Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-01-2021
Share:

By Village Missionary Movement

Friday, 29-Jan-2021

ଆଜିର ବାକ୍ୟ (Oriya) 29-01-2021

ସୁଯୋଗ 

“ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।“ - ଦ୍ୱିତୀୟ ବିବରଣ ପୁସ୍ତକ 30:15

ବିଲ ଗେଟ ପୃଥିବୀରେ ଧନୀ ବ୍ୟକ୍ତିମାନଙ୍କର ମଧ୍ୟରେ ପ୍ରଧାନ  ସ୍ଥାନରେ ଅଛନ୍ତି ବୋଲି ଆମେ ଜାଣିଚୁ !ସାମ୍ବାଦିକମାନେ ତାଙ୍କର ବାହାରୁ ସାକ୍ଷାତ ନେବାକୁ ଆସିଥିଲେ !ସେମାନଙ୍କ ମଧ୍ୟରେ ଜଣେ ପଚାରିଲେ, ତୁମେ ପୃଥିବୀରେ ଧନୀ ମାନଙ୍କର ମଧ୍ୟରେ ତୁମେ ଜଣେ ଅଛ , ତୁମର ବିଜୟୀର ରହସ୍ୟ କଣ ? ସଂଗେ ସଂଗେ ବିଲ ଗେଟ ଗୋଟିଏ କାଗଜ ତାଙ୍କର ହାତକୁ ବଢ଼ାଇ କହିଲେ, ତୁମକୁ କେତେ ଟଙ୍କା ଆବଶ୍ୟକ ତୁମେ ତାହା ଲେଖି ଦିଅନ୍ତୁ, ମୁଁ ତୁମକୁ ତାହା ଦେବି !ସେହି ସାମ୍ବାଦିକ କହିଲା, ମୋର କିଛି ଦରକାର ନାହିଁ !ବିଲ ଗେଟ କହିଲେ, ତୁମେ କେତେ ଲେଖି ଥିଲେ ମଧ୍ୟ ମୁଁ ତୁମକୁ ଦେଇ ଥାନ୍ତି !ମାତ୍ର ତୁମେ ମାଗିଲ ନାହିଁ, ତୁମକୁ ମିଳିଥିବା ସୁଯୋଗକୁ ହାତଛଡା କରିଦେଲ !ମୁଁ ମାତ୍ର ତୁମ ଠାରୁ ଆସିଥିବା ସୁଯୋଗକୁ ହାତଛଡା କରି ନାହିଁ !ଛୋଟ ସୁଯୋଗ ହେଲେ ମଧ୍ୟ ବ୍ୟବହାର କଲି !ଏହା ହିଁ ମୋର ବିଜୟୀର କାରଣ ଅଟେ !

ବାଇବଲରେ ଏସୌ ତାଙ୍କୁ ଥିବା ସୁଯୋଗକୁ ଅବହେଳିତ କଲା !ସେଥିପାଇଁ ସେ ପାଇବାକୁ ଥିବା ଜ୍ୟୋଷ୍ଟ ଅଧିକାର ହରାଇ ଥିଲେ !ଜ୍ୟୋଷ୍ଟ ପୁତ୍ର ଭାଗ ଦ୍ୱିଗୁଣିତ ଆଶୀର୍ବାଦ  ଅଟେ !ତାଙ୍କୁ ଥିବା ଭୋକ ସକାଶେ ସାଧାରଣ ଖାଦ୍ୟ ପାଇଁ ସେହି ଭାଗ୍ୟରୁ ବଂଚିତ ହେଲା !ଏହା ଦ୍ଵାରା ତାହାର ସମ୍ପତି ହରାଇଲା, ତାପରେ ଏସୌ ବିକଳ ହୋଇ ରଡି ଛାଡି କାନ୍ଦିବାରୁ ମଧ୍ୟ ସେ ଆଉ ପାଇଲା ନାହିଁ !ମାତ୍ର ତାର ଭାଇ ଯାକୁବ ଖାଲି ହାତରେ ଗୋଟିଏ ଜ୍ୟୋଷ୍ଟିରେ ତାଙ୍କର ମାମୁଁଙ୍କ ଘରକୁ ଗଲେ !ସେଠାରେ ମିଳିବା ସୁଯୋଗକୁ ବ୍ୟବହାର କରି ଦୁଇଟି ସୈନିକର ସମ୍ପତି ରୋଜଗାର କରିଲା !ଆଜି ପର୍ଯ୍ୟନ୍ତ ତାଙ୍କର ସନ୍ତାନ ସନ୍ତତି ଭୂମିରେ ଆଶୀର୍ବାଦ ଯୁକ୍ତ ହୋଇଛନ୍ତି !ସେମାନଙ୍କ ପାଇଁ ପ୍ରତ୍ୟୋକ ଭାବେ ଏକ ଦେଶ ସ୍ଥାପନ ହେଲା !ସେହି ବଂଶାବଳିରୁ ହିଁ ଉଦ୍ଧାର କାରି  ଯୀଶୁଖ୍ରୀଷ୍ଟ ଜନ୍ନ ନେଲା !

ମୋର ପ୍ରିୟ ଯୁବକ ଯୁବତୀ ଗଣ, ତୁମକୁ ଆସୁଥିବା କୋଣସି ସୁଯୋଗକୁ ହାତଛଡା କରନ୍ତୁ ନାହିଁ !ପାଇ ଥିବା ସୁଯୋଗ ଛୋଟ କି ବଡ଼ ହେଉ, ବ୍ୟବହାର କରିବା ବ୍ୟକ୍ତି ହିଁ ଅନୁଗ୍ରହ ପାଇବେ !ବିଦ୍ୟାଳୟରେ, ପରିବାରରେ, ସେବାକାର୍ଯ୍ୟରେ ତୁମେ ପାଉଥିବା କୋଣସି ସୁଯୋଗକୁ ଡେରି  ନ କରି,  ଚାଡ଼ି ନ ଦେଇ,  ଗ୍ରହଣ କରି, ପ୍ରାର୍ଥନା କରି ବ୍ୟବହାର କରନ୍ତୁ !ମିଳୁଥିବା ସୁଯୋଗକୁ ବ୍ୟବହାର କରିବା ଦ୍ଵାରା ଯାହା ତୁମେ ଆତୁରତାରେ କରିପାରିବ ତାହା ହିଁ ସଦାପ୍ରଭୁ ତୁମକୁ ଦେଇ ଥିବା ସମ୍ପଦ !କେଉଁ ସମ୍ପଦ ତୁମ ଠାରେ ଅଛି ତାହା ବୁଝିବାକୁ ଏହା ହିଁ ତୁମର ମାର୍ଗ ଅଟେ !ଅଳସୁଆ, ଜଗତର ଆଶା, ଏହି ସମସ୍ତ ତୁମର କଠିନ ଚେଷ୍ଟାକୁ ରଖିବା ପାଇଁ ସ୍ଥାନ ଦେବ ନାହିଁ !ମୁଖ୍ୟତ ତୁମେ ପାଇ ଥିବା ସୁଯୋଗ ସଦାପ୍ରଭୁଙ୍କର ମହିମା ନିମନ୍ତେ ବ୍ୟବହାର ହେବା ପାଇଁ ଜାଗ୍ରତ ହୋଇ ରୁହନ୍ତୁ !ଯୀଶୁଙ୍କର ନିମନ୍ତେ ଯାହା ବି ଛାଡି ପାରିବା !ମାତ୍ର ଜଗତର  ପାଇଁ ଯୀଶୁଙ୍କୁ  ଛାଡିବା ନାହିଁ !
-    ଜେ. ଢ଼େଭିଡ଼ 

ପ୍ରାର୍ଥନା କରନ୍ତୁ :-ବାଇବଲ କଲେଜ ବିଦ୍ୟାର୍ଥୀ ବସି ପଢିବା ପାଇଁ  ଚୌକି କିଣିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş