Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-05-2022
Share:

By Village Missionary Movement

Tuesday, 10-May-2022

ଆଜିର ବାକ୍ୟ (Oriya) 10-05-2022

 

ଏବଦ୍--ମେଲକ କେଉଁଠି 

 

“ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।” - ଦ୍ୱିତୀୟ ଶାମୁୟେଲ 10:12

 

କୁମାର ନାମକ ଜଣେ ଭାଇ ଥିଲା !ତାଙ୍କର ସତର ବର୍ଷ ବୟସରେ, ବହୁତ ନିଷ୍ଠୁର ଅବସ୍ଥାରେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ ରୂପେ ଗ୍ରହଣ କଲା !ତାପରେ ତାର ବନ୍ଧୁବାନ୍ଦବମାନଙ୍କୁ,ସାଙ୍ଗସାଥୀମାନଙ୍କୁ ଜାଣିଥିବା ବ୍ୟକ୍ତିମାନଙ୍କୁ ଏପରି ସମସ୍ତଙ୍କୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ଉଚ୍ଚାହିତରେ ପ୍ରକାଶିତ କଲା !କିଛି ଲୋକ ତାଙ୍କ କଥାକୁ ଅନୁଧ୍ୟାନ କରି ଶୁଣିଲେ, କିନ୍ତୁ ବହୁତ ଲୋକ ତାକୁ ହାସ୍ୟାସ୍ପଦ କରି,ଗାଳିଗୁଲୁଜ କରି ପଠାଇ ଦେଉଥାନ୍ତି !ଏଥିପାଇଁ ସେ କୁମାର ଭୟଭୀତ ହୋଇ ଏଥର କେବଳ ମୁଁ ହିଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି, ଆଉ ଅନ୍ୟ କାହାକୁ ପ୍ରଭୁଙ୍କର ପ୍ରେମ ବିଷୟରେ କହିବି ନାହିଁ ବୋଲି ନିର୍ଣ୍ଣୟ କଲା !ସେ ମହାବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରି ଗୋଟିଏ କମ୍ପାନୀରେ କାର୍ଯ୍ୟ କରିବାକୁ ପ୍ରବେଶ କଲା !ସେଠାରେ ଦୁରାଇ ନାମକ ଜଣେ ସାଙ୍ଗକୁ ଯୀଶୁଙ୍କ ବିଷୟରେ କହିବାକୁ ପ୍ରଭୁ ପ୍ରେରଣା କଲେ !କିନ୍ତୁ କୁମାର ତାଙ୍କ ମନକୁ କଠିନ କରି, ଦୁରାଇ ତାଙ୍କୁ ହାସ୍ୟାସ୍ପଦ କରିବ ବୋଲି, ତାର ସାଙ୍ଗ ଦୁରାଇକୁ ଯୀଶୁଙ୍କର ପ୍ରେମ ବିଷୟରେ କହିଲା ନାହିଁ !କିନ୍ତୁ ପବିତ୍ର ଆତ୍ମା ପ୍ରତିଦିନ କୁମାରକୁ ପ୍ରେରଣା କରୁଥାଏ !କିନ୍ତୁ ସେ ପ୍ରଭୁଙ୍କର ପ୍ରେମକୁ ବର୍ଣ୍ଣନା କଲା ନାହିଁ !ଦିନେ ଦୁରାଇ ଦୁର୍ଘଟଣାରେ ମୃତ୍ୟୁବରଣ କଲା !ଏହି ଘଟଣାରେ କୁମାରଙ୍କ ହୃଦୟ ଭୁଲ କଲି ବୋଲି ଭାବନାର ଦୁଃଖରେ ବୁଡିଗଲା !ହୃଦୟ ଚାପଗ୍ରସ୍ତ ହୋଇଗଲା !ସେ ସେହି ଚାପରୁ ମୁକ୍ତି ପାଇବାକୁ ଅନେକ ବର୍ଷ ଲାଗିଲା !ଏହାର କାରଣ, ସୁସମାଚାର ପ୍ରକାଶ କରିବାରେ କୁମାରଙ୍କ ଠାରେ ଥିବା ଭୟ ଓ ଅଧୌର୍ଯ୍ୟ !

 

ଯିରିମୀୟ ପ୍ରବକ୍ତା ତାଙ୍କ ସମୟରେ ଜୀବନଯାପନ କରୁଥିବା ଯିହୂଦୀମାନଙ୍କୁ, ରାଜାଙ୍କ ବିରୋଧରେ ଭବିଷ୍ୟତ ବାଣୀ କହିବା ବେଳେ ତାଙ୍କୁ ଏକ ଗାତରେ ଓଲାଇ ଦେଲେ !ସେ ସେଠାରେ ବୁଡିଯାଇ ମୃତ୍ୟୁର ନିକଟବର୍ତ୍ତୀ ହେବାବେଳେ ଏବଦ୍--ମେଲକ ନାମକ ବ୍ୟକ୍ତିମାନେ ଧୌର୍ଯ୍ୟର ସହିତ ରାଜାଙ୍କ ନିକଟକୁ ଯାଇ ଯିରିମୀୟଙ୍କୁ ମୁକ୍ତି କର ବୋଲି ରାଜାଙ୍କୁ କହି ତାହାଙ୍କ ଜୀବନକୁ ରକ୍ଷା କଲା !ଗୋଟିଏ ରାଜ୍ୟ ହିଁ ଯିରିମୀୟଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା ବେଳେ, ତାଙ୍କୁ ସୁରକ୍ଷା କରିଥିବା ଏବଦ୍--ମେଲକ ବ୍ୟକ୍ତିର ଧୌର୍ଯ୍ୟ ପ୍ରଶଂସନୀୟ ଅଟଇ !

 

ପ୍ରିୟ ବନ୍ଧୁଗଣ, ଯଦି ଯିରିମୀୟ ମୃତ୍ୟୁବରଣ କରିଥିଲେ ସଦାପ୍ରଭୁଙ୍କର ସାନ୍ନିଧ୍ୟରେ ହିଁ ରହିଥାନ୍ତା !କିନ୍ତୁ ଆଜି ଆମେ ଦେଖିବା, ଅନେକ ପ୍ରଜା ପାପର କାଦୁଅରେ ପଡି, ନିତ୍ୟମୃତ୍ୟୁର ନିକଟକୁ ସିଧା ଚାଲିଯାଉଛନ୍ତି !ଏପରି ପ୍ରଜାଙ୍କୁ ସେହି ପାପର କାଦୁଅରୁ ଉଠାଇବାକୁ କୁମାରଙ୍କ ସଦୃଶ୍ୟ ଭୟ ଓ ଲଜ୍ୟାରେ ପରିପୂର୍ଣ୍ଣ ହୋଇ ଖସି ଯାଉଛୁ କି ? ଧୌର୍ଯ୍ୟରେ ରହିଥିବା ଏବଦ୍--ମେଲକ କେଉଁଠି ଅଛି ? 

- ଏସ. ମୋନଜ କୁମାର 

 

ପ୍ରାର୍ଥନାର ଅଂଶ :-

ମିଶିନାରୀମାନେ ରହି ତାଲିମ ପାଇବା ନିମନ୍ତେ ମିଶିନାରୀ ଗୃହ ନିର୍ମାଣ ନିମନ୍ତେ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ଅଛି !ଏହି ଆବଶ୍ୟକ ପରମେଶ୍ୱର ଯୋଗାଇ ଦେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al