Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-05-2022
Share:

By Village Missionary Movement

Wednesday, 11-May-2022

ଆଜିର ବାକ୍ୟ (Oriya) 11-05-2022

 

ମୌନରେ ଆଜ୍ଞାବହତା 

 

"...ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ କରିଅଛି, ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେହି ସମସ୍ତ ମୁଁ କରିଅଛି।" - ଦ୍ୱିତୀୟ ବିବରଣ ପୁସ୍ତକ 26:14

 

ଜଣେ ଧନୀ ତାଙ୍କ ଘରେ କାର୍ଯ୍ୟ ନିମନ୍ତେ ଲୋକଙ୍କ ଆବଶ୍ୟକତା ଅଛି ବୋଲି ଵିଜ୍ଞାପନ ଦେଲା !ଅନେକ ଯୁବକମାନେ ସେହି ଵିଜ୍ଞାପନକୁ ଦେଖି ବହୁତ ଖୁସିରେ ଆସିଲେ !କେବଳ ଦୁଇଦିନ ହିଁ ସେ ଧନୀକ ବ୍ୟକ୍ତିର କଥାକୁ ଶୁଣି, ତାପରେ ଆଉ କାର୍ଯ୍ୟକୁ ଆସୁ ନ ଥାନ୍ତି !ସେହିପରି ସେ କାମକୁ ଆସିବା ଲୋକଙ୍କ ମଧ୍ୟରେ ଜଣେ ବି ବହୁତ ଦିନ ରହି ପାରୁ ନ ଥାନ୍ତି !ଶେଷରେ ଜଣେ ଯୁବକ ଚାକିରୀ ପାଇଁ ଆସିଲା !ଧନୀକ ସେହି ଯୁବକ ସହ କହିଲା, ସେଠାରେ ପଡି ରହିଥିବା ପଥୁରିଆ ମାଟିକୁ କାଡି ଅଳ୍ପ ଦୂରରେ ପିଙ୍କି ଦିଅ !ଏମିତି ଗୋଟିଏ ସପ୍ତାହ ସାରା ଅନେକ ପ୍ରକାରର କାମ କହିଲା !ତାଙ୍କ ପ୍ରତି ଜବାବ ନ କହି, ତାଙ୍କ କଥାରେ ଆଜ୍ଞାଧୀନ ହୋଇ, କାର୍ଯ୍ୟଟି ଶେଷ କରି, ସେ ସପ୍ତାହର ବେତନ ପ୍ରାପ୍ତ କଲା !ରବିବାର ଦିନ ଛୁଟି ନେଇ ପୁଣି ଆରଦିନ ସୋମବାର ଚାକିରୀକୁ ସେ ଯୁବକ ଆସିବାର ଧନୀକ ଦେଖି ଆଚର୍ଯ୍ୟ ହୋଇଗଲା !କାହିଁକି, କଣ କହି କୌଣସି ପ୍ରଶ୍ନ ନ ପଚାରି, ମାଲିକର ଆଜ୍ଞାକୁ ନ୍ୟାୟରେ ଆଜ୍ଞାଧୀନ ହୋଇ ଯୁବକକୁ, ତାଙ୍କ ଶିକ୍ଷା ଓ ଜ୍ଞାନ ଅନୁଯାୟୀ ଉର୍ନ୍ନତି କାର୍ଯ୍ୟଟି ଦେଇ ରହସ୍ୟକୁ ରକ୍ଷା କରିବା ପାଇଁ ତାଙ୍କୁ ନିଯୁକ୍ତି କଲା !ସେ ତାର ଜୀବନ ଥିବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଉତ୍ତମ ମେଷପାଳକ ରୂପେ ରହିଲା !

 

ମୋ ସମସ୍ତ ଗୃହର ବିଶ୍ୱସ୍ତ ବୋଲି ଏହୋବା ହିଁ ମୋଶାଙ୍କ ବିଷୟରେ କହିଲେ ମାନେ, ତାହାର ଜୀବନ କେମିତିଟା !ତମ୍ବୁ ନିର୍ମାଣ କରିବାକୁ ପରମେଶ୍ୱର ତାଙ୍କ ସର୍ତ୍ତାବଳୀକୁ ଏବଂ ତାହାର ସୂଚନା ଗୁଡିକୁ କହିବା ବେଳେ ଜାଗ୍ରତରେ ଗ୍ରହଣ କରି, ସେଥିରେ ତାର ନିଜ ଜ୍ଞାନକୁ ବ୍ୟବହାର ନ କରି, ତାଙ୍କୁ ଦିଆଯାଇଥିବା ଦାଇତ୍ୱକୁ ବିନା ସଂକୋଚରେ ସଦାପ୍ରଭୁଙ୍କର ରବକୁ ଅବଧାନ କରି ବିଶ୍ୱସ୍ତରେ ମୋଶା କାର୍ଯ୍ୟଟି ସମ୍ପୂର୍ଣ୍ଣ କଲା !

 

ପ୍ରିୟ ବନ୍ଧୁଗଣ, ଆମର ବ୍ୟକ୍ତିଗତ ଅନ୍ତରଙ୍ଗ ଜୀବନରେ ଆମେ ସଦାପ୍ରଭୁଙ୍କର ଆଜ୍ଞାବହ ହେଉଛୁ କି ? ପବିତ୍ର ବାଇବଲରେ ତାଙ୍କ ଆଜ୍ଞା ଅନୁସାରେ ସମସ୍ତ ଆଜ୍ଞାକୁ ପୂର୍ଣ୍ଣତା କରିବାକୁ ଚେଷ୍ଟା କରୁଛୁ କି ? ପ୍ରଶ୍ନ ନ କରି ତାଙ୍କରି ଇଚ୍ଛାକୁ ସମ୍ପୂର୍ଣ୍ଣ କରିବା ବ୍ୟକ୍ତିକୁ ସଦାପ୍ରଭୁ ଖୋଜୁଛି !ତଦ୍ରୁପ ଯେତେବେଳେ ଅଧିନ ହୁଏ ସେବେ ନିଚୟ ସେ ଆମ ସମସ୍ତଙ୍କୁ, ଅନେକଙ୍କ ପ୍ରୟୋଜନ କର ଜୀବନ୍ତ ଝରରେ ପରିବର୍ତ୍ତନ କରିବାକୁ ଶକ୍ତିଶାଳୀ ହୋଇଅଛନ୍ତି !ଯଦି ପରମେଶ୍ୱର ଆପଣଙ୍କୁ ଚର୍ଚ୍ଚରେ ଗୋଟିଏ ଛୋଟ କାମ କରିବାକୁ ନିମଂତ୍ରଣ କରିଥାଇ ପାରେ !ସେଥିରେ ଆପଣ ପ୍ରଶ୍ନ ନ କରି ମୋ ଠାରେ ଥିବା ଜ୍ଞାନକୁ ପାଠର ଯଥାର୍ଥ କାର୍ଯ୍ୟ ନାହିଁ ବୋଲି ଭାବନା ନ କରି, ବିଶ୍ୱସ୍ତରେ ସେହି କାମକୁ କଲାବେଳେ, ତୁମ୍ଭର ସଛୋଟତା ଦେଖିଥିବା ସଦାପ୍ରଭୁ,ଅନେକଙ୍କ ଅଧିପତିରେ ତୁମ୍ଭଙ୍କୁ ନିଯୁକ୍ତି ଦେବେ !ଛୋଟ ଛୋଟ ବିଷୟକୁ ବଚସା କଲେ, ତୁମ୍ଭଙ୍କୁ ବିଶ୍ୱାସ କରି ଯିଏବି ଯେକୌଣସି କାମ ଦେଇ ପାରିବେ କି ? ତଳେ ଥିବା ପାହାଚରେ ପାଦ ଦେଲେ ହିଁ ଉପରେ ଥିବା ପାହାଚକୁ ଯାଇ ପାରିବା !ଆମେ ତାହାଙ୍କର ରବରେ କର୍ଣ୍ଣ ଡେରି, ପ୍ରଶ୍ନ ନ କରି ତାହାଙ୍କ ଇଚ୍ଛାକୁ ପୂର୍ଣ୍ଣତା କଲେ ନିଚୟ ଆମ୍ଭଙ୍କୁ ସେ ବଢ଼ାଇବେ !ଆମେନ୍ !

 

ଭାଇ. ହାରିଶ ଶାମୂଏଲ 

 

ପ୍ରାର୍ଥନାର ଅଂଶ :-ଦୁଇ ହଜାର ଜଣକୁ ଯଥେଷ୍ଟ ହେଉଥିବା ପ୍ରାର୍ଥନାର ତମ୍ବୁ ଶୀଘ୍ର ନିର୍ମାଣ କରି, ସଦାପ୍ରଭୁଙ୍କ ନାମକୁ ମହିମାନ୍ୱିତରେ ପ୍ରତିଷ୍ଠିତ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al