Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-05-2022
Share:

By Village Missionary Movement

Sunday, 22-May-2022

ଆଜିର ବାକ୍ୟ (Oriya) 22-05-2022

 

ନୂତନ ଜୀବନ 

 

“ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।“ - ଦ୍ୱିତୀୟ କରନ୍ତିୟ 5:17

 

ହାଲୋ ପିଲାମାନେ, ସମସ୍ତେ କେମିତି ଅଛ ? ଆଜି ଆମେ ନୂତନ ଜୀବନ ବିଷୟରେ ସ୍କଟଲାଣ୍ଡ ଦେଶର ଏକ ଘଟଣା ବିଷୟରେ ଜାଣିବା !

 

ସ୍କଟଲାଣ୍ଡ ଦେଶରେ ଗୋଟିଏ ପୁରୁଣା ଦେବାଳୟ ଥିଲା !ତାହା ଦେଖିବାକୁ ସୁନ୍ଦର ଏବଂ ମଜଭୁତ ଥିବ !କିନ୍ତୁ ସେହି ଦେବାଳୟକୁ ଅଳ୍ପ ଲୋକ ହିଁ ଆସୁଥାନ୍ତି !ବେଞ୍ଚ ନାମକ ଜଣେ ମାତ୍ର ସେଠାରେ ଥିବା ଧୂଳିକୁ ସଫା କରି ପ୍ରାର୍ଥନା ଚଳାଉ ଥାଏ !କିନ୍ତୁ ଉପରେ ଖଞ୍ଜା ଯାଇଥିବା ପଟାକୁ କେହି ସଫା କରୁ ନ ଥାନ୍ତି !ତାହା କେଉଁ ପଟା ଜାଣି ନ ପାରିବା ସଦୃଶ୍ୟ ଧୂଳି ହୋଇ ଯାଇଥିବାରୁ ତାହାକୁ ସଫା କରିବା ବହୁତ କଷ୍ଟ କହି, କେହିବି ତାହାକୁ ସଫା କରୁ ନ ଥାନ୍ତି !ସେହି ସମୟରେ ଗୋଟିଏ ଦୋଳ ସେହି ଦେବାଳୟକୁ ଯାଇ, ଗୋଟିଏ ସପ୍ତାହ ସେଠାରେ ବାସ କରି, ଦେବାଳୟକୁ ସଫା କରିବା ବୋଲି ସ୍ଥିର କଲେ !ଉପରେ ଥିବା ପଟାକୁ ଦେଖି ଏହି ପଟା ଗୁଡିକୁ କାଢିକି ତଳେ ପକାଇ ଦେବା ବୋଲି କହିବା ବେଳେ, ଆଉଜଣେ କହିଲା, ଏହା କେଉଁ ପଟା ଅଟେ ଦେଖିବା ବୋଲି ଧୂଳିକୁ ଝାଡ଼ି, ପାଣିରେ ଧୋଇ ସଫା କରି ଗୋଟିଏ ଛିଣ୍ଡାକନାରେ ପୋଛିକି ଦେଖିଲେ ଯେ, ତାହା ଏକ ସୁନ୍ଦର ପଟାରେ ଦେଖାଗଲା !ତାହା କେଉଁ ପଟା ବୋଲି ଦେଖିବା ବେଳେ, ତାହା ଯୀଶୁଖ୍ରୀଷ୍ଟ ଶେଷରେ ରୋଟି ଏବଂ ଦ୍ରାକ୍ଷାରସ ଦେଉଥିବା ଫୋଟ ଅଟେ !ଏହି ଫୋଟଟି କିଏ ଆଙ୍କିଛି ବୋଲି ଜାଣିବା ବେଳେ, ପୃଥିବୀରେ ବିଖ୍ୟାତ ହୋଇଥିବା ମାଇକେଲ ଆଞ୍ଜଳୋଙ୍କ ଚିତ୍ର ବୋଲି ସମସ୍ତେ ଆଚର୍ଯ୍ୟ ହେଲେ !ଏହା ବହୁମୂଲ୍ୟ ଅଟେ !ଏହାର ମୂଲ୍ୟ ପଚାଶ କୋଟିରୁ ଉର୍ଦ୍ଧ ଥିବ !ଏହା ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ ବୋଲି ତାହାକୁ ଦେବାଳୟରେ ଟଙ୍କାଇଲେ !

 

ପ୍ରିୟ ବାଇ ଭଉଣୀ, ଆମଠାରେ ମଧ୍ୟ ବହୁମୂଲ୍ୟ ବିନାଶ ନ ହେବା ଆତ୍ମା ଅଛି !ମିଛ କହିବା, ଚୋରି କରିବା, ଖରାପ କଥା ହେବା, ଆଜ୍ଞାଧୀନ ନ ହେବା ଏପରି ଅନେକ ପାପର ଧୂଳି, ଆମ ସୁନ୍ଦର, ବହୁମୂଲ୍ୟ ଆତ୍ମାକୁ ଢାଙ୍କି ଦେଇଅଛି !ଏଥିପାଇଁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସି, ରକ୍ତ ଝରାଇ, ତାହାଙ୍କ ରକ୍ତ ହିଁ ପାପର ଧୂଳିକୁ ଧୌତ କରି ଆତ୍ମାକୁ ସଫା କରି ଆମକୁ ନୂତନ ସୃଷ୍ଟିରେ ବଦଳାଇବ !କେବଳ ସେଥିକି ନୁହେଁ, ଯୀଶୁଙ୍କର ରକ୍ତ ଦ୍ଵାରା ଧୌତ ହେଲାବେଳେ ଆମେ ବହୁମୂଲ୍ୟ ହୋଇ ବଦଳିବା !କଣ ପିଲାମାନେ, ଯୀଶୁଙ୍କ ଠାରେ ନୂତନ ସୃଷ୍ଟିରେ ବଦଳିବାକୁ ପ୍ରସ୍ତୁତ କି ? ଭେରୀ ଗୂଡ଼ !ଠିକ ଅଛି ପିଲାମାନେ, ଏବେ ଆମେ ଯୀଶୁଙ୍କ ରକ୍ତରେ ଧୌତ ହୋଇ ନୂତନ ସୃଷ୍ଟିରେ ପରିବର୍ତ୍ତନ ହେବା ଉଚିତ ବୋଲି ଶିଖିଲୁ ତ !

- ଭଉଣୀ. ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al