Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-05-2022
Share:

By Village Missionary Movement

Wednesday, 18-May-2022

ଆଜିର ବାକ୍ୟ (Oriya) 18-05-2022

 

ସଦାପ୍ରଭୁଙ୍କର ଯୁଦ୍ଧ 

 

“ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।“ - ପ୍ରଥମ ଶାମୁୟେଲ 17:47

 

ଖବର କାଗଜରେ ନିଷ୍ଠୁର ଭାବେ ବ୍ୟବହାର କରୁଥିବା ବ୍ୟକ୍ତି ବିଷୟରେ ଆମେ ପଡିଥିବା !ଏହିପରି ଅନେକ ଘଟଣା ଦ୍ଵାରା ଆମ ଦେଶରେ ଅନେକ ଯୁବତୀ, ଛୋଟ ପିଲାଙ୍କ , ଯୌନଶୋଷନକୁ ମନେ ପକାଇବା ବେଳେ ଆମ ଛାତି ପାଟି ଯାଏ !ମଣିଷମାନେ ଏତେ ନିଷ୍ଠୁର କି ବୋଲି ଆମ ଠାରେ ରାଗ ଉଛୁଳି ଆସେତ !ଆଉ କହିବାକୁ ଗଲେ ସାମାଜିକ କଳଙ୍କକୁ କାରଣ ହୋଇଥିବା ଲୋକ ଦଣ୍ଡ ଅନୁଭବ କଲେ ସୁଧା, ବିନାଶ ହୋଇଥିବା ପରିବାର କିପରି ସହ୍ୟ କରୁଛନ୍ତି ? ସହ୍ୟ କରି ନ ପାରିବା ଏକ ଦୁଃଖଦ !

 

ପବିତ୍ର ବାଇବଲରେ ଦାଉଦ ଏବଂ ସାଉଲଙ୍କ ବାର୍ତ୍ତାଳାପ ପ୍ରଥମ ଶାମୂଏଲ ସତର ଅଧ୍ୟାୟରେ ଆମେ ଅଧ୍ୟୟନ କରୁଛୁ !ତହିଁରେ ଶାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରି ପାରିବ ନାହିଁ; କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା। (ପ୍ରଥମ ଶାମୁଏଲ :-17:33)ରେ ଦେଖି ପାରିବା !ସେଥିପାଇଁ ଦାଉଦ ଶାଉଲଙ୍କୁ କହିଥିବା କାର୍ଯ୍ୟ ବହୁ ଅଦଭୂତ ଅଟେ !ତହୁଁ ଦାଉଦ ଶାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ; ପୁଣି, କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନି ଗଲେ,ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତା’ ମୁଖରୁ ଛୁଆକୁ ରକ୍ଷା କରେ କହିଲା !

 

ପ୍ରିୟ ବନ୍ଧୁଗଣ, ଦାଉଦଙ୍କ ସଦୃଶ୍ୟ ଆମେ ଧୌର୍ଯ୍ୟରେ ଚାଲୁଛୁ କି ? ନିଷ୍ଠୁର ପଶୁମାନଙ୍କ ମୁଖରୁ ସଦାପ୍ରଭୁଙ୍କର ଶକ୍ତି ଦ୍ଵାରା ଦାଉଦ ତାଙ୍କ ମେଷ ଛୁଆଁକୁ ରକ୍ଷା କଲା ସଦୃଶ୍ୟ, ଆମେ ମଧ୍ୟ ନିଷ୍ଠୁର ମଣିଷମାନଙ୍କ ଠାରୁ ଝିଅ ପିଲାମାନଙ୍କୁ ରକ୍ଷା କରିବା ଉଚିତ ତ !ସେଥିପାଇଁ ଆମେ କଷ୍ଟ ପଡ଼ିବା ଆବଶ୍ୟକ ନାହିଁ !ଯଦି ଆମେ ପ୍ରାର୍ଥନା କରିବା ଆମ ଦେଶରେ ଘଟୁଥିବା ଏ ଅବସ୍ଥା ବଦଳିଯିବ !ଆତ୍ମା ଗୁଡିକ ଖ୍ରୀଷ୍ଟଙ୍କ ନିକଟକୁ ପହଂଚିବ !ଆମେ ଆମ ନିଜକୁ ନିମ୍ନତା ମନେ କରି, ବିରୋଧ ସଇତାନକୁ ଦେଖି ଭୟଳୁ ଲୋକ ସଦୃଶ୍ୟ ଅଛୁ କି ? ଯୁଦ୍ଧ ସଦାପ୍ରଭୁଙ୍କର ବୋଲି ଦାଉଦ କହିବା ଅନୁସାରେ ଆମେ ମଧ୍ୟ ଯୁଦ୍ଧ ଭୂମିରେ ଥିଲେ ଯଥେଷ୍ଟ !ଆମଠାରେ ସଦାପ୍ରଭୁ ରହି ଯୁଦ୍ଧ କରିବେ !ଦେଶର ଉତ୍ତମତା ନିମନ୍ତେ ଆଣ୍ଠୁର ଯୁଦ୍ଧ କରିବା, ବିଜୟୀ ପାଇବା !

- ଭାଇ. ଆନିସ ରାଜ 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ସେବାରେ କାର୍ଯ୍ୟରତ ସେବକମାନଙ୍କୁ ପରମେଶ୍ୱର ପ୍ରତ୍ୟେକ ଆତ୍ମାରେ ପୂର୍ଣ୍ଣ କରି ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al