Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-05-2022
Share:

By Village Missionary Movement

Monday, 23-May-2022

ଆଜିର ବାକ୍ୟ (Oriya) 23-05-2022

 

ଜୀବନ ଶୈଳୀ ( Lifestyle )

 

“ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;” - ୧ ଯୋହନ 2:15

 

ଜଣେ ବ୍ୟକ୍ତିର ଚାଲିଚଳନ, ପୋଷାକ ପରିଧାନ,ବ୍ୟବହାର, ଅଭ୍ୟାସ, ନାଗରିକତା ଗୁଡିକୁ ଜୀବନ ଶୈଳୀ କୁହାଯାଏ !ଯୋଗାଯୋଗ,, ଟେକ୍ନୋନଲୋଜି, କମ୍ପୁଟର ଆକର୍ଷଣ ଏ ଗୁଡିକ ପୃଥିବୀରେ ଭରପୂର ହୋଇଛି !ଅନ୍ୟମାନେ ମୋତେ ଦେଖିବା ଉଚିତ ବୋଲି ଆଲୋଚନା, ଯୌବନ ବୟସରେ ଆଶା, ସେମାନଙ୍କ ଜୀବନକୁ ଟର୍ଣ୍ଣ କରିଦେଉଛି !ଯୌବନମାନଙ୍କ ଜୀବନରେ ଅତ୍ୟଧିକ ପ୍ରଭାବ ପକାଉଥିବା କିଛି ବିଷୟରେ ଦେଖିବା କି ? 

 

(1). ଯୋଗାଯୋଗ :-ସେଲଫୋନ, ଇମୈଲ ଆଇଡି ନ ଥିଲେ ମର୍ଯ୍ୟାଦା ମିଳିବ ନାହିଁ ବୋଲି ଅନେକ ଯୁବତୀଯୁବକ ଭାବନ୍ତି !ଉପଯୋଗ ନିମନ୍ତେ, ଅତିଆବଶ୍ୟକ ନିମନ୍ତେ, ସେଲଫୋନ ଉପଯୋଗ କରିବା ଲୋକେ ବହୁତ କମ !କିନ୍ତୁ ଅଧିକାଂଶ ଚାଟିଙ୍ଗ ନିମନ୍ତେ, ଖେଳିବା ନିମନ୍ତେ ସେଲଫୋନ ବ୍ୟବହୃତ ହେଉଛି !ଅତ୍ୟଧିକ କଥାରେ ଦୋଷ ଥିବ, ପବିତ୍ର ବାଇବଲ କହୁଛି !ବଡ଼ିମା ନିମନ୍ତେ କ୍ରୟ କରିଥିବା ବହୁମୂଲ୍ୟ ସେଲଫୋନ, ତୁମ ପବିତ୍ରତା ନଷ୍ଟ ନ ହେବା ନିମନ୍ତେ ଜାଗ୍ରତରେ ରୁହନ୍ତୁ !

 

(2).ସମୟ ବିତାଇବା(ଟାଇମ ପାସ ):-ଦୂରଦର୍ଶନ, ଇଣ୍ଟେର୍ନେଟ, ଆଧୁନିକ ସଂଗୀତ ଏବଂ ରାତ୍ରି ଭୋଜନ ଏସମସ୍ତ ଟାଇମ ପାସ ନାମରେ ସମୟକୁ ବିନାଶ କରୁଛି !ଇଣ୍ଟେର୍ନେଟ ଏବଂ ୱେବସାଇଟ ବିଦ୍ୟାବନ୍ତ କରିବାକୁ, ଜ୍ଞାନ ନିମନ୍ତେ ଉପୟୋଗ ନିମନ୍ତେ ଥିବାବେଳେ, ଅନେକ ସମୟରେ ଅଶ୍ଳୀଳ ୱେବସାଇଟରେ ବଦଳି ଯାଉଛି !ଯୌବନ ସ୍ତ୍ରୀମାନେ ଜାଗ୍ରତ !

 

ନାଗରିକତା :-ବସ୍ତ୍ର ହେଉଛି ଜଣେ ବ୍ୟକ୍ତିର ମନୋଭାବକୁ ଶକ୍ତିର ସାଧନ ବୋଲି ଜଣେ ବ୍ୟକ୍ତି କହିଲେ !ଆମକୁ ନୁଆଁରେ ଦେଖିବା ଲୋକ ଆମ ବସ୍ତ୍ର ଧାରଣ ଦ୍ଵାରା ହିଁ ଆମକୁ ଗୌରବ କରେ !ସ୍ତ୍ରୀମାନଙ୍କର ବସ୍ତ୍ର ଧାରଣ ଅନ୍ୟମାନଙ୍କୁ ବାଧା ନ ହେଉ !ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ ।(ପ୍ରଥମ କରନ୍ତିୟ :-10:23) ରେ ଲେଖାଅଛି !

 

ହେ ଯୁବତୀଯୁବକ ତୁମ ଜୀବନ ଶୈଳୀ କାଳ ସହ ପରିବର୍ତ୍ତନ ହେବା ବେଳେ ଏହି ତିନୋଟି ପ୍ରଶ୍ନକୁ ପଚାରନ୍ତୁ !ପ୍ରଥମେ, ଏହା ପ୍ରଭୁଙ୍କର ଇଚ୍ଛା କି ? ଦ୍ୱିତୀୟଟି, ଏହା ମୋତେ କିମ୍ବା ଅନ୍ୟମାନଙ୍କୁ ବାଧା ଦେଉଛି କି ? ତୃତୀୟଟି, ଏହା ସମୟକୁ ଅବା ସମ୍ପତ୍ତିକୁ ବୃଥା କରୁଛି କି ? ଏହି ପ୍ରଶ୍ନ ପଚାରନ୍ତୁ !କାଳ ବଦଳି ପାରେ, ଜୀବନ ଶୈଳୀ ବଦଳି ପାରେ, କିନ୍ତୁ ଆମେ ଆରାଧନା କରୁଥିବା ପରମେଶ୍ୱର କଦାପି...କଦାପି ବଦଳେ ନାହିଁ !ସେତେବେଳେ ମଣିଷ ମଧ୍ୟରେ ଯେତେ ପବିତ୍ରତା ଇଚ୍ଛା କଲେକି, ଆଜିବି ସେତିକି ପବିତ୍ରତା ହିଁ ଆମ ଠାରୁ ଇଚ୍ଛା କରୁଛନ୍ତି !ସେଥିପାଇଁ ନାଗରିକତାର ପରିବର୍ତ୍ତନ ଯୋଗୁ, ପବିତ୍ରତା ଜୀବନରେ ଦାଗ ନ ହୋଇ ଜୀବନଯାପନ କରି, ପ୍ରଭୁଙ୍କର ମହିମା କରିବା !

- ଭାଇ. ପି. କେନ୍ନାଡି 

 

ପ୍ରାର୍ଥନାର ଅଂଶ :-

ସାମାଜିକ ଗଣମାଧ୍ୟମରେ ତାମିଲି, ଇଂରାଜୀ, ହିନ୍ଦୀ, ତେଲୁଗୁ, ଓଡ଼ିଆ, ମାଲାୟାଲାମ, କନ୍ନଡ, ପଂଜାବୀ ଭାଷାରେ ପ୍ରସାରଣ ହେଉଥିବା ବାକ୍ୟ ଦ୍ଵାରା ଖ୍ରୀଷ୍ଟଙ୍କ ଠାରେ ଅନେକ ଲୋକ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al