By Village Missionary Movement
Sunday, 08-May-2022ଆଜିର ବାକ୍ୟ (Oriya) 08-05-2022 (Kids Special)
କୋଇଲିର ଗାନ
“ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୋ’ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ।“ - ଗୀତସଂହିତା 34:1
ହାଲୋ ପିଲାମାନେ ପକ୍ଷୀର ଶବ୍ଦ ଶୁଣିଛ କି ? ମୁଁ ଶୁଣିଚି !କୋଇଲି ଗାଏ, କୁକୁଡ଼ା ରାବେ, କାଉ ରଡିକରେ, ଶୁଆଶାରୀ କଥା ହୁଏ, ଏସବୁ ଶୁଣିବା ବେଳେ ବହୁତ ଆନନ୍ଦ ଲାଗେ !ଏବେ ଦୁଇଟି କୋଇଲି କଥା ହେଉଛନ୍ତି !ପିଲାମାନେ ଆସ ଆସ ସେହି କୋଇଲି କଣ କଥା ହେଉଛନ୍ତି ଶୁଣିବା !
ସୁନ୍ଦର ଏକ ଗଛ ଡାଳରେ ଦୁଇଟି କୋଇଲି ବସି ଗାଉଛନ୍ତି !ଭୋର ସକାଳୁ ଉଠି ପରମେଶ୍ୱରଙ୍କ ସ୍ତୁତି କରି ଗାଉଥାନ୍ତି !ଗୋଟିଏ କୋଇଲି ଗାଇବା ବନ୍ଦ କରି ଅନ୍ୟ କୋଇଲି ସହ କହୁଛି, ସେଠାରେ ଦେଖ, କେତେ ଜଣ ମନୁଷ୍ୟ ଯାଉଛନ୍ତି !କେତେକ ଜଣ ଚାକିରୀକୁ ଓ କାମକୁ ଯାଉଛନ୍ତି, ଆଉ କେତେ ଜଣ ବ୍ୟାଙ୍କକୁ ଯାଇ ବହୁତ ଟଙ୍କା ରୋଜଗାର କରୁଛନ୍ତି, ଛୋଟପିଲାମାନେ ସ୍କୁଲକୁ ଯାଉଛନ୍ତି ବୋଲି ତୁମ୍ଭମାନଙ୍କ ବିଷୟରେ ମଧ୍ୟ କଥା ହେଉଛନ୍ତି ଦେଖ !ହଁ ଆରପଟ ଦେଖ କହି ଅନ୍ୟ ଏକ କୋଇଲି କଥା ହେବାକୁ ଆରମ୍ଭ କରିଦେଲା !ତିନି ମୋହଲା ବିଶିଷ୍ଟ କୋଠା ଘର ନିର୍ମାଣ କରିଲେ, ସେମାନଙ୍କ ମଧ୍ୟରେ କିଛି ଲୋକ ହୋଟେଲକୁ ଯାଉଛନ୍ତି !କିନ୍ତୁ ସେମାନଙ୍କ ମୁହଁରେ କିଛିବି ଖୁସି ନାହିଁ !କେହିବି ହସୁ ନାହାନ୍ତି !ଆମ ସଦୃଶ୍ୟ ପରମେଶ୍ୱରଙ୍କୁ ସ୍ତୁତି କରି ଗାନ କରିବାର ଉଦ୍ଦେଶ୍ୟ ନାହିଁ !କାହିଁକି ଏମାନେ ସମସ୍ତେ ଏମିତି ଅଛନ୍ତି ? ଖୁସି ବ୍ୟକ୍ତ କରିବାକୁ ଆମ ପାଖରେ ସେଲଫୋନ ନାହିଁ !କିନ୍ତୁ ଆମେ କେତେ ଆନନ୍ଦରେ ସଦାପ୍ରଭୁଙ୍କୁ ସ୍ତୁତି କରି ଗାନ କରୁଛୁ !ଆଉ ଏକ ବିଷୟ, ଆମକୁ ଖାଦ୍ୟ ମଧ୍ୟ ନାହିଁତ !ଏମିତି କଥା ହୋଇ ଆଉ ଏକ କୋଇଲି କହିଲା, ଆମକୁ ସ୍ବର୍ଗୀୟ ପିତା ଥିବା ସଦୃଶ୍ୟ ସେମାନଙ୍କୁ ନାହାନ୍ତି ବୋଧେ କହି ତାହାର କଥାକୁ ଶେଷ କରି, କୂ... କୂ... କୂ କୂ ଉ କହି ସଦାପ୍ରଭୁଙ୍କର ପ୍ରଶଂସା କରି ଗାନ କରିବାକୁ ଆରମ୍ଭ କଲା !
ଛୋଟପିଲାମାନେ, କୋଇଲି ତୁମ୍ଭଙ୍କୁ ଦେଖି କଥା ହୋଇଥିଲେ, ଆମ ସଦୃଶ୍ୟ ତୁମ୍ଭେମାନେ ମଧ୍ୟ ଭୋର ସକାଳୁ ଉଠି ସଦାପ୍ରଭୁଙ୍କର ସ୍ତୁତି କରି ଗାନ କର କହୁଛିତ !ହଁ ତୁମ୍ଭ ଆବଶ୍ୟକତା ସବୁ ଜାଣିଥିବା ସ୍ବର୍ଗୀୟ ପିତା ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭର ପ୍ରଥମ ସମୟ ଦେବାବେଳେ, ସେ ବହୁତ ଖୁସି ହେବେ !ତୁମ୍ଭଙ୍କୁ ଆଶୀର୍ବାଦ କରିବେ !କଣ ପିଲାମାନେ, ଯୀଶୁବାପାଙ୍କ ସ୍ତୁତି କରି ଗାନ କରିବାକୁ ପ୍ରସ୍ତୁତ କି ? ହଁ ସୁପାରୋ ସୁପାର !
- ଶ୍ରୀମତୀ ଯିବା ବିଜୟ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.