By Village Missionary Movement
Tuesday, 31-May-2022ଆଜିର ବାକ୍ୟ (Oriya) 31-05-2022
କ୍ରୟଧନ ଦେୟ ପ୍ରେମ
“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16
ଅନେକ ବର୍ଷ ତଳେ ଫ୍ରାନସ ଦେଶରେ ଥିବା ଗୋଟିଏ ବଡ଼ ଦେବାଳୟରେ ମହାନ ଧନୀକ ଏକଲା ଜୀବନଯାପନ କରି ଆସୁଥାଏ !ସେ ବହୁ ଆଡମ୍ବରରେ ବଞ୍ଚିବା ପାଇଁ ସମ୍ପତି ଥିବା ଲୋକ, ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖାଉଥିବା ଖାଦ୍ୟ ଖାଉଥାଏ, ମଧ୍ୟବିତ୍ତ ଲୋକେ ପରିଧାନ କରୁଥିବା ବସ୍ତ୍ର ସେ ଧାରଣ କରୁଥାଏ !ତାଙ୍କ ଗ୍ରାମର ଲୋକମାନେ ତାଙ୍କ ଦରିଦ୍ର ଜୀବନକୁ ଦେଖି ପରିହାସ କରୁଥାନ୍ତି !ଏତେ ସମ୍ପତି କାହା ନିମନ୍ତେ ଗଛିତ କରୁଛି ବୋଲି ଅଟହାସ୍ୟ କରୁଥାନ୍ତି !ଦିନ ବିତିଲା, ଦିନେ ସେ ମରିଗଲା !ସେ ଲେଖି ରଖିଥିବା ଏକ କାଗଜ ସେହି ଗାଁ ଲୋକଙ୍କୁ ମିଳିଲା !ସେମାନେ ତାହା ଦେଖି ଥରିଗଲେ !ସେଠାରେ ଲେଖା ଥିଲା କି, ତାହାର ଧନ ସମ୍ପତି ଜଳ ଅଭାବରେ କଷ୍ଟ ଅନୁଭବ କରୁଥିବା, ସେହି ଗାଁ ଲୋକଙ୍କୁ ବିନାମୂଲ୍ୟରେ ଜଳ ଯୋଗାଇ ଉପଯୋଗୀ କରିବା ନିମନ୍ତେ !
ଯୀଶୁଖ୍ରୀଷ୍ଟ ମଧ୍ୟ ତାଙ୍କର ସ୍ବର୍ଗୀୟ ମହିମାକୁ ପରିତ୍ୟାଗ କରି, ଜଣେ ଦରିଦ୍ର ରୂପେ ଏହି ପୃଥିବୀକୁ ଆସିଲେ !ଆମ୍ଭେମାନଙ୍କୁ ଧନୀ କରିବା ପାଇଁ ସେ ଦରିଦ୍ର ହେଲେ !ସେ ଆମ ଠାରୁ ଆଶା କରୁଥିବା ବିଷୟ ହେଉଛି ଦୁଇଟି !ପ୍ରଥମଟି, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର (ମାଥିଉ :-22:37)! ଆମ ସବୁକୁ ଆମେ ଏକ ଦାୟିତ୍ୱରେ ନ ଦେଇ, ପ୍ରେମ କରି ସମର୍ପଣ କଲା ସଦୃଶ୍ୟ ଦେବା ଉଚିତ !ଅବ୍ରାହମ ତାଙ୍କୁ ପ୍ରେମ କରୁଛନ୍ତି କି ନାହିଁ, ଏହା ଜାଣିବା ନିମନ୍ତେ (ଆଦି ପୁସ୍ତକ :-22:2 )ବଚନରେ ଇଷାକଙ୍କୁ ବଳି ନିମନ୍ତେ ମାଗିଲେ !ଏଥିରେ ଇଷାକକୁ ବଳି କରିବା ପରମେଶ୍ୱରଙ୍କର ଇଚ୍ଛା ନୁହେଁ !କିନ୍ତୁ ଇଷାକଙ୍କ ଠାରୁ ମୋତେ ଅତ୍ୟଧିକ ପ୍ରେମ କରୁଛି କି ନାହିଁ, ଏହା ଜାଣିବାକୁ ହିଁ ପରମେଶ୍ୱର ଇଚ୍ଛା କଲେ ! ଦ୍ୱିତୀୟଟି,ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର (ମାଥିଉ :-22:39)! ମୁଦ୍ରାର ଦୁଇ ପାର୍ଶ୍ୱ ସମାନ ରହିବା ଉଚିତ !ଏଥିପାଇଁ ପ୍ରଭୁଯୀଶୁଖ୍ରୀଷ୍ଟ ଉତ୍ତମ ସମୀରିୟ ଉପମା କହିଲେ !ପ୍ରେମ କହିବା, ସ୍ୱୟଂରେ ଆଗକୁ ଆସି ତାଙ୍କ ଆନନ୍ଦକୁ ଅନ୍ୟମାନଙ୍କୁ ବଣ୍ଟନ କରିବା !ଆମେ ଆମ ଚାରିପାର୍ଶ୍ୱ ଲୋକଙ୍କ ସହ ପ୍ରେମରେ ରହିବା ଉଚିତ !ସେହିପରି ଥିଲେ ଆମେ ପ୍ରଭୁଙ୍କୁ ପ୍ରେମ କରିବା ଲୋକେ ହେବା !ଉତ୍ତମ ସମୀରିୟ ତାଙ୍କ ଦ୍ରାକ୍ଷାକୁ,ତୈଳକୁ,ଯାହାନକୁ ଓ ଦୁଇଟି ମୁଦ୍ରାକୁ ଖର୍ଚ୍ଚ କଲା !
ପ୍ରିୟ ବନ୍ଧୁଗଣ, ଆମର ପ୍ରେମ କ୍ରୟଧନ ଦେୟ ହୋଇ ରହିଛି କି ? ଏହାକୁ ଆଲୋଚନା କରି ଦେଖିବା !କ୍ରୟଧନ ଦେୟ ନ କରି ପ୍ରେମ କରି ପାରିବା ନାହିଁ !କ୍ରୟଧନ ଦେୟ ନ ଥିବା ପ୍ରେମ ଉପଯୁକ୍ତ ନୁହେଁ !କ୍ରୟଧନ ଦେୟ ପ୍ରେମ ଆମ୍ଭମାନଙ୍କୁ, ଅନ୍ୟମାନଙ୍କୁ ଉପଯୁକ୍ତ ହୋଇ ଥିବ !ହାଲେଲୁୟା !
- ଶ୍ରୀମତୀ ଅଣବୁ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-ଆନ୍ଦ୍ରପ୍ରଦେଶ ଏବଂ ଓଡିଶା ରାଜ୍ୟରେ ନିର୍ମାଣ ହେଉଥିବା ଚର୍ଚ୍ଚ ଗୃହ ଗୁଡିକ ଶୀଘ୍ର ନିର୍ମାଣ ନିମନ୍ତେ ଏବଂ ତାହାର ଆବଶ୍ୟକତା ପ୍ରେରଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.