By Village Missionary Movement
Saturday, 21-May-2022ଆଜିର ବାକ୍ୟ (Oriya) 21-05-2022
ଉତ୍ତମତା
“ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ।“ - ମାଥିଉ 5:9
ଗୋଟିଏ ଖ୍ରୀଷ୍ଟିଆନ ପରିବାରର ଜୁଇ ଏବଂ ଶଳାଙ୍କ ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟରେ ଏକ ଛୋଟ ବେଦଭାବ ସୃଷ୍ଟି ହେଲା !ଦୁଇ କଣ ସହଜେ କଥା ହେବା, ଜଣକ ଘରକୁ ଜଣେ ଯିବା ଆସିବା ବନ୍ଦ କରି ଦେଲେ !ଚର୍ଚ୍ଚ ଅଥବା ବାହାରେ ଦେଖା ହେଲାବେଳେ ଜଣକୁ ଜଣେ ମୁହଁମୋଡି ଚାଲି ଯାଉଥାନ୍ତି !କିନ୍ତୁ ଗୃହ କାର୍ଯ୍ୟ ଜାରିଥାଏ !ଏପରି ପରିସ୍ଥିତିରେ ପ୍ଳାମ୍ପିଂ କାମ ଆରମ୍ଭ ହେଲା !ଜଣେ ବିଜାତିୟ ସେହି କାମ କାମ ନିମନ୍ତେ ଆସିଥାଏ !ଇଏ ଜୁଇ ଏବଂ ଶଳାଙ୍କୁ ଭଲରୂପେ ଜାଣେ !ସେ ଏମାନଙ୍କ ସମସ୍ୟାକୁ ଜାଣି ପାରି, ସେ ସମସ୍ୟା ସମାଧାନ କରିବାକୁ ଭାବିଲା !ସେଥିପାଇଁ ସେ କଣ କଲା ମାନେ,ଜୁଇ ସହିତ କଥା ହେଲାବେଳେ କହେ, ଭୁଲ ତୁମ ଶଳାର ନୁହେଁ, ତୁମେ ହିଁ ସେହିପରି କଥା ହେବା ଉଚିତ ନ ଥିଲା !ଆଉ ଶଳା ସହିତ କଥା ହେଲାବେଳେ କହେ, ଭୁଲ ତୁମ ଜୁଇର ନୁହେଁ, ତୁମେ ହିଁ ରାଗରେ ସେହିପରି କହିବା ଉଚିତ ନ ଥିଲା !ଏପରି ସେ ଗୋଟିଏ ମାସ ସାରା କହିଁକି ଆସିଲା !ଶେଷରେ ଦୁଇଙ୍କ ମଧ୍ୟରେ ସମାଧାନର ବାଟ ଦେଖାଗଲା !ଦୁଇଜଣ ଏକ ହେଲେ, ବିଜାତିୟ ହୋଇଥିବା ଏହି ବ୍ୟକ୍ତିର ଚେଷ୍ଟା ଏବଂ ତାଙ୍କ ଉତ୍ତମ ଗୁଣ ନିଚୟ ଆଚର୍ଯ୍ୟ ଅଟଇ !
ପବିତ୍ର ବାଇବଲରେ ପ୍ରଭୁଯୀଶୁଖ୍ରୀଷ୍ଟ ଏପରି କହନ୍ତି, ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ ।ପୁରାତନ ନିୟମରେ ଆମେ ଏଷୌ ଏବଂ ଯାକୁବଙ୍କ ବିଷୟରେ ପଡୁଅଛୁ !ଯାକୁବ ପ୍ରଥମେ ଗଣ୍ଡଗୋଳିଆ, ଠକ ହୋଇଥିବା ବେଳେ, ତାପର ଦିନରେ ଯାକୁବ ଶାନ୍ତିକୁ ଆଶା କରି ତାଙ୍କ ଭାଇ ସହିତ ଏକ ହେବାକୁ ଆଶା ହୋଇଥିଲା !ପ୍ରଥମେ ସେ ଏଷୌକୁ ଠକି ଆଶୀର୍ବାଦ ପାଇ ଥିଲେବି, ସଦାପ୍ରଭୁ ଯାକୁବକୁ ଆଶୀର୍ବାଦ କଲାବେଳେ ତାହାକୁ ବଣ୍ଟନ କରିବାକୁ ଏଷୌ ଇଚ୍ଛା କଲା !ଏହାହିଁ ସଦାପ୍ରଭୁ ଆଶା କରିବା ସମାଧାନ !
ହଁ ପ୍ରିୟ ବନ୍ଧୁଗଣ, ଆଜି ଆମେ ମୁକାବିଲା କରୁଥିବା ଆମ ସ୍ଥିତି କଣ ? ଆମେ ପ୍ରତିଶୋଧରେ ପ୍ରଭୁଙ୍କୁ ଦେଉଥିବା ଦଶମାଂସ ମଧ୍ୟ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ପବିତ୍ର ବାଇବଲ କହୁଛି !ସେଥିପାଇଁ ସମାଧାନକୁ ଆଶା କରି ତାହା ପାଇବା, ଅନ୍ୟକୁ ସମାଧାନରେ କଢାଇ ନେବା, ପ୍ରଭୁଙ୍କର ସନ୍ତାନ ହେବା !
ଭାଇ ଥାମାସ
ପ୍ରାର୍ଥନାର ଅଂଶ :-ମୋକ୍ଷପ୍ରାୟାଣମ ଧ୍ୟାନ ପତ୍ରିକା ପଡ଼ୁଥିବା ବ୍ୟକ୍ତିମାନେ ସତ୍ୟତାରେ ବୃଦ୍ଧି ହୋଇ, ସାକ୍ଷୀ ରୂପେ ଜୀବନଯାପନ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.