Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-06-2022
Share:

By Village Missionary Movement

Thursday, 02-Jun-2022

ଆଜିର ବାକ୍ୟ (Oriya) 02-06-2022

 

ଆମ୍ଭ ପ୍ରତିଥିବା ଦାଇତ୍ୱ 

 

“ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର ।“ - ମାର୍କ 16:15

 

ମୁଁ ଜଣେ ଗରିବ ପରିବାରର ଅଟେ !କିନ୍ତୁ ମୁଁ ପ୍ରଭୁଙ୍କର ଅନୁଗ୍ରହରୁ ବୈଷୟିକ ଶିକ୍ଷା ସମାପ୍ତ କଲି !କିଛି ମାସ ସଠିକ ଚାକିରୀ ନ ଥିଲେ ମଧ୍ୟ, ପ୍ରଭୁ ତାଙ୍କ କୃପାରୁ ଗୋଟିଏ ଉତ୍ତମ ଚାକିରୀ ଯୋଗାଇଲେ !ମୁଁ ଆଚର୍ଯ୍ୟ ଭାବେ ପ୍ରଭୁଙ୍କୁ ଗ୍ରହଣ କଲି !ତାପରେ ମୁଁ ସବୁବେଳେ ରବିବାର ଉପାସନାକୁ ଯାଇ ଜଣେ ସାଧାରଣ ଖ୍ରୀଷ୍ଟିଆନ ଭାବେ ଜୀବନଯାପନ କରି ଆସିଲି !ଗୋଟିଏ ଦିନ ସନ୍ଧ୍ୟାରେ ଜଣେ ଭାଇ ଛୋଟ ପିଲାମାନଙ୍କୁ ସନଡେ କ୍ଲାସ କରୁଥାଏ !ସେ ମୋ ସହ କହିଲା, ପାଞ୍ଚ ଦିନ ଚାକିରୀ କରି ଆଉ ବଳକା ଦୁଇ ଦିନ ସେବା କାର୍ଯ୍ୟ କରୁଛି !ତାଙ୍କର ଯିବା ଆସିବାକୁ ସଠିକ ଜାହାନବାହାନ ନ ଥାଏ !ସେ ପ୍ରାୟ ଦଶ କିଲୋମିଟର ଦୂର ସାଇକେଲରେ ଯାଇ ସେବାକାର୍ଯ୍ୟ କରୁଥାଏ !ସେ ଏତେ କିଲୋମିଟର ସାଇକେଲରେ ଯିବା ମୋତେ ଆଚର୍ଯ୍ୟ ଲାଗୁଥିଲା ଏବଂ ସେହି ସମୟରେ ବାଧା ଲାଗୁଥାଏ !ସେ ସେବାକାର୍ଯ୍ୟ ନିମନ୍ତେ ମୋତେ ମଧ୍ୟ ଡାକୁଥାଏ !ଦିନେ ତାଙ୍କ ଡାକରାକୁ ସମ୍ଭାଳି ନ ପାରି, ଠିକ ଅଛି ଆସିବି କହିଲି !କିନ୍ତୁ ମୁଁ କହିଲି, ତୁମ୍ଭକୁ ମୋ ଗାଡ଼ିରେ ନେଇ ଗାଁରେ ପହଞ୍ଚାଇବି, କିନ୍ତୁ ସେଵା କର ବୋଲି ମୋତେ ବାଧ୍ୟତା କର ନାହିଁ !ଗୋଟିଏ ସପ୍ତାହ ବିତିଗଲା, ଦ୍ୱିତୀୟ ସପ୍ତାହରେ ସେ ମୋତେ କହିଲା, ଘୋସା ବାକ୍ୟ ହିଁ ପିଲାଙ୍କୁ ଶିଖାଅ !ହଁ ଘୋସା ପଦ ତ ଭାବି ପିଲାଙ୍କୁ ଶିଖାଇଲି !ତାପରେ ଗୀତ ଶିଖାଇବାକୁ କହିଲା !ତେବେ ମଧ୍ୟ ହଁ ଠିକ ଅଛି ଗୀତ ତ ଭାବିଲି !ତାପରେ କାହାଣୀ କହିବାକୁ କହିଲା !ହଁ କାହାଣୀ ତ ଭାବି କହିଲି !ଗୋଟିଏ ଦିନ ବସି ଆଲୋଚନା କଲାବେଳେ ବୁଝିଲି କି ସେ, ମୋ ଅଜାଣତରେ ମୋ ସହିତ ସେବା କରାଉଛି !ଏହା ସଠିକ ନୁହେଁ, ଆଉ ମୁଁ ଆସିବି ନାହିଁ କହିଦେବି ବୋଲି ଭାବିଲି !କିନ୍ତୁ ପ୍ରଭୁ କହିଲେ, ତାଙ୍କ ସହ ଯାଅ, ଯାହା କହେ ତାହା କର ବୋଲି ମୋତେ ଆଜ୍ଞା କଲେ !ଏପରି ମୋ ସେବାକାର୍ଯ୍ୟ ଆରମ୍ଭ ହେଲା !ଆଜି ଅନେକ ଗାଁରେ ଛୋଟପିଲାମାନଙ୍କ ମଧ୍ୟରେ ସେଵାକାର୍ଯ୍ୟ କରୁଛି !

 

ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ଅନେକ ସମୟରେ ସେବାକାର୍ଯ୍ୟ ଆମ୍ଭ ନିମନ୍ତେ ନୁହେଁ ବୋଲି ଭାବୁଚୁ !କିନ୍ତୁ ପବିତ୍ର ବାଇବଲ କହୁଛି, ସୁସମାଚାର ପ୍ରକାଶ କରିବା ଦାଇତ୍ୱ ଆମ୍ଭ ପ୍ରତି ମଧ୍ୟ ନ୍ୟାସ୍ତ ଅଛି !ଯୀଶୁଖ୍ରୀଷ୍ଟ ମଧ୍ୟ ତାଙ୍କ ଶେଷ ଦିନରେ କହନ୍ତି, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର ।ତଦ୍ରୁପ ହେଲେ ସେବା ହେଉଛି ଆମ ସମସ୍ତଙ୍କର ଦାଇତ୍ୱ !ଏହା କେବଳ ବୋଝ ନୁହେଁ, ପ୍ରଭୁଙ୍କର ଆଦେଶ !ସେଥିପାଇଁ କରି ପାରିବା ସେବା କରିବା !ପ୍ରଭୁଙ୍କର ଆଶୀର୍ବାଦ ପାଇବା !ଆମେନ୍ !

- ଭାଇ. ମାରିଆପାନ 

 

ପ୍ରାର୍ଥନାର ଅଂଶ :-

ଆମ ସମସ୍ତ ମିଶିନାରୀ ମାନଙ୍କୁ ସଦାପ୍ରଭୁ ମହିମାନ୍ୱିତ ଭାବେ ବ୍ୟବହାର କରି, ପରମେଶ୍ୱର ତାଙ୍କ ପ୍ରତି ରଖିଥିବା ଯୋଜନାକୁ ବାଧା ନ ଥାଇ ସମ୍ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel