଥିରରେ , ସହନରେ,ଦୟାଲୁ ରହି ତାର ସ୍ୱାମୀ ପରିତ୍ରାଣ ପାଇବାକୁ କାରଣ ହେଲା !ଅଵୀଗଲ ମଧ୍ୟ ଦାଉଦଙ୍କ କ୍ରୋଧ ନାବଲଙ୍କ ପ୍ରତି ଜର୍ଜରିତ ହେଉଛି ବୋଲି ଶୁଣିବା କ୍ଷଣି, ଏହାକୁ ଏହିପରି ହେବା ଉଚିତ ବୋଲି ଧରାଛୁଆଁ ନ କରି ରହିଥିଲେ, ସେ ଅଵୀଗଲ ପ୍ରାଣରେ ଥିବ କି ? ଏହା ଏକ ପ୍ରଶ୍ନ ? ସେ ବୁଦ୍ଧିମତୀରେ କଥା ହୋଇ ସକ୍ରିୟରେ କାର୍ଯ୍ୟଟି କରି ଅଵୀଗଲ ଦାଉଦଙ୍କ କ୍ରୋଧକୁ ରଖିବା ହିଁ ନୁହେଁ ତାଙ୍କଠାରୁ ଆଶୀର୍ବାଦ ପାଇଲା !କ୍ରୋଧକୁ ବାରଣ କରାଇ ଥିବା ସୁବୁଦ୍ଧି ଅଵୀଗଲଙ୍କ ସଦୃଶ୍ୟ ରହିବାକୁ ଚେଷ୍ଟା କରିବା !

- ଶ୍ରୀମତୀ ଏଫ. ସି. ମାନୁଏଲ ଜୟରାଜ 

 

ପ୍ରାର୍ଥନାର ଅଂଶ '-

ଭି. ଏମ. ଏମ.ର ବି.ବି.ଏସ ଦ୍ଵାରା ଗ୍ରାମଗୁଡିକରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଛୋଟପିଲାମାନେ ପ୍ରଭୁଙ୍କର ଠାରେ ଜୀବନ ସାରା ରହିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice