By Village Missionary Movement
Friday, 06-May-2022ଆଜିର ବାକ୍ୟ (Oriya) 06-05-2022
ସମ୍ପୂର୍ଣ୍ଣ ରୂପେ ଜୀବନଯାପନ କରିବା
“ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା ।“ - ୧ ଯୋହନ 3:23
ସୁରଜରଲାଣ୍ଡର ସମସ୍ତ ହୋଟେଲ ଗୁଡିକ ଗ୍ରୀଷ୍ମ ଅବକାଶ ବିତାଇବାକୁ ଆଗନ୍ତୁକ ସହ ଭରପୁର ହୋଇଗଲା !ସକାଳେ ସ୍ମ ବୋର୍ଡିଙ୍ଗ, ଆଉ ରାତିରେ ବହୁତ ସମୟ ପର୍ଯ୍ୟନ୍ତ ନୃତ୍ୟ କରି ପ୍ରାୟ ଦଶ ପନ୍ଦର ଦିନ ବିତିଲା ପରେ, ବିଶ୍ରାମ ନିମନ୍ତେ ଘରକୁ ଫେରିବା ଦିନ ଆସିଗଲା !ଦିନେ ଗୋଟିଏ ରବିବାର ଦିନ ସନ୍ଦ୍ୟାରେ କିଛି ସାଙ୍ଗସାଥୀ ମିଶି ଗୋଟିଏ ଆରାଧନା ପ୍ରସ୍ତୁତ କଲେ !ସେଥିପାଇଁ ହୋଟେଲର ମାଲିକ ମଧ୍ୟ ଅନୁମତି ଦେଲା !ସେ ଦିନ ପାଇଁ ସଂଗୀତ ଓ ନୃତ୍ୟ ବନ୍ଦ କରିବାକୁ କୁହାଗଲା !"ଲିମସିକ ସେକ " ନାମକ ଜଣେ ପ୍ରଭୁଙ୍କର ସେବକକୁ ମୁଖ୍ୟ ଅଥିତି ରୂପେ ଆମନ୍ତ୍ରଣ କରାଗଲା !ପ୍ରସଙ୍ଗ ଆରମ୍ଭ କରିବା କିଛିକ୍ଷଣ ପୂର୍ବରୁ ଷ୍ଟେଜ ଉପରକୁ ଜଣେ ବ୍ୟକ୍ତି ଆସି ସେକ କହିବା ପାଇଁ ଗୋଟିଏ ଅଂଶ ଦେଲେ !ତାହା ହେଉଛି ଲାଇଫ ଇସ ଡା କ୍ୟାପିଟାଲ 'ଏଲ'(L) ଅଟେ !ପ୍ରାର୍ଥନା ସହ ସେକ ତାଙ୍କର ପ୍ରସଙ୍ଗକୁ ଆରମ୍ଭ କଲେ !ଏଲ ନାମକ ଇଂରାଜୀ ବର୍ଣ୍ଣରେ ଥିବା ଉପର ଲମ୍ବା ଗାରଟି ହେଉଛି, ଆମ୍ଭେ ଆମ୍ଭ ପ୍ରଭୁଙ୍କର ସହ ରଖିଥିବା ସମ୍ପର୍କ !ବଙ୍କା ହୋଇ ଥିବା ଛୋଟ ଗାରଟି ଆମ୍ଭେ ଆମ ସହଭାଗି ସହ ରଖିଥିବା ସମ୍ପର୍କର ସୂଚନା ଦେଉଛି କହିଲା !ପୃଥିବୀକୁ ନ ଦେଖି ମୁଁ ମୋର ଇଶ୍ୱର ବୋଲି ଛୋଟ ମନରେ ସବୁକିଛି ପରିତ୍ୟାଗ କରି ସୁନ୍ଦର ରୂପେ ଜୀବନଯାପନ କରୁଥିବା ସନ୍ୟାସୀଙ୍କ ଜୀବନ ସମ୍ପୂର୍ଣ୍ଣ ଜୀବନ ହେବ ନାହିଁ !ତାହା ସ୍ୱାର୍ଥପର ଜୀବନ ହେବ !ସେହିପରି ପ୍ରଭୁଙ୍କୁ ଭୁଲି ସମାଜ ସେବା କରିବା ତୃପ୍ତି ପାଇବା ଜୀବନ କେବଳ ଖାଲି କୋଠା ସଦୃଶ୍ୟ ରହିବ !ଲମ୍ବା ଗାରଟି ଏବଂ ବଙ୍କା ଗାରଟି ଏମିତି ଦୁଇଟି ଗାର ମିଶିଲେ ହିଁ ଆମେ 'କ୍ୟାପିଟାଲ ଏଲ 'ଲେଖି ପାରିବା !ଏବଂ ସମ୍ପୂର୍ଣ୍ଣ ଜୀବନ ହୋଇପାରିବ !ଆଉ ଏଲ ଲେଖିବା ବେଳେ ପ୍ରଥମେ ଲମ୍ବା ଗାରଟି, ତାପରେ ବଙ୍କା ଗାରଟି ଲେଖିବା !ତଦ୍ରୁପ ପ୍ରଥମେ ସଦାପ୍ରଭୁଙ୍କର ସହିତ ଥିବା ସମ୍ପର୍କ ଅତି ଆବଶ୍ୟକ ବୋଲି ସ୍ୱଷ୍ଟ ରୂପେ କହିଲା !
ସାପ୍ତାହିକ ପତ୍ରିକାରେ ଗୋଟିଏ ହାସ୍ୟ ଭାବନା ଦେଖାଗଲା !ଚିରା ପୋଷାକ ପରିଧାନ କରି ଗୋଟିଏ କୋଣରେ ଥିବା ଭିକାରିକୁ ଦେଖି, ଜଣେ ପୋଲିସ ପାଖକୁ ଯାଇ ଗାଳି ଦେଇ କହିଲା, ଘୁଂଚ ତୁମର ଏଠାରେ କଣ କାମ ? ତେବେ ସେ ଭିକାରି କାନ୍ଦି କାନ୍ଦି କହିଲା, କୋଟିପତି ଆଣ୍ଡ୍ରୁ ମରିଗଲା !ସଙ୍ଗେ ସଙ୍ଗେ ପୋଲିସ ପଚାରିଲା, ହେଲେ ସେ କଣ ତୁମ ବନ୍ଧୁ କି ? ତେବେ ସେ ଭିକାରି ଆଉ ଚିତ୍କାର କରି କାନ୍ଦି କହିଲା, ସେ ମୋ ବନ୍ଧୁ ନୁହେଁ କହି କାନ୍ଦୁଚି !ହଁ ସମ୍ପର୍କ ଅତିଆବଶ୍ୟକ !ପ୍ରଭୁଙ୍କର ଠାରେ ଆମେ ସ୍ଥିରତାର ସମ୍ପର୍କ ଥିଲେ ହିଁ ତାହା ଆମକୁ ଐଶ୍ବରିକ କରିବ !ଯୀଶୁଙ୍କ ଠାରେ ବିଶ୍ୱାସ ରଖିବା, ଜଣକୁ ଜଣେ ପ୍ରେମ କରିବା ହିଁ ସମ୍ପୂର୍ଣ୍ଣ ଜୀବନଯାପନ କରିବା ଜୀବନ ଅଟଇ !
- ଶ୍ରୀମତୀ ଵିମଲା ସେଲଭା ରାଜ
ପ୍ରାର୍ଥନାର ଅଂଶ :-
ପ୍ରଭୁ ସୃଷ୍ଟି କରିଥିବା ଜୀବନ" ନାମକ ଅଂଶ ନିମନ୍ତେ ଦୁଇ ଭାଗ କରୁଥିବା ପୁସ୍ତକ ଦ୍ଵାରା ଅନେକ ଛୋଟ ପିଲାମାନେ ଯୀଶୁଙ୍କ ପ୍ରେମକୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.