Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-05-2022
Share:

By Village Missionary Movement

Monday, 16-May-2022

ଆଜିର ବାକ୍ୟ (Oriya) 16-05-2022

 

ସ୍ୱାଧୀନତା ପକ୍ଷୀ 

 

“ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ, ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ; ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ ହୁଅ।“ - ଉପଦେଶକ 11:9

 

ଉପଦେଶ ଆମକୁ ଭଲ ଲାଗେ ନାହିଁ !ଆମ ଇଚ୍ଛାରେ ଆମେ ରହିବାକୁ କଣ ଆମର ସ୍ୱାଧୀନତା ନାହିଁ କି ? ଆମେ କରିଥିବା ପ୍ରତି କାର୍ଯ୍ୟକୁ ଅଟକାଉଛ !କଣ ଆମେ ଛୋଟ ପିଲାମାନେ କି ? ଆମ ପିଡି ଅଲଗା, ଆମ ପିଡି ଅଲଗା ହେତୁ ବାରମ୍ବାର ଆମକୁ ବିରକ୍ତି କର ନାହିଁ !ଏହା ହିଁ ପ୍ରତ୍ୟେକ ଯୁବକମାନେ ପରିବାରରେ ବିରୋଧ କରି ପଚାରିବା ପ୍ରଶ୍ନ !ଏହାକୁ ଗୋଟିଏ କଥାରେ (generation gap )ଅର୍ଥାତ ବଂଶାନୁକ୍ରମିକ ପ୍ରଭେଦ ବୋଲି କହନ୍ତି !

 

ପବିତ୍ର ବାଇବଲ ମଧ୍ୟ ଯୁବକ ଯୁବତୀମାନଙ୍କୁ ସ୍ୱାଧୀନତା ଦେଇଛି !ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ;ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ,ଏହା ତୁମ୍ଭେ ଜ୍ଞାତ ହୁଅ ବୋଲି କହୁଛି !ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ି ଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ !(ଉପଦେଶକ :-4:13) ରେ ଲେଖା ଯାଇଛି !ଅପବେୟ ପୁତ୍ରର ଉପମାରେ ଉପଦେଷକୁ ଇଚ୍ଛା ନ ହୋଇ ସେ ପିତାଙ୍କ ଠାରୁ ଦୂରେଇ ହୋଇ ସ୍ୱାଧୀନ ଭାବେ ବଞ୍ଚିବାକୁ ଇଚ୍ଛା କଲା !ପିତାମାତାଙ୍କ ସମ୍ପତ୍ତିର ତାର ଅଂଶ ନେଇ, ଦୂର ଦେଶକୁ ସ୍ୱାଧୀନତା ପକ୍ଷୀ ସଦୃଶ୍ୟ ଚାଲିଗଲା !ଶେଷରେ ତାର ଦୋଷା କଣ ହେଲା ଆପଣ ହିଁ ଜାଣନ୍ତି !ତଦ୍ରୁପ ଆପଣା ମନର ଇଚ୍ଛାରେ, ଚକ୍ଷୁର ଦର୍ଶନରେ ଚାଲିଥିବା ଶାମସନଙ୍କ ଜୀବନ ଶେଷରେ କଣ ଘଟିଲା ତାହା ଆପଣ ଜାଣିଛନ୍ତି !

 

ପ୍ରିୟ ଯୁବକଗଣ, ଆମର ଇଚ୍ଛାରେ ଇଚ୍ଛା ହୋଇ ଜୀବନଯାପନ କଲେ ଆମ ଜୀବନରେ ସ୍ୱାଧୀନତା ନାହିଁ !ନିଜକୁ ନିକେ ଖ୍ରୀଷ୍ଟଙ୍କ ଦୁଃଖ ଅନୁଭବ କରିଥିବା ବ୍ୟକ୍ତି ସବୁଠିରେ ପରିପୂର୍ଣ୍ଣ ସ୍ୱାଧୀନତା ବ୍ୟକ୍ତି ଅଟେ !ଖ୍ରୀଷ୍ଟଙ୍କ ସେବାରେ ସମର୍ପଣ ବ୍ୟକ୍ତି ସବୁଠି ସ୍ୱାଧୀନତା ବ୍ୟକ୍ତି ଅଟେ !ଆମ ଚକ୍ଷୁ ସାମ୍ନାରେ ଥିବା ସବୁ ଅନୁଭବ କରିବା ନିମନ୍ତେ ଆମକୁ ଯୋଗ୍ୟତା ନାହିଁ ବୋଲି ଗ୍ରହଣ କରିବା !ସ୍ୱାଧୀନତା ନାମକ ଆକାଶରେ ଉଡି ପାପର ବାୟୁକୁ ଶ୍ୱାସ କରି ପଥ ହରାଇ ଗମନ କଲେ ସଇତାନର ଚକ୍ଷୁର ଆହାର ହେବା !ମଦ୍ୟପ, ଧୃମ୍ରପାନ, ବେଶ୍ୟା, ସିନିମା, ହିଂସା, ବ୍ୟାବିଚାର, ପାପର ଦାସତ୍ୱରୁ ଖ୍ରୀଷ୍ଟଯୀଶୁଙ୍କର ବହୁମୂଲ୍ୟ ରକ୍ତ ଦ୍ଵାରା ମୁକ୍ତି ପାଇବା ହିଁ ପ୍ରକୃତ ସ୍ୱାଧୀନତା !ପବିତ୍ର ବାଇବଲର ବାକ୍ୟ ଏବଂ ପିତାମାତାଙ୍କ ଉପଦେଶ ଦୁଇଟି ଡେଣା ସଦୃଶ୍ୟ ହେଲେହେଁ ଆମେ ସୁରକ୍ଷିତରେ ଉଡି ପାରିବା !

- ଭଉଣୀ ଆର. ଗ୍ରେସ 

 

ପ୍ରାର୍ଥନାର ଅଂଶ :-

ପ୍ରତିଦିନ ସକାଳ ପାଞ୍ଚ ଘଣ୍ଟାରେ ୟୁଟୁବ ଲାଇଫରେ ପଚାରିତ ହେଉଥିବା ସୁସ୍ଥତା ସେବାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al