By Village Missionary Movement
Friday, 20-May-2022ଆଜିର ବାକ୍ୟ (Oriya) 20-05-2022
ଦୟା
“ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ ।“ - ମାଥିଉ 14:14
ଯୀଶୁଙ୍କର ପ୍ରେମରେ ସ୍ବର୍ଶ ହୋଇ ପରିତ୍ରାଣ ପାଇଥିବା ଜଣେ ଭଉଣୀ, ତାଙ୍କୁ ସ୍ବର୍ଶ କରିଥିବା ପ୍ରଭୁଙ୍କର ପ୍ରେମକୁ ଅନ୍ୟମାନଙ୍କୁ ଦେଖାଇବାକୁ ଆଗ୍ରହରେ ପ୍ରାର୍ଥନା କରୁଥାଏ !ସେ ଥିବା ଗ୍ରାମରେ ଜଣେ ବୁଡିମା ଅସୁସ୍ଥ ରୋଗରେ କଷ୍ଟରେ, ତାଙ୍କ ପରିବାର ଦ୍ଵାରା, ପଡୋଶୀମାନଙ୍କ ଦ୍ଵାରା ଘୃଣିତ ହୋଇ, ଗାଁ ବାହାରେ ରହିଥିବା ଗୋଟିଏ ଛୋଟ ଗୃହରେ, ବନ୍ଧୁବାନ୍ଦବମାନଙ୍କ ଦ୍ଵାରା ବିତାଡିତ ହୋଇଥିବା ଅବସ୍ଥାରେ ଦିନଗୁଡିକ ଗଣନା କରୁଥାଏ !ଏହି ଘଟଣା ଶୁଣିଥିବା ସେ ଭଉଣୀ ପ୍ରତିଫଳକୁ ଅପେକ୍ଷା ନ କରି ଅସୁସ୍ଥତାରେ କଷ୍ଟ ଅନୁଭବ କରୁଥିବା ସେହି ବୁଡିମାକୁ ସାହାଯ୍ୟ କଲା !ପଚିସଡ଼ି ଯାଇଥିବା ଘା'ର ଗନ୍ଦକୁ ଖାତିରି ନ କରି ସେହି ଘା'ଗୁଡିକୁ ସଫା କରି ଆଘାତକୁ ପଟିବାନ୍ଦି, ଆବଶ୍ୟକ ଖାଦ୍ୟ ଦେଇ ତାଙ୍କୁ ଦେଖୁଥିବା ଏହି ଭଉଣୀକୁ ପ୍ରସଙ୍ଗସା ମିଳି ନାହିଁ କିନ୍ତୁ ଅସୁସ୍ଥତାର କଷ୍ଟ ଯୋଗୁ ବାରମ୍ବାର ସ୍ୱାର୍ଥପର ସେହି ବୁଡ଼ିମାର ବଚସା ହିଁ ସେହି ଭଉଣୀକୁ ମିଳିଲା !କିନ୍ତୁ ଦୟାରେ ସେ ସେହି ସେବାକୁ ଜାରି ରଖିଲା !
ଯୀଶୁଖ୍ରୀଷ୍ଟ ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ରୋଗୀମାନଙ୍କୁ ସୁସ୍ଥ କଲେ ।ବିଧବାର ପୁଅ ମୃତ୍ୟୁବରଣ କରିବା ବେଳେ, ତାଙ୍କ ଜୀବନରେ ବିଶ୍ୱାସ ହରାଇଥିବା ଅବସ୍ଥାରେ ଯୀଶୁ ତାଙ୍କ ପ୍ରତି ଦୟା ଦେଖାଇ, ପାଖକୁ ଯାଇ କ୍ରନ୍ଦନ କର ନାହିଁ କହି, ମୃତ୍ୟୁ ବ୍ୟକ୍ତିକୁ ଉଠାଇଲା !ହ୍ୱିନ୍ଦ୍ରୀ ନିଉ ମେନ ନାମକ ବେଦାନ୍ତ କହିଲା, ଦୟା ଦେଖାଇବା ବହୁତ କଷ୍ଟ କାହିଁକିନା ତାହା ଅନ୍ୟମାନଙ୍କ ଭାବନାର ଗତିରେ ଯାଏ !ସେମାନେ ଦୁର୍ବଳ ହୋଇ ଥିବାବେଳେ, ନିଃସହାୟ ଅନୁଭବ କଲାବେଳେ,ମନ ଭାଙ୍ଗି ଯାଇଥିବା ସମୟରେ, ଆମେ ତାଙ୍କ ପରିସ୍ଥିତିକୁ ଜାଣି ଚାଲିବା ଉଚିତ !ଆଘାତ ହୋଇଥିବା ପକ୍ଷୀକୁ ଅଥବା ତଳେ ପଡି ଥିବା ଜଣେ ଛୋଟ ପିଲାଙ୍କୁ ଦେଖିବା ଦୟା ନୁହେଁ !ତାହା ପରିପକ୍ୱତା ଭାବାବେଗ ହୁଏ !ଦୟା କର୍ମ ଦ୍ଵାରା ଦେଖାଇବା ଉଚିତ !ସେଥିପାଇଁ ଯୀଶୁଖ୍ରୀଷ୍ଟ ବହୁସଂଖ୍ୟକ ଜଣସମୂହ ଦେଖିବା ବେଳେ, ସେମାନେ ପାଳକ ବିହୀନ ମେଷପଲ ସଦୃଶ୍ୟ ଅଛନ୍ତି ବୋଲି ଦୟାରେ ବିଚଳିତ ହେଲେ !ରକ୍ଷାକର୍ତ୍ତା ନ ଥିବା ଲୋକଙ୍କୁ ଦେଖିବା ବେଳେ ଆମ ହୃଦୟ ଭାଙ୍ଗୁଛି କି ?ବିଖ୍ୟାତ ପ୍ରସିଦ୍ଧ ସୁନାମ ଅର୍ଜନ କରିଥିବା ବାଇରାଣ ପ୍ରଭୁ ନାମକ ସିଏ କହିଲା, ଦୟା ଲୁହରେ ଦେଖା ଯାଏ !ଆଘାତ ହୋଇଥିବା ମନୁଷ୍ୟମାନଙ୍କୁ ଦେଖି ଆମେ କଣ ପ୍ରତିକ୍ରିୟା କରୁଛୁ !ପ୍ରଭୁଙ୍କର ଦୟାକୁ ଅନୁଭବ କରିଥିବା ଆମେ ଅନ୍ୟକୁ ତାହା ଦେଖାଇବା ସଦୃଶ୍ୟ ରହିବା !
- ଶ୍ରୀମତୀ ବାସନ୍ତି ରାଜ ମୋହନ
ପ୍ରାର୍ଥନାର ଅଂଶ :-
ପ୍ରତି ରବିବାର ସନ୍ଧ୍ୟା 6 ଘଣ୍ଟା ରୁ 6:30 ମିନିଟ ପର୍ଯ୍ୟନ୍ତ ଯୁବତୀ ସ୍ତ୍ରୀମାନଙ୍କ ନିମନ୍ତେ ଦୂରଦର୍ଶନ ଏବଂ ୟୁଟୁବରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ଯୁବତୀମାନଙ୍କୁ ସ୍ବର୍ଶ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.