Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-06-2022
Share:

By Village Missionary Movement

Saturday, 04-Jun-2022

ଆଜିର ବାକ୍ୟ (Oriya) 04-06-2022

 

ପୁନର୍ବାର ଆସିବି 

 

“ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି ।“ - ଯୋହନ 14:3

 

ଗ୍ରୀଷ୍ମ ଋତୁରେ ବାପା ଏବଂ ତାର ନଅ ବର୍ଷର ଝିଅ ସମୁଦ୍ରରେ ଆନନ୍ଦରେ ଖେଳୁଥାନ୍ତି !ସେତେବେଳେ ଅକସ୍ମାତରେ ଏକ ବଡ଼ ଢେଉ ଆସି ତାଙ୍କୁ ସ୍ବର୍ଶ କରି, ସେହି ଛୋଟ ଝିଅଟିକୁ ଅଳ୍ପ ଦୁରକୁ ଟାଣି ନେଇଗଲା !ତାଙ୍କ ବାପା କେତେ ଚେଷ୍ଟା କଲେ ବି ତାକୁ କୂଳକୁ ଅଣି ପାରିଲା ନାହିଁ !ଅନ୍ୟର ସାହାଯ୍ୟ ଆବଶ୍ୟକ ହେଲା !ସଙ୍ଗେ ସଙ୍ଗେ କହିଲା, ଝିଅ ଭୟ କର ନାହିଁ ପାଖରେ ଥିବା ସେହି ବାଢିକୁ ଜାବୁଡି ଧର, ପହଁରାମାର, ମୁଁ ତୁମ୍ଭକୁ ଉଦ୍ଧାର କରିବାକୁ ନିଚୟ ଆସିବି !ଅଳ୍ପ ସମୟରେ ଡ଼ଙ୍ଗାରେ ଏବଂ ଉଦ୍ଧାରକାରୀ ଦୋଳ ସହିତ ପୁନର୍ବାର ଆସି ଦେଖିବା ବେଳେ ତାର ଝିଅ ଦେଖା ନ ଯିବାରୁ ସେ ବହୁତ ଭୟ କଲା !ସେ ଛୋଟ ଝିଅ ସମୁଦ୍ରର ବହୁତ ଦୂରକୁ ଚାଲିଗଲା !ବହୁ ସମୟ ଖୋଜିବା ପରେ ସେ ଝିଅଟି ପାଇଲା !ସେ ତାଙ୍କ ପିତାଙ୍କ ଆଜ୍ଞା ଅନୁସାରେ ବାଢିଟି ଧରି ନିଃଶବ୍ଦରେ ଭାସୁଛି !ତାଙ୍କୁ ଡ଼ଙ୍ଗାରେ ବସାଇଲେ !ବାପା ପଚାରିଲା, ତୁମେ କେମିତି ଏ ସମୁଦ୍ରରେ ରହିଲ, ବିଶ୍ୱାସକୁ ହରାଇଲ କି ? ଝିଅଟି ଉତ୍ତର କଲା, ମୋ ପିତା ଯାହା ଆଜ୍ଞା କଲେ, ତାହାହିଁ କଲି !ତୁମ୍ଭକୁ ଉଦ୍ଧାର କରିବାକୁ ମୁଁ ଶୀଘ୍ର ଆସିବି ବୋଲି ତୁମେ କହିବା ଏହି ବାକ୍ୟ ହିଁ ମୋ କର୍ଣ୍ଣରେ ଶୁଭୁଛି ! ମୁଁ ବିଶ୍ୱସ୍ତରେ ରହିବାକୁ ତୁମ୍ଭ ବାକ୍ୟ ହିଁ ମୋତେ ସାହାଯ୍ୟ କଲା !

 

ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ପ୍ରଭକ୍ତାମାନଙ୍କ ଦ୍ଵାରା ପ୍ରକାଶ ହେବାରୁ, ତାହାକୁ ଯିହୂଦୀମାନେ ହିଁ ମଶୀହ ଭାବେ ତାହାଙ୍କୁ ଗ୍ରହଣ କରି ନାହାନ୍ତି !ତଦ୍ରୁପ ଯୀଶୁଖ୍ରୀଷ୍ଟ ତାଙ୍କ ପୁନରୁଥାନ ବିଷୟରେ ଅନେକ ଥର କହିଲେବି, ତାଙ୍କ ଶିଷ୍ୟମାନେ ହିଁ ସେ ବିଷୟରେ ଜାଣି ପାରିଲେ ନାହିଁ !ଆମ୍ଭେମାନେ ଏହାଙ୍କ ସଦୃଶ୍ୟ ରହିବା ଉଚିତ ନୁହେଁ !ଆମ ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ ପୁନର୍ବାର ଆସି, ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି, କହି ଯାଇଛନ୍ତି !ମରୁଡି, ଭୟଙ୍କର ବ୍ୟାଧି, ଯୁଦ୍ଧ, ବିନାଶ ପୃଥିବୀକୁ ଟଳହଲ କରିଦେଉଛି !ଏଥିମଧ୍ୟରେ ଯୀଶୁଙ୍କୁ ବିଶ୍ୱାସ କରି ପରିତ୍ରାଣ ନାମକ ଆଜ୍ଞାକୁ ଧରି ଭାସୁଥିବା ପ୍ରତ୍ୟେକ ଜଣକୁ ସେ ଧରିକି ଯିବାକୁ ମଧ୍ୟଆକାଶକୁ ଆସିବେ !ନିଚୟ ଆସି, ଆମ୍ଭମାନଙ୍କୁ ନେଇକି ଯିବେ !ମାନସିକ ବୋଝରେ, ସମସ୍ୟାରେ, ସଂଗ୍ରାମରେ ଆମେ ସଂକୋଚିତ ଥିବାବେଳେ, ମୁଁ ପୁନର୍ବାର ଆସିବି, ପ୍ରିୟଙ୍କ ସ୍ବର ଆମକୁ ଶ୍ବାନ୍ତନା ଦେବ !ସେହି ଛୋଟ ଝିଅଟି ସେ ବାଢିଟିକୁ ଧରି, ଯେପରି ତାଙ୍କ ପିତାଙ୍କ ନିମନ୍ତେ ଅପେକ୍ଷାରେ ଥିଲା, ତଦ୍ରୁପ ଆମେ ମଧ୍ୟ ଆମ ପ୍ରଭୁଙ୍କର ନିମନ୍ତେ ଜାଗି ରହିବା !ଆସିବି ବୋଲି କହିଥିବା ଇଶ୍ୱର ନିଚୟ ଆସିବେ !ଆମ ସବୁ ଲୁହ ପୋଛି ଦେବେ !ଆମ୍ଭମାନଙ୍କୁ ତାଙ୍କ ସହ ମିଳନ କରାଇବେ !ତାହାଙ୍କ ସହ ମିଶିବାକୁ ସିଦ୍ଧ କି ? 

- ଭାଇ. ହାରିଶ ଶାମୂଏଲ 

 

ପ୍ରାର୍ଥନାର ଅଂଶ:- 

ସେଵାକାର୍ଯ୍ୟକୁ ପ୍ରାର୍ଥନାରେ ତ୍ୟାଗ କରୁଥିବା ଦଶମାଂଶରେ ସାହାଯ୍ୟ କରୁଥିବା ଅଂଶୀଦାରିମାନଙ୍କୁ ସଦାପ୍ରଭୁଙ୍କ ଆଶୀର୍ବାଦ ନିମନ୍ତେ ଏବଂ ନୂତନ ପ୍ରାୟୋଜିତଙ୍କୁ ସଦାପ୍ରଭୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice