By Village Missionary Movement
Friday, 13-May-2022ଆଜିର ବାକ୍ୟ (Oriya) 13-05-2022
କେବଳ ଥରେ ମାତ୍ର
"...ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ;....."। - ଯୋହନ 9:4
ଗୋଟିଏ ନୋଟିସ ବୋର୍ଡରେ ଲେଖା ହୋଇଥିବା ବାକ୍ୟ ପଡ଼ିବା ବେଳେ, ସେହି ବାକ୍ୟଟି ମୋତେ ବହୁତ ଚିନ୍ତାରେ ପକାଇ ଦେଲା !'ତୁମ୍ଭେ ଏହି ଜଗତ ଯାତ୍ରାରେ କେବଳ ଥରେ ମାତ୍ର ଯିବ, ତାହା ଅନ୍ୟମାନଙ୍କୁ କେତେ ବ୍ୟବହାର ହୋଇ ରହିବ, ସେତିକି ବ୍ୟବହାରିତ ହୋଇ ଜୀବନଯାପନ କର' ଏହା ଥିଲା ସେହି ବାକ୍ୟ !ହଁ ଜୀବନ ହେଉଛି ଆମ ହସ୍ତରେ ବଢ଼ାଇ ଦେଇଥିବା ବହୁମୂଲ୍ୟ ଭଣ୍ଡାର !କେବଳ ଥରେ ମାତ୍ର ଏ ଜଗତ ଯାତ୍ରାରେ ଯାତ୍ରା କରିବା !ତାହା କେମିତି ଅଛି ବୋଲି ଜୀବନକୁ ବୃଥା କରିବାକୁ ହେବ ନାହିଁ !ପ୍ରତ୍ୟେକ ଗୋଟିଏ ସେକେଣ୍ଡରେ ପ୍ରଭୁଙ୍କର ନିମନ୍ତେ କେତେ ସମୟ ଦେଉଛୁ, ଆମ୍ଭ ଜୀବନରେ ସଦାପ୍ରଭୁ ଅନୁମତି କରୁଥିବା ତାଡନାକୁ ଆମେ କେଉଁ ପ୍ରକାରରେ ଦେଖୁଛୁ !ଯୀଶୁଖ୍ରୀଷ୍ଟ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ କୃଶରେ ତାଡନା ଅନୁଭବ କଲେ !ସେଥିପାଇଁ ଆମକୁ ସମ୍ପୂର୍ଣ୍ଣ ସମାଧାନ, ପ୍ରେମ, ପାପର କ୍ଷମା, ଅନନ୍ତ ଜୀବନ ଅନୁଗ୍ରହ ହେଲା !ଯୀଶୁଖ୍ରୀଷ୍ଟ ଶାରୀରିକ ଦୁଃଖ ଏବଂ କୃଶର ଦୁଃଖକୁ ସହ୍ୟ ନ କରିପାରି, ଆମ୍ଭମାନଙ୍କ ନିମନ୍ତେ ସେହି ଦୁଃଖକୁ ଗ୍ରହଣ କଲାତ !ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି (ଏବ୍ରୀ :-12:2) ରେ ଲେଖା ହୋଇଛି !
ପବିତ୍ର ବାଇବଲରେ ପ୍ରେରିତ ପାଉଲଙ୍କ ବିଷୟରେ ଆମେ ପଡୁଛୁ !ତାଙ୍କୁ ସଦାପ୍ରଭୁ ମନୋନୀତ କରି ଆମନ୍ତ୍ରଣ ହୋଇ ସେବା କଲା !କିନ୍ତୁ ତାଙ୍କ ଜୀବନରେ ଦୁଃଖ ନ ଥାଇ ରହିଲା ନାହିଁ !ମାତ୍ର ତାଙ୍କୁ ପଠାଇ ଥିବା ପ୍ରଭୁଙ୍କ ସେବା ନିମନ୍ତେ ସେ କରିଥିବା ପରିଶ୍ରମ ଦ୍ୱିତୀୟ କରନ୍ତିୟ :-11:28 ରେ ଆମେ ଦେଖି ପାରିବା !ତେଣୁକରି ତାଙ୍କ ତାଡନାରେ ଖ୍ରୀଷ୍ଟଙ୍କୁ ଆମେ ଦେଖୁଛୁ !ସେ ମନୋନୀତ କରିଥିବା ପ୍ରେରିତମାନେ ହିଁ ଏତେ ତାଡନା ଅନୁଭବ କରି ଜୀବନଯାପନ କଲେ, ତାହା ହେଲେ ଆମେ କେତେ ?
ପ୍ରଭୁଙ୍କର ସନ୍ତାନଗଣ, ଯଦି ଆପଣମାନେ ତାଡନା ମଧ୍ୟରେ ଯାଉଛ ଜୀବନରେ ବିରକ୍ତି ହୁଅ ନାହିଁ !ସେହି ତାଡନା ତୁମ୍ଭଙ୍କୁ ପ୍ରଭୁଙ୍କର ରାଜ୍ୟକୁତ ନେଇକି ଯାଉଛି !ଆଜି ପୃଥିବୀର ତାଡନା ଚିରନ୍ତନ ନୁହେଁ !ସେଥିପାଇଁ ଏହି ଏକମାତ୍ର ଜୀବନର ତାଡନା ମଧ୍ୟରେ ପରମପିତାଙ୍କୁ, ଅନ୍ୟମାନଙ୍କୁ ପ୍ରୟୋଜନ ହୋଇ ଜୀବନଯାପନ କରି ଶେଷ କରିବା !
- ଶ୍ରୀମତୀ ଗ୍ରେସ ଜୀୱାମାଣି
ପ୍ରାର୍ଥନାର ଅଂଶ :-
ଶିଙ୍କୁଳି ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣକୁ ପ୍ରଭୁ ପ୍ରାର୍ଥନାର ଶକ୍ତିରେ, ଆତ୍ମାର ବୋଝରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.