Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-05-2022
Share:

By Village Missionary Movement

Thursday, 19-May-2022

ଆଜିର ବାକ୍ୟ (Oriya) 19-05-2022

 

ବିଶ୍ୱାସ 

 

"ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ..." - ଏବ୍ରୀ 11:6

 

ସମୁଦ୍ର କୂଳରେ ବାସ କରୁଥିବା ମିନାଙ୍କ ପରିବାର ମଶ୍ଚହଜୀବୀ କାମକୁ ବିଶ୍ୱାସ କରି ବଞ୍ଚୁ ଥିଲେ !ସେଠାରେ ପ୍ରତ୍ୟେକ ସପ୍ତାହ ସନ୍ଡେ ସ୍କୁଲକୁ ଆସୁଥିବା ନାନୀଙ୍କ କଥାକୁ ମିନା ବିଶ୍ୱାସ କରି ଗମନ କରୁଥାଏ !ଗୋଟିଏ ଦିନ ତାଙ୍କ ବାପା କିଛି ଲୋକଙ୍କ ସହମିଶି ମାଛ ଧରିବାକୁ ଯାଇ, ପୁନର୍ବାର ଫେରି ନାହାନ୍ତି !ଦିନେ ଦୁଇ ଦିନ ପରେ ଗାଁ ଲୋକେ ଶ୍ବାନ୍ତନା ଦେବା ପାଇଁ ଆସିଲେ !କିନ୍ତୁ ମିନା ମାତ୍ର ବାପା ଫେରିବ ବୋଲି ବିଶ୍ୱାସରେ ଅପେକ୍ଷା କରିଥାଏ !ପାଞ୍ଚମ ଦିନ ଡ଼ଙ୍ଗା ଆସିଲା !ସେଥିରେ ମିନାଙ୍କ ବାପା ମଧ୍ୟ ଆସିଲା, ପ୍ରଭୁଯୀଶୁଖ୍ରୀଷ୍ଟ ମିନାଙ୍କ ବିଶ୍ୱାସକୁ ବଳବାନ କଲେ !

 

ରାହାଵ ନାମ୍ନୀ ଇଏ ଜଣେ ବେଶ୍ୟା !ଯିହୋଶୂୟ ଯିରୀୟ ନଗର ନୀରିକ୍ଷଣ କରିବାକୁ ଦୁଇ ଜଣ ଲୋକଙ୍କୁ ପଠାଇଲା !ରାହାଵ ତାଙ୍କୁ ସାହାଯ୍ୟ କଲା !ରାଜା ଲୋକଙ୍କୁ ପଠାଇ ସେମାନଙ୍କୁ ବାହାରକୁ ଆଣିବାକୁ କହିଲେ !କିନ୍ତୁ ରାହାଵ ସେମାନଙ୍କୁ ଲୁଚାଇ, ଝରକା ବାଟେ ଦଉଡିରେ ଓଲାଇ ଯିରୀହୋ ନଗର ବିନାଶ କଲାବେଳେ ମୋତେ ଓ ମୋ ପିତୃକୂଳ ପ୍ରତି ବିନାଶ କର ନାହିଁ ବୋଲି ବିନୟ କଲା !ସେଥିପାଇଁ ଚି଼ହ୍ନ ସ୍ୱରୂପ ତାଙ୍କ ଝରକାକୁ ସିନ୍ଦୁରବର୍ଣ୍ଣ ଡୋରି ବାନ୍ଦିଲା !ଯିରୀହୋ ବିନାଶ କଲାବେଳେ ବିଶ୍ୱାସର ଫଳ ସଦୃଶ୍ୟ ରାହାଵ ଏବଂ ତାଙ୍କ ପରିବାର ବିନାଶ ନ ହୋଇ ସୁରକ୍ଷିତ ହେଲେ !ସେ ପରମେଶ୍ୱରଙ୍କ ପ୍ରତି ରଖିଥିବା ବିଶ୍ୱାସ ହେତୁ ବିଶ୍ୱାସର ସ୍ତ୍ରୀ ତାଲିକାରେ ସ୍ଥାନ ସଂରକ୍ଷଣ କଲା !କେବଳ ସେତିକି ନୁହେଁ ପୃଥିବୀର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ମଧ୍ୟ ରାହାଵଙ୍କ ବଂଶାବଳୀରୁ ଜାତ !

 

ପ୍ରିୟ ବନ୍ଧୁଗଣ, ଆମ ବିଶ୍ୱାସର ପରିମାଣ କେମିତିଟା ? ସଦାପ୍ରଭୁ ପ୍ରତି ବିଶ୍ୱାସ ରଖି, ଆମର ଆବଶ୍ୟକ ପାଉଛୁ କି ? ଏବ୍ରୀ ଏଗାର ଅଧ୍ୟାୟରେ କେତେ ଜଣ ବିଶ୍ୱାସ ଵୀରଙ୍କ ବିଷୟରେ ଦେଖୁଛୁ !ସେମାନେ ସମସ୍ତେ ବିଶ୍ୱାସ ଦ୍ଵାରା ପୃଥିବୀକୁ ଜୟ କଲେ !ସେହି ସମୟରେ ସେହି ଅଧ୍ୟାୟର ଶେଷ ଭାଗରେ ସେମାନେ ତାଡନା ଅନୁଭବ କରିବା ଲେଖା ହୋଇଛି !ହଁ ନଷ୍ଟ ହେଉଥିବା ସୁନାଠୁ ବହୁମୂଲ୍ୟ ଆମ ବିଶ୍ୱାସ ଖୋଜା ହୋଇ ଯୀଶୁଖ୍ରୀଷ୍ଟ ଅବତରଣ କଲାବେଳେ, ତୁମ୍ଭମାନଙ୍କୁ କୀର୍ତ୍ତି, ମହିମା, ଗୌରବ ମିଳିବ !ସେଥିପାଇଁ ବିଶ୍ୱାସକୁ ପରିତ୍ୟାଗ କର ନାହିଁ !ନିଚୟ ଅଦଭୂତକୁ ଦେଖିବ !

- ଶ୍ରୀମତୀ ଇସଥେର ଗାନ୍ଧୀ 

 

ପ୍ରାର୍ଥନାର ଅଂଶ :-

ପ୍ରତି ମାସରେ ଦୂରଦର୍ଶନରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମକୁ ନଅ ଲକ୍ଷ ଟଙ୍କା ଆବଶ୍ୟକ ଅଟେ, ଦୂରଦର୍ଶନ କାର୍ଯ୍ୟକ୍ରମକୁ ସାହାଯ୍ୟ କରିବା ଅଂଶୀଦାରଙ୍କୁ ସଦାପ୍ରଭୁ ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al