Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-05-2022
Share:

By Village Missionary Movement

Tuesday, 24-May-2022

ଆଜିର ବାକ୍ୟ (Oriya) 24-05-2022

 

ପ୍ରାର୍ଥନା ଜୀବନ 

 

“ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।“ - ମାର୍କ 1:35

 

ହେମିଲଟର ନାମକ ବାଇବଲ କଲେଜର ବରିଷ୍ଠ ସେବକ ଵାକାସ ନାମକ ସେ ମୃତ୍ୟୁ ଶଯ୍ୟାରେ ଅଛି !ଵାକାସକୁ ଡାକ୍ତର ପରୀକ୍ଷା କରି ଡାକ୍ତରଖାନା ଦ୍ଵାର ମୁହଁରେ ଠିଆ ହୋଇଥିବା ତାଙ୍କ ସାଙ୍ଗମାନଙ୍କ ସହ ଧିରସ୍ଥିରରେ କିଛି ଗୋଟେ କହିଁକି ଚାଲି ଗଲା !ଡାକ୍ତର ଚାଲିଗଲା କ୍ଷଣି, ଶଯ୍ୟାଶାୟୀ ଥିବା ଵାକାସ ତାଙ୍କ ସାଙ୍ଗମାନଙ୍କୁ ହାତ ହଲାଇ ଡାକି ପଚାରିଲା, ଡାକ୍ତର କଣ କହିଲା, ତାହା ନ ଲୁଚେଇ ଦୟାକରି ମୋ ସହିତ କୁହନ୍ତୁ !ସେଥିପାଇଁ ତାଙ୍କ ବନ୍ଧୁଗଣ ଚିତ୍କାରରେ କ୍ରନ୍ଦନ କରି କହିଲେ, ତୁମ୍ଭେ ଆଉ ଅଧଘଣ୍ଟାରୁ ଅଧିକ ବଞ୍ଚିବ ନାହିଁ !ସଂଗେ ସଂଗେ ଵାକାସ କହିଲା, ଯଦି ସେହିପରି ହୁଏ, ତେବେ ମୋତେ ଏହି ଶଯ୍ୟାରୁ ଉଠାଇ ଆଣ୍ଠୁରେ ଠିଆ କରାଅ !ମୋ ଜୀବନରେ ଶେଷ କ୍ଷଣିକ ଆଣ୍ଠୁରେ ଠିଆ ହୋଇ ଶେଷ କରିବାକୁ ଦିଆଯାଉ !ତଦ୍ରୁପ ଆଣ୍ଠୁପାତି ସେ ତାଙ୍କ ଜୀବନ ତ୍ୟାଗ କଲା !ବହୁତ ବର୍ଷରୁ ସେ ପାଳନ କରି ଆସୁଥିବା ପ୍ରାର୍ଥନାର ଅଭ୍ୟାସକୁ ପ୍ରାଣ ଯିବା ଶେଷ କ୍ଷଣି ମଧ୍ୟ ଅହରି ନ ଯାଇ ପାଳନ କଲା !

 

ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ବଞ୍ଚିଥିବା ଦିନମାନଙ୍କରେ ଅନେକ ସ୍ଥାନରେ, ଅନେକ ସମୟରେ ପ୍ରାର୍ଥନା କଲେ !ତାହାଙ୍କର ତେତିଶ ବର୍ଷ ଛଅ ମାସ ସେଵାକାର୍ଯ୍ୟର ବିଜୟ ରହସ୍ୟ ହେଉଛି, ତାହାଙ୍କର ପ୍ରାର୍ଥନା ଜୀବନ !ତାଙ୍କ ସହଥିବା ଶିଷ୍ୟମାନଙ୍କୁ ମଧ୍ୟ ପ୍ରାର୍ଥନା କରିବା ଶିଖାଇଲେ !ଯୀଶୁ ସେ ସମର୍ପିତ ହେବା ଆଗରୁ ଗେତସମଣି ବଗିଚାରେ ଲୁହରେ ପ୍ରାର୍ଥନା କଲେ !ଶିଷ୍ୟମାନଙ୍କ ସହ, ଅନେକ ଲୋକଙ୍କ ସହିତ ଥିବାବେଳେ, ପିତାଙ୍କ ସହିତ ଥିବା ସମ୍ପର୍କକୁ ନୂତନୀକରଣ କରିବାକୁ ଏକଲା ଯାଇ ପ୍ରାର୍ଥନା କରୁଥାନ୍ତି !

 

ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ଆମର ପ୍ରାର୍ଥନା ଜୀବନକୁ ମହାନ ଉଦାହରଣ ଯୀଶୁଖ୍ରୀଷ୍ଟ ଅଟେ !ସେ ପ୍ରାର୍ଥନା କରି ସେଵା କାର୍ଯ୍ୟରେ ବିଜୟୀ ସାଧନ କଲା !ପ୍ରାର୍ଥନା ମାନେ, ପରମେଶ୍ୱରଙ୍କ ସହିତ କଥା ହେବା !ପରମେଶ୍ୱରଙ୍କ ଠାରେ ଥିବା ଆମ ସମ୍ପର୍କକୁ ନୂତନୀକରଣ କରିବା !ପ୍ରାର୍ଥନା ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭମାନଙ୍କୁ ଶ୍ଵାସ ସଦୃଶ୍ୟ !ପ୍ରାର୍ଥନା ଆପଣଙ୍କୁ ଅଭ୍ୟାସରେ ପରିବର୍ତନ ହେବା ବେଳେ, ଅଦଭୂତ ଗୁଡିକ ତୁମ ଜୀବନ ଶୈଳୀରେ ବଦଳିବ !ସେ ପ୍ରାର୍ଥନାର ଦାଇତ୍ୱ ବଦଳିଲା ବେଳେ, ଜୀବନରେ ପରିବର୍ତ୍ତନ ନ ଥିବ !ତୁମ୍ଭ ପ୍ରାର୍ଥନା ଖ୍ରୀଷ୍ଟଙ୍କ ଠାରେ ଥିବା ସମ୍ପର୍କକୁ ନୂତନୀକରଣ ହୋଇ ଉର୍ନତି ହୋଇ ରହିବାକୁ ଦିଅନ୍ତୁ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ପ୍ରସାରଣ କରାଯାଉଥିବା ପତ୍ରିକା ପ୍ରେରଣ କରିବାକୁ ପୋଷ୍ଟାଲ ଅନୁମତି ମିଳିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al