Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-05-2022
Share:

By Village Missionary Movement

Thursday, 12-May-2022

ଆଜିର ବାକ୍ୟ (Oriya) 12-05-2022

 

ଉତ୍ତପ୍ତ ହୋଇ ରୁହନ୍ତୁ 

 

“ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;” - ରୋମୀୟ 12:11

 

ଉତ୍ତର ଭାରତ ଦେଶରେ ଟ୍ରେନ ଯାତ୍ରା କଲାବେଳେ, ପ୍ରତିଦିନ ଏକ ଦୃଶ୍ୟ ଦେଖି ପାରିବା !ତାହା ହେଉଛି, ସକାଳେ ସାତ ଘଣ୍ଟାରେ ହିଁ ସାମୋସା ପ୍ରସ୍ତୁତ ହୋଇଯିବ !ତାହା ଖାଇବାକୁ ସ୍ୱାଦ ଓ ଗରମ ଥିବ !ତାହାକୁ ବିକିବା ବ୍ୟକ୍ତିମାନେ ପାଟିଛାଡି ରଡିକରି କହୁଥାନ୍ତି, ଗରମ ଗରମ ସାମୋସା !ଏଥିରେ ଧ୍ୟାନ କରିବା ଦୃଶ୍ୟ ହେଉଛି, ସକାଳେ ସାତ ଘଣ୍ଟାରେ ପ୍ରସ୍ତୁତ ସାମୋସାକୁ, ମଧ୍ୟାହ୍ନ, ସନ୍ଧ୍ୟା, ରାତିରେ ମଧ୍ୟ ଗରମ ଗରମ ସାମୋସା କହି ବିକୁଥାନ୍ତି !ଆଉ କେତେକ ବିକାଳୀ ଆରଦିନ ସକାଳୁ ମଧ୍ୟ ବଳକା ସାମୋସାକୁ ଗରମ ଗରମ ସାମୋସା ହିଁ କହି ବିକୁଥାନ୍ତି !ଆମ ଦୃଷ୍ଟିରେ ସେହି ସାମୋସା କେମିତି ଥିଲେବି ତାହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ସେ କଲା ଭଳି ଗରମ ହୋଇ ଥିବାକୁ ହେବ ବୋଲି ଭାବ କରେ !

 

ପ୍ରେରିତ ପାଉଲ ରୋମୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ବହୁତ ବିଷୟରେ ଲେଖିଲା !ସେଥିରେ ରୋମୀୟ ବାର ଅଧ୍ୟାୟରେ ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର; ବୋଲି ଲେଖିଲେ !ଅର୍ଥାତ ଜଣେ ସେବକ ଭାବେ ତାଙ୍କ ମଣ୍ଡଳୀର ବିଶ୍ଵାସୀମାନଙ୍କୁ କେମିତି ବିଷୟରେ ଲେଖୁଛନ୍ତି ଅନୁଧ୍ୟାନ କରି ଦେଖନ୍ତୁ !ପାଉଲଙ୍କ ଆଲୋଚନା ତାଙ୍କ ବିଶ୍ୱାସୀମାନେ ସବୁବେଳେ ଆତ୍ମାରେ ଆଗ୍ରହ ହୋଇ ରହିବା ଉଚିତ !ସେମାନେ ଆତ୍ମୀୟ ଜୀବନରେ ବୃଦ୍ଧି ହୋଇ, ସକ୍ରିୟରେ ରହିବା ଉଚିତ, ଏକତାର ଆଲୋଚନା ହୋଇ ରହିବା ଉଚିତ, ପୃଥିବୀର ଆଶୀର୍ବାଦ ଠୁ ଏମିତି ଆଶୀର୍ବାଦରେ ରହି, ଯେକୌଣସି ଅବସ୍ଥାରେ ମଧ୍ୟ ପ୍ରଭୁଙ୍କର ନିମନ୍ତେ ବଂଚିବା ଉଚିତ !ପ୍ରଭୁଙ୍କର ସେବା କରିବା ଉଚିତ !ପ୍ରଭୁଙ୍କର ନାମକୁ ମହିମାନ୍ୱିତ କରିବା ଉଚିତ ବୋଲି ପାଉଲଙ୍କର ଇଚ୍ଛା !

 

ପ୍ରିୟ ବନ୍ଧୁଗଣ, ଏହା ଶୁଣୁଥିବା ଆପଣଙ୍କ ହୃଦୟ କେମିତି ଅଛି ? ସାମୋସା ବିକାଳୀ ସେ ପ୍ରସୂତି କରିଥିବା ସାମୋସା ସବୁବେଳେ ଗରମ ହୋଇ ରହିବାଛି ବୋଲି ଭାବ କରେ !ଜଣେ ପ୍ରଭୁଙ୍କର ସେବକ ତାଙ୍କ ମଣ୍ଡଳୀର ଆତ୍ମାରେ ଉତ୍ତପ୍ତ ହୋଇ ରହିବା ଉଚିତ ବୋଲି ଆଶା କରେ !ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କରି, ଖ୍ରୀଷ୍ଟିଆନ ହୋଇଥିବା ଆମେ ସର୍ବଦା ଅଗ୍ନି ସଦୃଶ୍ୟ ଥିବା ଉଚିତ !ଅର୍ଥାତ ଆମ୍ଭେ ସର୍ବଦା କଥାରେ, ଆଲୋଚନାରେ, ଯେକୌଣସି କାର୍ଯ୍ୟ ଘଟିବା ବେଳେ ଅନ୍ୟମାନଙ୍କୁ ମଧୁର ହୋଇ ରହିବା ଉଚିତ !ଯେକୌଣସି ସମସ୍ୟାର ମୁକାବିଲା କଲାବେଳେ ସଂକୋଚିତ ନ ହୋଇ ଏକ କୋଣରେ ବସିବା ଉଚିତ ନୁହେଁ !ସଦାପ୍ରଭୁ ଆପଣଙ୍କୁ ମୋନାନୀତ କଲା ବେଳେ, ଯେମିତି ପ୍ରେମ କଲେ କି ତଦ୍ରୁପ ବର୍ତ୍ତମାନ ମଧ୍ୟ ପ୍ରେମ କରୁଅଛନ୍ତି !ସେଥିପାଇଁ ସର୍ବଦା ପ୍ରଭୁଙ୍କର ନିମନ୍ତେ ଠିଆ ହେବା, ପ୍ରଭୁଙ୍କର ନିମନ୍ତେ ଧୌଡିବା... ଧୌଡ଼ୁ ହିଁ ଥିବା, ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ ସଫଳ ହିଁ କରୁଥିବା !

- ଟି. ଶାଙ୍କାର ରାଜ 

 

ପ୍ରାର୍ଥନାର ଅଂଶ :-

ଆମ ସହଯୋଗୀ ସେବକମାନେ ପାଞ୍ଚଟି ଗ୍ରାମରେ ସେବା କରିବାକୁ ଗୋଟିଏ ମନରେ କଢାଇ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al